Advertisment

ବନ ବିଭାଗ ଛଡାଇନେଲା ପୋଷା ମାଙ୍କଡ; ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି

ଗ୍ରେଟର ନୋଏଡାରେ ବନବିଭାଗ ଟିମ୍ ଏକ ପୋଷା ମାଙ୍କଡ ଛୁଆକୁ ଉଦ୍ଧାର କରିଛି । ଆଇନ ପାଠ ପଢେଇ ବନବିଭାଗ ମାଙ୍କଡ଼ଟିକୁ ସିନା ନେଇଗଲା, ହେଲେ ପୋଷା ମାଙ୍କଡକୁ ଝୁରି ଝୁରି ଉକ୍ତ ପରିବାର ଲୋକଙ୍କ ଅବସ୍ଥା ଏବେ ବେହାଲ। ସେମାନଙ୍କ ଆଖିରୁ ଲୁହର ଧାର ଶୁଖୁନି।

forest department team frees baby monkey

forest department team frees baby monkey

Advertisment

ନଏଡା: ସମ୍ପର୍କ ଖାଲି ମଣିଷ-ମଣିଷ ଭିତରେ ଗଢିଉଠେନି। ସ୍ନେହ ମମତାର ରଜ୍ଜୁରେ ପଶୁ ବି ବାନ୍ଧି ହୋଇଯାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି  ନଏଡାରେ । ନଏଡାସ୍ଥିତ ଏକ ପରିବାରରୁ ବନ ବିଭାଗ ପକ୍ଷରୁ ଏକ ମାଙ୍କଡ ଛୁଆକୁ ଉଦ୍ଧାର କରାଯାଇଛି । ପଶୁ ପ୍ରେମୀ ସଂସ୍ଥାର ସୂଚନା ଅନୁସାରେ ଗ୍ରେଟର ନୋଏଡାରେ ଜଣେ ପରିବାର ଏହି ମାଙ୍କଡଟିକୁ ପିଲାବେଳୁ ପୋଷିଥିଲେ। ବନ ବିଭାଗର ଟିମ୍‌ ଖବର ପାଇବା ପରେ ଏହି ମାଙ୍କଡ ଛୁଆକୁ ଉଦ୍ଧାର କରି ନେଇଯାଇଛି । ଯେତେବେଳେ ବନବିଭାଗ ମାଙ୍କଡ ଆଣିବା ପାଇଁ ପହଞ୍ଚିଥିଲା,  ପରିବାରର କୁନି ପିଲାଟିଏ ମାଙ୍କଡକୁ ଦେବା ପାଇଁ ମନା କରିଥିଲା ।  

Advertisment

ବନ ବିଭାଗର ଟିମ୍‌ ଆଇନ ଅନୁସାରେ ଥିବା ନିୟମ କହି ଛୁଆଟିକୁ ବୁଝାଇଥିଲେ । ପରେ ମାଙ୍କଡଟିକୁ ଉଦ୍ଧାର କରି ନେଇ ଯାଇଥିଲେ । ଏହି ଘଟଣାରେ ବନ୍ୟ ପ୍ରାଣୀ ସଂରକ୍ଷଣ ଅଧିନିୟମ ଅନୁସାରେ ଏକ ମାମଲା ରୁଜୁ କରାଯାଇ। ହେଲେ କଥା ଏତିକିରେ ସରିନି।  ପରିବାର ଲୋକ ମାଙ୍କଡ ଛୁଆଟିରୁ ଅଲଗା ହେବା ଦୁଃଖରେ କାନ୍ଦି କାନ୍ଦି ତାଙ୍କର ଅବସ୍ଥା ଖରାପ ହେବାରେ ଲାଗିଲାଣି । ତେଣୁ ସେମାନେ ମାଙ୍କଡ ଛୁଆଟିକୁ ପରିବାରର ସଦସ୍ୟ କହି ଫେରେଇ ଦେବାପାଇଁ କହୁଛନ୍ତି ।  ବିଶେଷ କରି କୁନି କୁନି ପୁଅ ଝିଅ ଦୁଇଜଣଙ୍କ ଅବସ୍ଥା ବେହାଲ ହୋଇଗଲାଣି। ବର୍ତ୍ତମାନ ମାଙ୍କଡ ଛୁଆ ସେଞ୍ଚୁରୀରେ ରଖିଯାଇଛି । ବଡ ହୋଇଗଲେ ତାକୁ ଜଙ୍ଗଲରେ ଛାଡିଦିଆଯିବ ।

Advertisment

ପରିବାର ଲୋକେ କହିଛନ୍ତି, ସେମାନେ ଏହି ମାଙ୍କଡ ଛୁଆଟିକୁ ୩ ହଜାର ଦେଇ ଏକ ମଦାରିରୁ ଆଣିଥିଲେ । ଘଟଣାରେ ବନ ବିଭାଗ ଅଧିକାରୀ ରାମବତାର ଚୌଧୁରୀ କହିଛନ୍ତି ଯେ, ଆଲଫା-୨ ସେକ୍ଟରର ଝୋପଡିରେ ରହୁଥିବା ଏକ ପରିବାର ୨ଟି ମାଙ୍କଡ ଛୁଆକୁ ବାନ୍ଧି ରଖିଥିଲେ । ଯାହା ବନ୍ୟ ପ୍ରାଣୀ ସଂରକ୍ଷଣ ଅଧିନିୟମକୁ ଉଲଙ୍ଘନ କରୁଥିଲା । ତେଣୁ ଗତ ରବିବାର ଦିନ ସଂନ୍ଧ୍ୟା ସମୟରେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମାଙ୍କଡକୁ ଉଦ୍ଧାର କରିଥିଲା । କିନ୍ତୁ ଆଉ ଗୋଟିଏ ମାଙ୍କଡକୁ ପାଇନଥିଲେ ।

ପରିବାରଲୋକ କହିବା ଅନୁସାରେ, ଗୋଟେ ମଦାରି ମାଙ୍କଡ ଛୁଆକୁ ମରାମରି କରୁଥିଲା । ସେଥିପାଇଁ ସେମାନେ ୩ ହଜାର ଟଙ୍କା ଦେଇ ମାଙ୍କଡ ଛୁଆଟିକୁ କିଣି ଆଣିଥିଲେ । ତା ପରଠାରୁ ହିଁ ସେମାନେ ମାଙ୍କଡଟିକୁ ପୋଷୁଥିଲେ ।

Advertisment

ପରିବାରର ଜଣେ ମହିଳା ସଦସ୍ୟ ଦେବେନ୍ଦ୍ରୀ କହିଛନ୍ତି, ସେ ପରିବା ବିକନ୍ତି । ମଦାରିରୁ କିଣିବା ପରେ ସେ ମାଙ୍କଡ ଛୁଆର ନାଁ ଭବାନୀ ରଖିଥିଲେ । ମୋ ଝିଅ ଓ ପୁଅ ସେହି ମାଙ୍କଡ ଛୁଆ ସହ ଖେଳୁଥିଲେ । ବନ ବିଭାଗ ଦ୍ୱାରା ମାଆଆଙ୍କଡ ଛୁଆକୁ ନେଇଯିବା ପରେ ସେ ଓ ତାଙ୍କ ସନ୍ତାନ ଲଗାତାର କାନ୍ଦୁଛନ୍ତି । ଏହାସହ ସେମାନେ ଖାଇବା ପିଇବା ବି କରିନାହାଁନ୍ତି । ସେମାନେ ମାଙ୍କଡ ଛୁଆକୁ ଫେରାଇ ଦେବାକୁ କହିଛନ୍ତି । ଗତ ସୋମବାର ଦିନ ପରିବାରରେ ଥିବା ମହିଳା ଦେବେନ୍ଦ୍ରୀ,ତାଙ୍କ ଝିଅ ଅଭିଲାଷା ଓ ପୁଅର କାନ୍ଦୁଥିବା ଭିଡିଓ ବେଶ ଭାଇରାଲ ହୋଇଛି। 

Baby Monkey Baby Monkey Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ