Advertisment

ମନ୍ଦିରରୁ ଚୋରି କରିବା ପାଇଁ କାନ୍ଥ ଖୋଳି ଭିତରେ ପଶିଥିଲେ, ହେଲେ ଫେରାର ବେଳେ ଘଟିଲା ଏମିତି କିଛି...

କାନ୍ଥ ଖୋଳି ମନ୍ଦିର ଭିତରକୁ ଚୋରି କରିବାକୁ ପଶିଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଥିଲେ। ହେଲେ ବାହାରକୁ ବାହାରି ପାରିଲେ ନାହିଁ। ଯେଉଁ ଗାତ ନିଜ ପାଇଁ ଖୋଳି ଥିଲେ ସେହି ଗାତରେ ହିଁ ନିଜେ ଫଶିଗଲେ।

Fleeing Thief Gets Trapped In Hole

Fleeing Thief Gets Trapped In Hole

Advertisment

କାନ୍ଥ ଖୋଳି ମନ୍ଦିର ଭିତରକୁ ଚୋରି କରିବାକୁ ପଶିଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଥିଲେ। ହେଲେ ବାହାରକୁ ବାହାରି ପାରିଲେ ନାହିଁ। ଯେଉଁ ଗାତ ନିଜ ପାଇଁ ଖୋଳି ଥିଲେ ସେହି ଗାତରେ ହିଁ ନିଜେ ଫଶିଗଲେ। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି।

Advertisment

ଶ୍ରୀକାକୁଲମ ଜିଲ୍ଲାରେ ଥିବା ଜାମି ଏଲାମା ମନ୍ଦିରରୁ ୯ ଗ୍ରାମ ଓଜନର ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତ ଜଣକ ନିଜେ ଖୋଳି ଥିବା କାନ୍ଥ ବାଟ ଦେଇ ଯିବା ବେଳେ ଏହା ମଧ୍ୟରେ ଫଶି ଯାଇଥିଲେ। ଏନେଇ ପୋଲିସ୍‌ ସୂଚନା ଦେଇଛି। ଅଭିଯୁକ୍ତର ନାଁ ପାପା ରାଓ ବୋଲି ଜଣାପଡ଼ିଛି। ତାଙ୍କ ବିରୋଧରେ ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ପାପା ରାଓ ଶ୍ରୀକାକୁଲମ ଜିଲ୍ଲାରେ ଥିବା ଜାମି ଏଲାମା ମନ୍ଦିରରୁ ଚୋରି କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେ ମନ୍ଦିର ପରିସରରେ ଥିବା କାନ୍ଥ ଖୋଳି ଥିଲେ ଓ ଏହା ମଧ୍ୟ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ମନ୍ଦିରରୁ ୯ ଗ୍ରାମ ଓଜନର ରୁପା ଚୋରି କରି ବାହାରକୁ ବାହାରିବା ବେଳେ ଖୋଳି ଥିବା କାନ୍ଥରେ ଫଶି ଯାଇଥିଲେ। ଏହାପରେ ସେ ଧରାପଡ଼ି ଯାଇଥିଲେ। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହେପାଜତକୁ ନେଇଥିଲା।

Advertisment

ଧରାପଡ଼ିବା ପରେ ଚୋରି ଗହଣା ସବୁ ସେ ବାହାରକୁ ଫିଙ୍ଗି ଦେଇଥିଲେ। ଏଭଳି ଘଟଣା କେବେବି ଘଟି ନଥିବା ମନ୍ଦିରର ମାଲିକ କହିଛନ୍ତି। 

Advertisment

Loot Bid Foiled
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ