Flood displaces around 57,000 people in Assam
ଆସାମରେ ବନ୍ୟାର ପ୍ରକୋପ । ଅବିଶ୍ରାନ୍ତ ବର୍ଷା ପରେ ବନ୍ୟାରେ ଉବୁଟୁବୁ ରାଜ୍ୟ । ଆସାମର ୨୦ଟି ଜିଲ୍ଲାର ୬୫୨ ଟି ଗାଁ ପାଣି ଘେରରେ ରହିଛି ।ପାଣି ଘେରରେ ରହିବା କାରଣରୁ ପ୍ରାୟ ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଭୂସ୍ଖଳନ ଯୋଗୁଁ ମାଟି ଧସି ପାହାଡିଆ ଜିଲ୍ଲା ଦିମା ହାସାଓ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ।
ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭୂସ୍ଖଳନରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ପରିସ୍ଥିତିକୁ ଦେଖି ୫୫ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି । ସେଠାରେ ପ୍ରାୟ ୩୫ ହଜାର ଲୋକ ଆଶ୍ରୟ ନେଇଛନ୍ତି ।
(ଜଳବନ୍ଦୀ ହୋଇଥିବା ଗାଁ)ସ୍ଥାନୀୟ ଲୋଙ୍କ ସହ ଅଗ୍ନିଶମ ବାହିନୀ, ଏସଡିଆରଏଫ୍ ଓ ଏନଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଅନେକ ସ୍ଥାନରେ ରାସ୍ତା ଓ ବ୍ରିଜ ଭାଙ୍ଗିଯାଇଥିବାରୁ ଯାତାୟତ ଠପ୍ ହୋଇଯାଇଛି ।
ଆସାମର କାଛର, ଧେମାଜି, କର୍ବି-ଆଙ୍ଗଲଙ୍ଗ, ନାଗା, ନାଲବରୀ ଓ କାମରୂପ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି । ସେହିପରି ଆସାମ ଓ ପଡୋଶୀ ରାଜ୍ୟ ମେଘାଳୟ, ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀନାଳର ଜଳସ୍ତର ବଢିଛି। ଆସାମର କୋପିଲି ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652754301.jpg)