Flood Like Situation In North India
ଭାସୁଛି ଉତ୍ତର ଭାରତ। କାଶ୍ମୀର ଠୁ ଦିଲ୍ଲୀ ଯାଏ ସତେ ଯେମିତି ପାଣିରେ ବୁଡ଼ି ରହିଛି। ପ୍ରକୃତିର କୋପ ଏତେ ଯେ, କେଉଁଠି କାର୍ ଭାସି ଯାଇଛି ତ, ଆଉ କେଉଁଠି ବ୍ରିଜ୍ ଭୁଶୁଡ଼ି ପଡ଼ିଛି। କେଉଁଠି ନଦୀର ପ୍ରଖର ସୁଅରେ ପୁରା ଗାଁ ବୁଡ଼ି ଯାଇଛି। ହିମାଚଳ ପ୍ରଦେଶ, ପଞ୍ଜାବ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ସ୍ଥିତି ଗମ୍ଭୀର ରହିଛି। ଏକାଧିକ ନଦୀର ଜଳସ୍ରୋତ ଏବେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି।
ଏସବୁ ଭିତରେ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି। ଜଳ ପ୍ରଳୟରେ ଏଯାଏ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ହିମାଚଳ ପ୍ରଦେଶରେ ୫ ଜଣ ଏବଂ ଜମ୍ମୁ କାଶ୍ମୀରରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ଉତ୍ତରାଖଣ୍ଡରେ ୬ ଜିଲ୍ଲାର ୧୫୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ରାଜ୍ୟରେ ଦେଖା ଦେଇଥିବା ପ୍ରଳୟଙ୍କରୀ ବନ୍ୟା ସ୍ଥିତି ସମ୍ପର୍କରେ ପଞ୍ଜାବ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଥା ହୋଇଛନ୍ତି। ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁ ଦୁଇ ରାଜ୍ୟରେ ହୋଇଥିବା ମୃତ୍ୟୁ ବାବଦରେ ଅବଗତ ହେବା ସହ କେନ୍ଦ୍ର ପକ୍ଷରୁ ଉଭୟ ରାଜ୍ୟକୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଶାହ କହିଛନ୍ତି।
ସେପଟେ ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ଆଜି ଦିଲ୍ଲୀ ଏବଂ ନୋଏଡାରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। କାରଣ ଏକାଧିକ ଅଞ୍ଚଳ ପାଣିରେ ବୁଡ଼ି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1688959802.jpg)