Advertisment

Food Prices will Decrease: ରିଜର୍ଭ ବ୍ୟାଙ୍କର ଆକଳନ: ଚଳିତ ବର୍ଷ ଫସଲ ଉତ୍ପାଦନ ଉତ୍ସାହଜନକ ରହିବ

ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ, ବିନିଯୋଗ ଚାହିଦାରେ ବୃଦ୍ଧି, ସେବା କ୍ଷେତ୍ରରେ ସୁଧାର ଓ କୃଷି ଉତ୍ପାଦନ ବୃଦ୍ଧି ସହିତ ଭାରତର ଅର୍ଥନୈତିକ ଗତିବିଧି ବଢ଼ିଛି । ଅର୍ଥନୀତିକୁ ନେଇ ଉପଭୋକ୍ତା ଏବଂ ବ୍ୟବସାୟ ଜଗତ ଆଶାବାଦୀ ରହିଛନ୍ତି । ବିନିର୍ମାଣ କ୍ଷେତ୍ର ବଢ଼ିବା ସହ ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ।

ଅଦ୍ୟତନ ହୋଇଛି
ହ୍ରାସ ପାଇବ ଦରଦାମ୍

ହ୍ରାସ ପାଇବ ଦରଦାମ୍

Advertisment

ବିଶ୍ୱ ବଜାରରେ ବିଭିନ୍ନ ପ୍ରକାର ଅନିଶ୍ଚିତତା ସତ୍ତ୍ୱେ ଭାରତ ୨୦୨୫-୨୬ରେ ଏହାର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିବ। ଦେଶର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବାକୁ ଉଦ୍ୟମ ଜାରି ରଖିଛି। ଅର୍ଥନୀତିକୁ ସବଳ କରିବାକୁ ଯାଇ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୩୯୮.୭୧ ବିଲିୟନ ଡଲାର୍‌ର ବିଦେଶୀ ମୁଦ୍ରା ବିକ୍ରି କରିଛି। ଦୁର୍ବଳ ଟଙ୍କାକୁ ସଜାଡ଼ିବା ପାଇଁ ଆର୍‌ବିଆଇ ଏ ନିଷ୍ପତ୍ତି ନେଇଛି ବୋଲି ବଜାର ବିଶେଷଜ୍ଞ ମତ ଦେଇଛନ୍ତି। ୨୦୨୩-୨୪ରେ ଆର୍‌ବିଆଇ ୧୫୩.୦୩ ବିଲିୟନ ଡଲାରର ବିଦେଶୀ ମୁଦ୍ରା ବିକ୍ରି କରିଥିଲା । ୨୦୨୨-୨୩ରେ ଏହା ୨୧୨.୫୭ ବିଲିୟନ ଡଲାର ଥିଲା ।

Advertisment

ବିଶ୍ୱ ଆର୍ଥିକ ବଜାରରେ ଉତ୍‌ଥାନ ପତନ, ଭୂ-ରାଜନୈତିକ ଅସ୍ଥିରତା, ବାଣିଜ୍ୟ ଯୁଦ୍ଧ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଜଳବାୟୁଜନିତ ଅନିଶ୍ଚିତତା ମଧ୍ୟରେ ଗତି କରିଛି। ଏସବୁ ସତ୍ତ୍ବେ ବି ଭାରତୀୟ ଅର୍ଥନୀତିର ମୂଳଦୁଆ ମଜଭୁତ ରହିଛି। ଫଳରେ ଭାରତ ଏହାର ଦୃଢ଼ ମୁକାବିଲା କରିପାରିବ । ଭାରତର ପ୍ରଦର୍ଶନ ଭଲ ରହିବ ଏବଂ ଏହା ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମୁକୁଟ ପୁଣି ପିନ୍ଧିବ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ, ବିନିଯୋଗ ଚାହିଦାରେ ବୃଦ୍ଧି, ସେବା କ୍ଷେତ୍ରରେ ସୁଧାର ଓ କୃଷି ଉତ୍ପାଦନ ବୃଦ୍ଧି ସହିତ ଭାରତର ଅର୍ଥନୈତିକ ଗତିବିଧି ବଢ଼ିଛି । ଅର୍ଥନୀତିକୁ ନେଇ ଉପଭୋକ୍ତା ଏବଂ ବ୍ୟବସାୟ ଜଗତ ଆଶାବାଦୀ ରହିଛନ୍ତି । ବିନିର୍ମାଣ କ୍ଷେତ୍ର ବଢ଼ିବା ସହ ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ବିଶ୍ୱ ବାଣିଜ୍ୟରେ ଭାରତର ଭାଗିଦାରୀ ବଢୁଥିବା ଆର୍‌ବିଆଇ କହିଛି। ଏହା ଭାରତ ପାଇଁ ସୁଫଳ ପ୍ରଦର୍ଶନ କରିବ।

ଜାପାନକୁ ପଛରେ ପକାଇଲା ଭାରତ

ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାର ଗୌରବ ଅର୍ଜନ କରିଛି ଭାରତ। ମୋର୍ଗାନ ଷ୍ଟାନଲି ଏବଂ ଏସଆଣ୍ଡପି ଗ୍ଲୋବାଲ କମୋଡିଟି ଇନସାଇଟ୍ସ ରିପୋର୍ଟ ଅନୁସାରେ, ଭାରତର ଅର୍ଥନୀତି ୨୦୨୬ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିବ । ଭାରତର ଜିଡିପି (ମୋଟ ଘରୋଇ ଉତ୍ପାଦ) ୨୦୨୪-୨୫ରେ ୭.୫% ହାରରେ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଯାହା ଜାପାନର ଅର୍ଥନୈତିକ ବୃଦ୍ଧି ହାର (ପ୍ରାୟ ୧-୨%) ତୁଳନାରେ ଅଧିକ। ଅନ୍ୟପକ୍ଷରେ ଜାପାନ ଏବଂ ଭାରତ ମଧ୍ୟରେ ଅର୍ଥନୈତିକ ସହଯୋଗ ମଜବୁତ ହେଉଛି। ଜାପାନ ଭାରତରେ ଭିତ୍ତିଭୂମି ବିକାଶ, ଯେପରି ଦିଲ୍ଲୀ-ମୁମ୍ବାଇ ଇଣ୍ଡଷ୍ଟ୍ରିଆଲ କରିଡର ଏବଂ ବୁଲେଟ ଟ୍ରେନ ପ୍ରକଳ୍ପରେ ବଡ଼ ବିନିଯୋଗ କରୁଛି। ଏହା ଭାରତର ଅର୍ଥନୈତିକ ଏବଂ ଜୀବନଶୈଳୀମାନକୁ ଉନ୍ନତ କରିବାରେ ସହାୟକ ହେବ। ଆଗାମୀ ଦିନରେ ଭାରତ ସେବା, ସ୍ବାସ୍ଥ୍ୟ ଏବଂ ଶିକ୍ଷାରେ ଦ୍ରୁତ ବିକାଶ କରିବ ବୋଲି ବିଭିନ୍ନ ରେଟିଂ ଏଜେନ୍ସି ଆକଳନ କରିଛନ୍ତି।

Advertisment

ଆଗକୁ ଦରଦାମ୍‌ ହ୍ରାସ ପାଇବ : ରିଜର୍ଭ ବ୍ୟାଙ୍କ

ଖୁଚୁରା ମୁଦ୍ରାସ୍ଫୀତି ହାର ୭୫ ମାସର ସର୍ବନିମ୍ନ ସ୍ତର ୨.୮୨ ପ୍ରତିଶତକୁ ଖସିଛି। ଚଳିତ ବର୍ଷ ଫସଲ ଉତ୍ପାଦନ ଉତ୍ସାହଜନକ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଥିବାରୁ ଖାଦ୍ୟ ଦାମ୍ ଆଗାମୀ ଦିନରେ କମ୍ ରହିବା ଆଶା କରାଯାଉଛି। ବିଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ଯଥେଷ୍ଟ ଉନ୍ନତି କରିଛି। ୨୦୧୪-୧୫ ପରଠାରୁ ଅର୍ଥନୀତିର ଆକାର ବୃଦ୍ଧି ପାଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ତଥ୍ୟ ଅନୁସାରେ ୨୦୧୪-୧୫ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୧୦୬.୫୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୪-୨୫ ସୁଦ୍ଧା ତାହା ତିନି ଗୁଣା ବୃଦ୍ଧି ପାଇ ୩୩୧.୦୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି : ଜାତିସଂଘ

ସମଗ୍ର ବିଶ୍ବଅର୍ଥନୀତି ଏବେ ସଙ୍କଟ ପରିସ୍ଥିତି ଦେଇ ଗତି କରୁଥିବାବେଳେ ଭାରତ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ଭାବେ ନିଜର ସ୍ଥାନ ଦୃଢ଼ କରିଛି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୬.୩% ହାରରେ ବୃଦ୍ଧି ପାଇବାକୁ ଥିବା‌େ‌ବେଳ ବିଶ୍ୱ ଅର୍ଥନୀତି ୨୦୨୫ରେ ୨.୪% ହାରରେ ବୃଦ୍ଧି ପାଇବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ଅର୍ଥାତ ବିଶ୍ବଅର୍ଥନୀତି ସାଘାଂତିକ ସଙ୍କଟକୁ ସାମ୍‌ନା କରୁଛି।

Advertisment

ଅନ୍ୟପକ୍ଷରେ ଚୀନର ଅର୍ଥନୀତି ୨୦୨୫ରେ ୪.୬% ଏବଂ ଆମେରିକା ୧.୬% ହାରରେ ବୃଦ୍ଧି, ଜର୍ମାନୀରେ ଋଣାତ୍ମକ ବୃଦ୍ଧି (-୦.୧%) ଏବଂ ଜାପାନରେ ୦.୭% ବୃଦ୍ଧି ଏବଂ ଇଉରୋପୀୟ ସଂଘର ମୋଟ ବୃଦ୍ଧି ହାର ୧% ରହିବ ବୋଲି ଆକଳନ କରାଯାଇଛି। ମୁଖ୍ୟତଃ ଶକ୍ତିଶାଳୀ ଘରୋଇ ଉପଭୋଗ, ସରକାରୀ ବିନିଯୋଗ , ସେବା ରପ୍ତାନି, ଫାର୍ମାସ୍ୟୁଟିକାଲ୍ସ ଏବଂ ଇଲେକ୍ଟ୍ରୋନିକ୍ସ ଭଳି ନିର୍ଦ୍ଦିଷ୍ଟ ପଣ୍ୟ କ୍ଷେତ୍ରରେ ରପ୍ତାନି ବୃଦ୍ଧି ଭାରତର ଅର୍ଥନୀତିକୁ ସମୃଦ୍ଧ କରୁଛି। ଅନ୍ୟପକ୍ଷରେ, ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ବିସ୍ତାର ଭାରତର ଅର୍ଥନୈତିକ ଗତିଶୀଳତାକୁ ଆଗେଇ ନେଉଛି। ଭାରତର ଏହି ଧାରା ବଜାୟ ରହିବ ବୋଲି ବଜାର ବିଶେଷଜ୍ଞ ମତ ଦେଇଛନ୍ତି।

Email id : serveforthenation@gmail.com

Home Price Appreciation Index Kharif Crops Essential Commodities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ