ଚମ୍ବଲର ମୁନ୍ନିବାଇ . . .ଦିନ ଥିଲା ଦସ୍ୟୁ ସୁନ୍ଦରୀଙ୍କ ନାଁ ଶୁଣି ଥରହର ହେଉଥିଲେ ଲୋକେ, ଏବେ ତାଙ୍କ ଆଖିରେ ଲୁହ

ଚମ୍ବଲର ମୁନ୍ନିବାଇ ଏବେ ଘର ଖଣ୍ଡିଏ ପାଇଁ ବାରଦ୍ୱାର ହେଉଛନ୍ତି । ଜବରଦଖଲକାରୀଙ୍କ ଷଡ଼ଯନ୍ତ୍ରରେ ଜର୍ଜରିତ ହୋଇପଡ଼ିଛନ୍ତି ଚମ୍ବଲର ସୁନ୍ଦରୀ ।

ଚମ୍ବଲର ଦସ୍ୟୁ ସୁନ୍ଦରୀ ମୁନ୍ନିବାଇ

ଭିଣ୍ଡ : ଚମ୍ବଲର ଦସ୍ୟୁ ସୁନ୍ଦରୀ ମୁନ୍ନିବାଇ । ଦିନ ଥିଲା ମୁନ୍ନିବାଇର ନାମ ହିଁ ଯଥେଷ୍ଟ ଥିଲା । ଅଶୀ ଦଶକରେ ଲୋକମାନେ ଏହି ନାମ ଶୁଣି ଭୟରେ ଥରି ଉଠୁଥିଲେ । ଆଖି ଉଠାଇ ଚାହିଁବା ପାଇଁ କାହାର ସାହସ ନଥିଲା । ହେଲେ ଆଜି ସ୍ଥିତି ବଦଳିଯାଇଛି । ସେ ନିଜ ନାର୍ଯ୍ୟ ଅଧିକାର ପାଇଁ ଆଜି ଲଢ଼ୁଛନ୍ତି । ୧୯୮୩ ରେ ହସ୍ୟୁ ଜୀବନ ପରେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ମୁନ୍ନିବାଇ ଗ୍ୟାଙ୍ଗର ୨୫ ଜଣ ସଦସ୍ୟଙ୍କ ସହ ଆତ୍ମସମର୍ପଣ କରିଥିଲେ । ଦଶ ବର୍ଷ ଜେଲରେ ରହିଲେ । ହେଲେ ଜେଲରୁ ବାହାରିବା ପରେ ଦୁର୍ବିସହ ହୋଇପଡ଼ିଛି ଜୀବନ । 

ମୁନ୍ନିବାଇଙ୍କ କାହାଣୀ

୧୭ ବର୍ଷ ବୟସରେ ମୁନ୍ନିବାଇ ଇନ୍ଦୁର୍ଖି ଗାଁର ବାବୁ ଖାନଙ୍କୁ ବିବାହ କରିଥିଲେ । କିଛି ଦିନ ପରେ ବାବୁ ଖାନ ଘନସା ବାବା ଗ୍ୟାଙ୍ଗରେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଡକାଏତ୍ ଗ୍ୟାଙ୍ଗକୁ ମୂଳପୋଛ କରିବା ପାଇଁ ତଥା ସ୍ୱାମୀଙ୍କୁ ଧରାଇବା ଦେବା ପାଇଁ ପୋଲିସ୍ ମୁନ୍ନିବାଇଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲା । ମୁନ୍ନିବାଇ ଏଥିରେ ଅତିଷ୍ଠ ହୋଇ ଚମ୍ବଲ ଉପତ୍ୟକା ପଳାଇ ସେଠାରେ ବନ୍ଧୁକ ଉଠାଇବାକୁ ବାଧ୍ୟ ହୋଇଥିଲେ । ଆଉ ଏହି ପରି ସେ ମଧ୍ୟ ସ୍ୱାମୀଙ୍କ ସହ ଘନସା ବାବା ଗ୍ୟାଙ୍ଗର ସଦସ୍ୟ ହୋଇଗଲେ ।

ପ୍ରାୟ ସାତ ବର୍ଷ ଧରି ମୁନ୍ନିବାଇ ଗ୍ୟାଙ୍ଗରେ ରହି ଅନେକ ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ ।  ମୁନ୍ନିବାଇଙ୍କ ଗ୍ୟାଙ୍ଗରେ ୨୫ ଜଣ ସଦସ୍ୟ ଥିଲେ । ସମସ୍ତଙ୍କ ପାଇଁ କାମ ବିଭକ୍ତ କରାଯାଇଥିଲା । ଡକାୟତି ସମୟରେ ପୁରୁଷ ଡକାୟତ୍ ମାନେ ମହିଳାମାନଙ୍କୁ ଲୁଟୁ ନଥିଲେ । ଏଥିପାଇଁ ମହିଳା ଡକାୟତଙ୍କୁ ନିୟୋଜିତ କରାଯାଇଥିଲା । ତେବେ ୧୯୮୩ରେ ଗ୍ୟାଙ୍ଗର ସଦସ୍ୟମାନେ ଆତ୍ମସମର୍ପଣ କରିଥିଲେ ।

ଦସ୍ୟୁ ନାୟକ ଓ ନାୟିକାମାନେ ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ସରକାର ମୁନ୍ନବାଇଙ୍କୁ ଚାରି ବିଘା ଜମି ଦେଇଥିଲେ । ଆଉ ସେ ଗ୍ୱାଲିଅର୍-ଇଟାୱା ଏବଂ ଭିଣ୍ଡାର ଜେଲରେ ଦଶ ବର୍ଷ ରହିଥିଲେ । ଜେଲରୁ ଫେରିବା ପରେ ତାଙ୍କ ପାଖରେ ଟଙ୍କା ନଥିବାରୁ ନିଜର ଘର ତିଆରି କରିପାରି ନଥିଲେ । ଇନ୍ଦୁର୍କୀ ଗାଁରେ ଘର ବିକ୍ରୟ କରିବା ପରେ ନିଜ ଝିଅର ବିବାହ କରାଇଥିଲେ । ଆଉ କିଛି ଦିନ ଝିଅ ଘରେ ରହିଲେ ।

ତେବେ କିଛି ଦିନ ବ୍ୟବଧାନରେ ଟଙ୍କା ଯୋଗାଡ଼ ହେବାପରେ ନିଜର ଘର ତିଆରି କରିବାକୁ ସରକାର ଦେଇଥିବା ଜାଗା ଦେଖିବାକୁ ଯାଇଥିଲେ । ହେଲେ କିଛି ଜବରଦଖଲକାରୀ ଜମି ଦଖଲ କରିନେଇଛନ୍ତି । ଆଉ ସେମାନେ ମୁନ୍ନିବାଇଙ୍କୁ ନିଜ ସ୍ଥାନରେ ଘର ନିର୍ମାଣ କରିବାକୁ ଦେଉ ନାହାଁନ୍ତି । ଫଳରେ ବାରଦ୍ୱାର ହେଉଛନ୍ତି ମୁନ୍ନିବାଇ । ଏବେ ନିଜର ଘର ନଥିବାରୁ କେଉଁଠି ଆଶ୍ରୟ ନେବେ ସେନେଇ, ଚିନ୍ତାରେ ଅଛନ୍ତି ।