Advertisment

୨୦୨୬ ପର୍ଯ୍ୟନ୍ତ କମିବ ନାହିଁ ପେଟ୍ରୋଲ କି ଡ଼ିଜେଲ ଦର?

କେବଳ ଏତିକି ନୁହେଁ ବରଂ ନିର୍ମଳା ଆହୁରି ମଧ୍ୟ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ଚିନ୍ତିତ ଅଛନ୍ତି। ଲୋକମାନେ ଚିନ୍ତିତ ହେବା ସ୍ୱାଭାବିକ କଥା। କିନ୍ତୁ କେନ୍ଦ୍ର ଏବଂ ରାଜ୍ୟ ଆଲୋଚନା କରିବା ପରେ ଅର୍ଥାତ୍‌ ଯେ ପର୍ଯ୍ୟନ୍ତ ତୈଳ ଦର ଉପରେ ରାଜ୍ୟମାନଙ୍କ ସହ କେନ୍ଦ୍ର ଆଲୋଚନା କରିନାହିଁ ସେ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇନପାରେ ବୋଲି ନିର୍ମଳ ପରୋକ୍ଷରେ କହିଛନ୍ତି।

ଅଦ୍ୟତନ ହୋଇଛି
undefined

nirmala

Advertisment

ନୂଆଦିଲ୍ଲୀ: ଏବେ ଶସ୍ତା ହେବ ନାହିଁ ତୈଳ ଦର। ଏମିତି ମହଙ୍ଗା ମାଡ଼ିରେ ଯୁଝି ହେବେ ଆପଣ। ଏ କଥା ଆମେ ନୁହେଁ ବରଂ ଖୋଦ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନିର୍ମଳା କହିଛନ୍ତି କି ବର୍ତ୍ତମାନ ସମୟରେ ତୈଳ ଦର ହ୍ରାସ ହେବା ପରି ମନେ ହେଉନାହିଁ। ଓଲଟି ସେ କହିଛନ୍ତି ଆଜି ଦେଶରେ ଯେଉଁ ତେଲ ଦାମ୍‌ ଏପରି ଭାବରେ ବଢୁଛି ସେଥିଲାଗି ପୂର୍ବ ସରକାର ଅର୍ଥାତ୍‌ କଂଗ୍ରେସ କେବଳ ଦାୟୀ।

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରର ତେଲ ବଣ୍ଡ ପାଇଁ ଦିଆଯାଉଥିବା ସୁଧ ଦେୟ ଲାଗି ତୈଳ କମ୍ପାନୀ ଉପରେ ତାହାର ପ୍ରଭାବ ପଡ଼ୁଛି। ଗତ ପାଞ୍ଚ ବର୍ଷ ମଧ୍ୟରେ କେବଳ ତୈଳ ବଣ୍ଡ ଉପରେ ୭୦,୧୯୫.୭୨ କୋଟି ଟଙ୍କା ସୁଧ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ୨୦୨୬ ବର୍ଷ ସୁଦ୍ଧା ଭାରତ ସରକାରଙ୍କୁ ୩୭ ହଜାର କୋଟି ଟଙ୍କା ଦେବାକୁ ପଡିବ। ତେଣୁ ତୈଳ ଦର କମୁନାହିଁ। ଏହାସହ ସେ କହିଛନ୍ତି ଯେ ସୁଧ ଦେୟ ପରେ ମଧ୍ୟ ମୂଳ ପରିମାଣ ୧.୩୦ ଲକ୍ଷ କୋଟିରୁ ଅଧିକ ରହିଛି। ଯଦି ପୂର୍ବ ସରକାର ତୈଳ ବଣ୍ଡର ସୁଧ ଆମକୁ ଦେବାକୁ ପଡ଼ିନଥାନ୍ତା ତେବେ ତେଲ ଦର କମିବା ଉପରେ ସରକାର ବିଚାର କରନ୍ତେ ବୋଲି ନିର୍ମଳା କହିଛନ୍ତି।

କେବଳ ଏତିକି ନୁହେଁ ବରଂ ନିର୍ମଳା ଆହୁରି ମଧ୍ୟ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ଚିନ୍ତିତ ଅଛନ୍ତି। ଲୋକମାନେ ଚିନ୍ତିତ ହେବା ସ୍ୱାଭାବିକ କଥା। କିନ୍ତୁ କେନ୍ଦ୍ର ଏବଂ ରାଜ୍ୟ ଆଲୋଚନା କରିବା ପରେ ଅର୍ଥାତ୍‌ ଯେ ପର୍ଯ୍ୟନ୍ତ ତୈଳ ଦର ଉପରେ ରାଜ୍ୟମାନଙ୍କ ସହ କେନ୍ଦ୍ର ଆଲୋଚନା କରିନାହିଁ ସେ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇନପାରେ ବୋଲି ନିର୍ମଳା ପରୋକ୍ଷରେ କହିଛନ୍ତି।

Advertisment

ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ ୟୁପିଏ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ତୈଳ ବଣ୍ଡ ପାଇଁ ଦିଆଯାଉଥିବା ସୁଧ ଦେୟ ଯୋଗୁଁ ରାଜ୍ୟ ଉପରେ ତୈଳ ଖନନର ଭାର ପଡ଼ୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଗତ ପାଞ୍ଚ ବର୍ଷ ମଧ୍ୟରେ କେବଳ ତୈଳ ବଣ୍ଡ ଉପରେ ୭୦ ହଜାର କୋଟି ଟଙ୍କା ସୁଧ ପ୍ରଦାନ କରିଛନ୍ତି। ତେଣୁ ଏଥିଯୋଗୁଁ ତୈଳ ଦର କମୁନାହିଁ। ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଟିପ୍ପଣୀକୁ କଟାକ୍ଷ କରିଛି କଂଗ୍ରେସ। ଦଳ କହିଛି, ବିଜେପି ସରକାର ପରକୁ ଦୋଷ ଦେଇ ଦେଶକୁ ଲୁଟୁଛି।

Advertisment
India Finance Minister Nirmala Sitharaman Oil Price Rise
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ