Advertisment

ଫୋବର୍ସ ଧନୀ ତାଲିକା: ଟପ୍‌ ୧୦ ରେ କେତେ ଜଣ ଭାରତୀୟ ଜାଣନ୍ତୁ..

ପ୍ରକାଶ ପାଇଲା ଫୋବର୍ସ ଧନୀ ତାଲିକା ୨୦୨୨ । ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ୧୦ମ ସ୍ଥାନର୍ ରହିଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି।

ଅଦ୍ୟତନ ହୋଇଛି
Ambani and Adani

Ambani and Adani

Advertisment

ପ୍ରକାଶ ପାଇଲା ଫୋବର୍ସ ଧନୀ ତାଲିକା ୨୦୨୨ । ଏହି ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ୧୦ମ ସ୍ଥାନର୍ ରହିଥିବା ବେଳେ ଭିତ୍ତିଭୂମି ଟାଇକୁନ ଗୌତମ ଆଦାନୀ ଓ ତାଙ୍କ ପରିବାର ୧୧ତମ ସ୍ଥାନରେ ରହିଛନ୍ତି। ସ୍ପେସ୍ ଏକ୍ସ ଏବଂ ଟେସଲା ସିଇଓ ଇଲୋନ୍ ମସ୍କ ଚଳିତ ବର୍ଷ ଆମାଜନ୍‌ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୯୦.୭ ବିଲିୟନ ଡଲାର ଥିବା ବେଳେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୯୦ ବିଲିୟନ ଡଲାର।

Advertisment

ଅମ୍ବାନୀ ଓ ଆଦାନୀଙ୍କ ବ୍ୟତୀତ ଫୋବର୍ସ ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟ ଧନୀଙ୍କ ମଧ୍ୟରେ ୪୭ତମ ସ୍ଥାନରେ ଏଚସିଏଲ ଟେକ୍ନୋଲଜି ଲିଃର ପ୍ରତିଷ୍ଠାତା ଶିବ ନାଦର, ୫୬ତମ ସ୍ଥାନରେ ସେରମ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ସାଇରସ ପୁନାୱାଲା, ଆଭିନ୍ୟୁ ସୁପରମାର୍କେଟର ପ୍ରତିଷ୍ଠାତା ରାଧାକ୍ରିଷ୍ଣନ ଦାମାନି ୮୧ନଂ, ୮୯ତମ ସ୍ଥାନରେ ଲକ୍ଷ୍ମୀ ମିତ୍ତଲ, ୯୧ତମ ସ୍ଥାନରେ ସାବିତ୍ରୀ ଜିନ୍ଦଲ ଆଣ୍ଡ ଫ୍ୟାମିଲି, ୧୦୯ତମ ସ୍ଥାନରେ କୁମାର ବିର୍ଲା, ୧୧୫ତମ ସ୍ଥାନରେ ସନ ଫାର୍ମାସିଟ୍ୟୁକାଲର ପ୍ରତିଷ୍ଠାତା ଦିଲୀପ ସଙ୍ଘଭୀ ଓ ୧୨୯ତମ ସ୍ଥାନରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟାକ ରହିଛନ୍ତି।

Advertisment

ଅନ୍ୟପକ୍ଷରେ ଅରବପତି ତାଲିକାରେ ବିଶ୍ୱର ୨,୬୬୮ ଜଣ ବ୍ୟକ୍ତିବିଶେଷଙ୍କ ନାଁ ରହିଛି। ତେବେ ଏହି ସଂଖ୍ୟା ଗତବର୍ଷ ତୁଳନାରେ ୮୭ କମ। ଯୁଦ୍ଧ, ମହାମାରୀ ଓ ବିପର୍ଯ୍ୟୟ ମାର୍କେଟ ବିଶ୍ୱର କିଛି ଅରବପତିଙ୍କ ସମ୍ପତ୍ତିକୁ ହ୍ରାସ କରିଥିବା ବ୍ୟବସାୟିକ ମ୍ୟାଗାଜିନରେ କୁହାଯାଇଛି। କିନ୍ତୁ ଗତବର୍ଷ ତୁଳନାରେ ୧୦୦୦ ଅରବପତି ଚଳିତ ଥର ଅଧିକ ଧନୀ ହୋଇଛନ୍ତି। ବିଲିୟନେୟାର ତାଲିକାରେ ୨୩୬ ଜଣ ନବାଗତ ଅଛନ୍ତି, ଯେଉଁଥିରେ ଆମେରିକାର ୭୩୫ ବିଲିୟନେୟାର ରହିଛନ୍ତି । ସେମାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪.୭ ଟ୍ରିଲିୟନ ଡଲାର।

ଅରବପତି ତାଲିକାରେ ରୁଷ ଓ ଚାଇନା ନାଗରିକଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ଗତବର୍ଷ ଅପେକ୍ଷା ଏଥର ଅରବତି ତାଲିକାରେ ରୁଷର ୩୪ ଜଣ ଓ ଚାଇନାର ୮୭ ଜଣ କମ ବ୍ୟକ୍ତିବିଶେଷ ସ୍ଥାନ ପାଇଛନ୍ତି।

Advertisment
Mukesh Ambani Forbes Richest List Goutam Adani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ