ଖସିପଡ଼ିଲା ରେଲୱେ ଫୁଟ୍ ଓଭରବ୍ରିଜ ସ୍ଲାବ୍ ! ୨୦ରୁ ଅଧିକ ଯାତ୍ରୀ ଆହତ

ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

foot-over bridge collapse

ଭୁଶୁଡ଼ି ପଡ଼ିଲା ରେଲୱେ ଷ୍ଟେସନ୍ ଫୁଟ୍ ଓଭରବ୍ରିଜ୍ । ମହାରାଷ୍ଟ୍ର ଚନ୍ଦ୍ରପୁର ଷ୍ଟେସନର ଫୁଟ୍ ଓଭରବ୍ରିଜର ଗୋଟିଏ ଅଂଶ ଖସି ଯାଇଛି । ଫଳରେ ୨୦ରୁ ଅଧିକ ଲୋକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେଥିରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଆଜି ଅପରାହ୍ଣରେ ଲୋକେ ଫୁଟ୍ ଓଭରବ୍ରିଜ୍ ଦେଇ ଯାଆସ କରୁଥିବା ବେଳେ ଏପରି ଘଟଣା ଘଟିଛି । ଦୁର୍ଘଟଣା ପରେ ଚନ୍ଦ୍ରପୁର ଷ୍ଟେସନରେ ଟ୍ରେନର ରୁଟକୁ ପରିବର୍ତ୍ତନ କରାଯାଇଛି । ତୁରନ୍ତ ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ଓ ରେଲୱେ ଅଧିକାରୀ ପହଞ୍ଚି ମରାମତି କରୁଛନ୍ତି ।

ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଏହି ଘଟଣା ପ୍ରାୟ ସନ୍ଧ୍ୟା ୫ଟା ସମୟରେ ଘଟିଥିଲା । ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି । ରେଳବାଇ ପକ୍ଷରୁ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ସରଳ ଅଳ୍ପ ଆଘାତ ପାଇଁ ଲୋକଙ୍କୁ ୫୦,୦୦୦ ଟଙ୍କା ଚିକିତ୍ସା ସହାୟତା ଘୋଷଣା କରାଯାଇଛି ।