Advertisment

ଜାମ୍ମୁ-ହିମାଚଳରେ ବନ୍ୟା: ୨୨ ମୃତ, ୫୦ ନିଖୋଜ

ତେଣୁ ଲୋକମାନେ ନିଜର ଅତ୍ୟାବଶ୍ୟ ସାମଗ୍ରୀ ଉଦ୍ଧାର ମଧ୍ୟ କରିପାରିନଥିଲେ କି ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ ଯେଉଁଥି ଲାଗି ଅଧିକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ନିଖୋଜମାନଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଅଦ୍ୟତନ ହୋଇଛି
ଜାମ୍ମୁ-ହିମାଚଳରେ ବନ୍ୟା: ୨୨ ମୃତ, ୫୦ ନିଖୋଜ

Flood In Jammu

Advertisment

ଜାମ୍ମୁ :ଜାମ୍ମୁ-କାଶ୍ମୀର ଓ ହିମାଚଳରେ ପ୍ରବଳ ବର୍ଷା। ହଠାତ୍ ବାଦଲ ଫଟା ବର୍ଷା ହେବା କାରଣରୁ ୨୨ ଜଣ ଲୋକଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ଏହାସହ ୫୦ ରୁ ଅଧିକ ଲୋକ ନିଖୋଜ ରହିଥିବା ନେଇ ମଧ୍ୟ ସୂଚନା ମିଳିଛି।  କାଶ୍ମୀରରେ ପାହାଡ଼ ଉପରୁ ମୁସଳ ଧାରାରେ ପାଣି ମାଡ଼ି ଆସିବା କାରଣରୁ ୮ ଜଣ ଭାସିଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି। କେବଳ ଏତିକିି ନୁହେଁ ମଧ୍ୟ ପ୍ରବଳ ବର୍ଷାରେ ଏକ ଘର ଭାସିଯାଇଥିଲା। ତେବେ ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସ୍ଥିତି ଏମିତି ହୋଇଥିଲା ଯେ, ଭୋରର ସମୟରେ ହଠାତ୍ ବର୍ଷା ହୋଇଥିଲା ଏବଂ ପାହାଡ଼ ଉପରୁ ପାଣି ମାଡ଼ିଆସିଥିଲା। ତେଣୁ ଲୋକମାନେ ନିଜର ଅତ୍ୟାବଶ୍ୟ ସାମଗ୍ରୀ ଉଦ୍ଧାର ମଧ୍ୟ କରିପାରିନଥିଲେ କି ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ ଯେଉଁଥି ଲାଗି ଅଧିକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ନିଖୋଜମାନଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment

ସେହିଭଳି ହିମାଚଳରେ ଆସିଥିବା ବନ୍ୟାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୃତକଙ୍କ ମଧ୍ୟରେ ଜଣେ୍ ପର୍ଯ୍ୟଟକ ମଧ୍ୟ ଅଛନ୍ତି। ବର୍ତ୍ତମାନ ସମୟରେ ବି ନିଖୋଜ ଲୋକଙ୍କୁ ଉଦ୍ଧାରକାରୀ ଦଳ ଖୋଜୁଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ କହିରଖୁଛୁ ଯେ, ବୁଧବାର ଭୋର ପ୍ରାୟ ୪ଟା ୨୦ରେ ମଧ୍ୟ ବାଦଲ ଫାଟିଥିଲା।  ପ୍ରବଳ ବର୍ଷା ହେବା କାରଣରୁ ୫ ଘର ଭୁଷୁଡି ଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ନିଖୋଜ ହୋଇଥିଲେ । 

Advertisment

ଏହି ଦୁର୍ଘଟଣା ଡଚ୍ଚନର ଏପରି ଇଲାକାରେ ହୋଇଛି ଯେଉଁଠିକି ଯିବା ପାଇଁ ରାସ୍ତା ନାହିଁ।  ଦୁର୍ଘଟଣାରେ ୬ଟି ଘର ସମେତ ଗୋଟିଏ ରାସନ ଡିପୋ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୩୫ ଜଣ ଲୋକ ନିଖୋଜ ହୋଇ ଯାଇଥିଲେ।  ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ସୂଚନା ଦେଇ କହିଥିଲା କିସ୍ତୱାଡାରେ ପ୍ରବଳ ବର୍ଷା ଯୋଗୁ ଜରୁରୀକାଳିନ ସ୍ଥିତି ଘୋଷଣା କରାଯାଇଛି। ପାଣିପାଗ ବିଭାଗ ଅନୁସାରେ, ଜମ୍ମୁ-କାଶ୍ମୀରର ଅଧିକାଂଶ ସ୍ଥାନରେ ଆକଶରେ ବାଦଲ ଛାଇ ରହିଛି। ପୁଂଚ୍ଛ, ରାଜୌରୀ, ରିୟାସୀ ଆଦି କିଛି ସ୍ଥାନରେ ରହି ରହି ବର୍ଷା ହେଉଛି। ୩୦ ଜୁଲାଇ ପର୍ଯ୍ୟନ୍ତ ଏଠାରେ ଅଳ୍ପ ଅଳ୍ପ ବର୍ଷା ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟ ଆଶଙ୍କା ଦେଖା ଦେଇଛି। ଏଥିସହିତ ଭୂସ୍ଖଳନ ଏବଂ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ପାଣିପାଗ ବିଭାଗ ସମସ୍ତଙ୍କୁ ସତର୍କ ରହିବା ପାଇଁ ଚେତାବନୀ ଦେଇଛି।

India Himachal Pradesh Flood JammuKashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ