Advertisment

ଘୋଡ଼ା ଚଢ଼ି ଫୁଡ୍‌ ଡେଲିଭରି, ୟୁଜର୍ସ କହିଲେ- 'Employee Of The Year'

ବର୍ଷାରେ ଅତିଷ୍ଠ ହୋଇ ଡେଲିଭରିବୟ ଜଣକ ଘୋଡ଼ା ଚଢ଼ି ଫୁଡ୍‌ ଡେଲିଭରି କରିଥିବା ଦେଖିବାକୁ ମିଳିଛି। ମୁମ୍ବାଇ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Food delivery boy rides horse to drop off orders amidst

Food delivery boy rides horse to drop off orders amidst

Advertisment

ଯଦି ବର୍ଷା ଦିନରେ ଆପଣ ଟ୍ରାଫିକରେ ଫସି ଯାଇଛନ୍ତି ଓ ଠିକ୍‌ ସମୟରେ ଆପଣଙ୍କୁ ଫୁଡ୍‌ ଡେଲିଭରି କରିବାର ଅଛି, ଏହା ଭାବିଲେ ଅକଲ ଗୁଡ଼ୁମ ହୋଇଯାଇଥାଏ। ହେଲେ ଜଣେ ଫୁଡ୍‌ ଡେଲିଭରିବୟ ଏଭଳି ଏକ ନିଆରା ପନ୍ଥା ଆପଣାଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ବର୍ଷାରେ ଅତିଷ୍ଠ ହୋଇ ଡେଲିଭରିବୟ ଜଣକ ଘୋଡ଼ା ଚଢ଼ି ଫୁଡ୍‌ ଡେଲିଭରି କରିଥିବା ଦେଖିବାକୁ ମିଳିଛି। ମୁମ୍ବାଇ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

କିଛି ଲୋକ ଫୁଡ୍‌ ଡେଲିଭରିବୟଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ଏହାର ମଜାକ ଉଡ଼ାଇଛନ୍ତି। ସେହିପରି ଆଉ କିଛି ଲୋକ କହିଛନ୍ତି, ଏହି ଡେଲିଭରିବୟଙ୍କ 'Employee Of The Year' ଆୱାର୍ଡ  ଦିଆଯିବା ଉଚିତ୍‌। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ମୁମ୍ବାଇର ବ୍ୟସ୍ତ ବହୁଳ ରୋଡ୍‌ରେ ଡେଲିଭରିବୟ ଜଣକ ଘୋଡ଼ା ଚଢ଼ି କାନ୍ଧରେ ବ୍ୟାଗ୍‌ ପକାଇ ଫୁଡ୍‌ ଡେଲିଭର କରିବାକୁ ଯାଉଛନ୍ତି। 

Advertisment

ସୂଚନାଥାଉ କି, ଗତ ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା। ଏହାଦ୍ୱାରା ଟ୍ରେନ୍‌, ବସ୍‌ ସେବା ପ୍ରଭାବିତ ହୋଇଥିଲା। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ସହ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।  

Viral Video Online Food Delivery Food Delivery Boy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ