Advertisment

କି ଅବସ୍ଥା ହେଲା ! ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି

କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଲେ କେଜ୍ରିୱାଲ,ବନ୍ୟା ସ୍ଥିତି ନେଇ ବୈଠକ ଡାକିଲେ ଉପରାଜ୍ୟପାଳ।

ଅଦ୍ୟତନ ହୋଇଛି
Wotterlogging In CM House

yamuna

Advertisment

ଯମୁନା ନଦୀ ବଢୁଥିବାରୁ ରାଜଧାନୀ ଦିଲ୍ଲୀରେ ବନ୍ୟା ସଦୃଶ୍ୟ ପରିସ୍ଥିତି । ଏବେ ବିପଦ ସଂକେତ ଉପରେ ଚାଲୁଛି ଯମୁନା ନଦୀ । ଦିଲ୍ଲୀରେ ଯମୁନା ଜଳସ୍ତର ୨୦୮. ୪୬ ମିଟର ରେକର୍ଡ କରାଯାଇଛି। ବିପଦ ସଂକେତରୁ ୩ ମିଟର ଉପରେ ଚାଲୁଛି ଯମୁନା । ଗତ ୪୫ ବର୍ଷ ମଧ୍ୟରେ ଏହା ସବୁଠାରୁ ଅଧିକ ଜଳସ୍ତର ରେକର୍ଡ ।

Advertisment

ଯମୁନାରେ ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀର ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି । ତଳିଆ ଅଂଚଳରେ ପାଣି ଜମିରହିଥିବାରୁ ପ୍ରାୟ ୧୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପାଣି ବଢ଼ି ଆସି ସିଭିଲ୍ ଲାଇନ୍ସର ରିଂଗ ରୋଡ୍ ଜଳମଗ୍ନ ହୋଇପଡିଛି । ମଜନୁ କା ଟିଲା, କାଶ୍ମିରୀ ଗେଟ୍, ISBTକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ପଡିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଞ୍ଚଳ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନ ଏବଂ ଦିଲ୍ଲୀ ବିଧାନସଭା ଠାରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ ।

ଅଧିକ ପଢ଼ନ୍ତୁ: ଉଛୁଳୁଛି ଯମୁନା ନଦୀ, ଦିଲ୍ଲୀରେ ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଜଳସ୍ତର

Advertisment

ପାଣି ବଢ଼ୁଥିବାରୁ ଦେଖାଦେଇଛି ନାହିଁ ନଥିବା ଟ୍ରାଫିକ୍ ସମସ୍ୟା । ହଜାର ହଜାର ସଂଖ୍ୟାରେ ଗାଡ଼ି ଘଣ୍ଟା ଘଣ୍ଟା ଅଟକି ରହିଛନ୍ତି । ହରିୟାଣାର ହଥନିକୁଣ୍ଡ ବ୍ୟାରେଜରୁ ଘଣ୍ଟାପ୍ରତି ୧ରୁ ୨ ଲକ୍ଷ କ୍ୟୁସେକ୍ ଜଳ ଛଡାଯାଉଥିବାରୁ ଦିଲ୍ଲୀରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।...

ସେପଟେ ଯମୁନାରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ଅରବିନ୍ଦ କେଜ୍ରିୱାଲ ଜରୁରୀ ବୈଠକ ଡକାଇଛନ୍ତି । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହିତ ରିଲିଫ୍ କେନ୍ଦ୍ର ଗୁଡିକରେ ସମ୍ଭାବ୍ୟ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ମଧ୍ୟ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଛନ୍ତି ।

Advertisment

ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଘର ଖାଲି କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିବେଦନ କରିଛନ୍ତି ।ଦିଲ୍ଲୀର ଅନେକ ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀ ଗଠନ କରାଯାଇଛି । ଆବଶ୍ୟକ ପଡିଲେ ନିକଟସ୍ଥ ବିଦ୍ୟାଳୟ ଗୁଡ଼ିକୁ ବନ୍ୟା ଆଶ୍ରୟସ୍ଥଳୀରେ ପରିଣତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ମନାଲିକୁ ଖିନଭିନ୍ କରିଦେଲା ପ୍ରକୃତିର କରାଳ ରୂପ: ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ

Floods Yamuna River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ