Advertisment

ଜେଲ୍‌ ଗଲେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେ ଗିରଫ ହୋଇଥିଲେ।

ଅଦ୍ୟତନ ହୋଇଛି
Former Andhra Pradesh CM Chandrababu Naidu sent to 14-day judicial custody

Former Andhra Pradesh CM Chandrababu Naidu sent to 14-day judicial custody

Advertisment

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚନ୍ଦ୍ରବାବୁ ନାଇଡୁଙ୍କୁ ସେପ୍ଟେମ୍ବର ୨୩ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ। ବିଜୟୱାଡ଼ା ଏସିବି କୋର୍ଟରେ ତାଙ୍କର ଶୁଣାଣି ହୋଇଥିଲା । ଏହାପରେ ତାଙ୍କୁ ରାଜମୁନ୍ଦ୍ରି ସେଣ୍ଟ୍ରାଲ୍ ଜେଲ୍‌କୁ ପଠାଇ ଦିଆଯାଇଛି।

Advertisment

ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ୩୭୧ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଚନ୍ଦ୍ରବାବୁଙ୍କୁ ଆନ୍ଧ୍ରପ୍ରଦେଶ CID ଗିରଫ କରୁଥିଲା। ଅଭିଯୋଗ ଅନୁସାରେ, ୨୦୧୫ରେ ଏକ ମଲ୍ଟିନ୍ୟାସନାଲ କମ୍ପାନୀ ସିମନ୍ ସହିତ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦକ୍ଷତା ବିକାଶ ନିଗମ ୩ ହଜାର ୩ ଶହ କୋଟି ଟଙ୍କାର ଏକ ଚୁକ୍ତି କରିଥିଲା। ଏଥିରେ ୧୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ଥିବା ବେଳେ ୯୦ ପ୍ରତିଶତ ଉକ୍ତ କମ୍ପାନୀ ତୁଲାଇବ ବୋଲି ଚୁକ୍ତି ହୋଇଥିଲା।

ହେଲେ ଉକ୍ତ କମ୍ପାନୀ କୌଣସି ଅର୍ଥ ବ୍ୟୟ ନକରି କେବଳ ସରକାରୀ ପାଣ୍ଠିରୁ ସବୁ ଖର୍ଚ୍ଚ ହୋଇଥିବା ଜଣାପଡ଼ିଥିଲା । ସିଆଇଡି ତଦନ୍ତରୁ ଜାଣିବାକୁ ପାଇଛି ଯେ, ଏହି ଅର୍ଥର କିଛି ଅଂଶ ଭୂତ କମ୍ପାନୀକୁ ପଠାଯାଇଥିଲା ଏବଂ ଏଥିରୁ ତେଲୁଗୁ ଦେଶମ୍ ପାର୍ଟି, ଚନ୍ଦ୍ରବାବୁ ନାଇଡୁ ଓ ତତ୍କାଳୀନ ଦକ୍ଷତା ବିକାଶ ମନ୍ତ୍ରୀ କେ. ଅଚ୍ଚେନାଇଡ଼ୁ ଉପକୃତ ହୋଇଥିଲେ ବୋଲି ଅଭିଯୋଗ ହୋଇଛି।

Advertisment
Chandrababu Naidu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ