Advertisment

ପୋଲିସକୁ ଚକମା ଦେଇ ଖସିଗଲା ଅମ୍ରିତ ପାଲ ସିଂହ; ୧୨ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ

ଖସିଗଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ପଞ୍ଜାବ ପୋଲିସକୁ ଚକ୍‌ମା ଦେଇ ହେଲା ଫେରାର। ତାକୁ ଧରିବା ପାଇଁ ପୁଲିସ ନାକେଦମ୍ ହୋଇଛି। ଫେରାର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଳାତକ ଘୋଷଣା କରାଯାଇଛି।

Amritpal Singh

Amritpal Singh

Advertisment

ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମ୍ରିତ ପାଲ ସିଂହକୁ ପଳାତକ ଘୋଷଣା କରିଛି ପୋଲିସ । ତାକୁ ଧରିବା ପାଇଁ ଚାଲିଛି ଜୋରଦାର୍‌ ଅପରେସନ । ସୂଚନା ଅନୁସାରେ ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରାଯାଇପାରେ । ଜଳନ୍ଧର ମହିତପୁର ଅଞ୍ଚଳରେ ପୋଲିସକୁ ଚକମା ଦେଇ ଖସି ଯାଇଛି ଅମ୍ରିତ ପାଲ ସିଂହ। ପୋଲିସ ତାକୁ ୨୦-୨୫ କିଲୋମିଟର ଗୋଡ଼ାଇ ଥିଲେ ମଧ୍ୟ ଖସିଯିବାରେ ସେ ସକ୍ଷମ
ହୋଇଥିଲା ।

Advertisment

ଅମ୍ରିତପାଲର ୭ ସହଯୋଗୀଙ୍କୁ ଗିରଫ କରିଛି ପଂଜାବ ପୋଲିସ । ସେମାନଙ୍କଠାରୁ ବହୁତ ବନ୍ଧୁକ ଗୁଳି ଜବତ କରାଯାଇଛି । ଯେଉଁ ଗାଡ଼ିରେ ଅମ୍ରିତ ପାଲ ଖସି ପଳାଇଥିଲା, ସେହି ଗାଡ଼ିକୁ ଜବତ କରିଛି ପୋଲିସ । ଅମ୍ରିତ ପାଲର ପୈତୃକ ଗାଁର ୧୪୪ ଧାରା ଜାରି କରାଯିବା ସହିତ ପୋଲିସ ଛାଉଣୀରେ ପରିଣତ ହୋଇଛି । ପୂରା ପଂଜାବ ଓ ହିମାଚଳରେ ଜାରି କରାଯାଇଛି ହାଇ ଆଲର୍ଟ । ଅମ୍ରିତ ପାଲକୁ ଧରିବାକୁ ଜାରି ରହିଛି ସର୍ଚ୍ଚ ଅପରେସନ । ଖୁବ ଶୀଘ୍ର ତାକୁ କାବୁ କରାଯିବ ବୋଲି କହିଛି ପଂଜାବ ପୋଲିସ ।

ପଞ୍ଜାବରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ଣ ୧୨ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଅମୃତସର ଅନ୍ତର୍ଗତ ଅମ୍ରିତପାଲ୍‌ଙ୍କ ଗାଁ ଜାଲ୍ଲୁପୁର ଖୈରାସ୍ଥିତ ବାସଭବନ ବାହାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Advertisment

ସେପଟେ, କେନ୍ଦ୍ରୀୟ ଗୁଇନ୍ଦା ‌ଏଜେନ୍ସିମାନେ ମଧ୍ୟ କହିଛନ୍ତି, ‘ୱାରିସ୍ ପଞ୍ଜାବ ଦେ’ ସଙ୍ଗଠନର ନେତା ଅମ୍ରିତପାଲ୍ ସିଂହ ଜଣେ ‘ଆଇଏସ୍‌ଆଇ’ ଏଜେଣ୍ଟ୍‌। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଆନ୍ଦୋଳନରେ ହିଂସାକାଣ୍ଡ ଘଟାଇବା ପାଇଁ ପାକ୍ତିସ୍ତାନୀ ଗୁପ୍ତଚର ଏଜେନ୍ସି ତାଙ୍କୁ ଭାରତକୁ ଆଣିଛି।

ସୂଚନା ମୁତାବକ ପ୍ରଥମେ ଅମ୍ରିତପାଲଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଥିଲା। ହେଲେ ପରେ ସେ ଗିରଫ ହୋଇନଥିବା ସ୍ପଷ୍ଟ ହୋଇଥିଲା । ତେବେ ଅମ୍ରିତପାଲଙ୍କୁ ପଞ୍ଜାବ ପୁଲିସ ପଳାତକ ଘୋଷଣା କରିବା ସହ ସର୍ଚ୍ଚ ଅପରେସନ ଜାରି ରଖଛି। ଖୁବଶୀଘ୍ର ଅମ୍ରିତପାଲଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Advertisment

ପଞ୍ଜାବରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଗୁଜବରେ ବିଶ୍ୱାସ ନ କରିବାକୁ ପଞ୍ଜାବ ପୋଲିସ ଲୋକଙ୍କୁ ଅନୁରୋଧ କରିଛି । ଘଟଣା ଉପରେ ପୂରା ନଜର ରଖାଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କିଛି ଦିନ ପୂର୍ବରୁ ଅଜନାଲରେ ଅମ୍ରିତପାଲ ଓ ତାଙ୍କ ସମର୍ଥକ ପୋଲିସ ଥାନାରେ ପହଞ୍ଚି ବଡ଼ ଧରଣର ଆକ୍ରମଣ କରିଥିଲେ । ଯେଉଁଥିପାଇଁ ଅମ୍ରିତପାଲ ସିଂହ ଉପରେ ମୋଟ ତିନୋଟି ମାମଲା ରୁଜୁ କରାଯାଇଛି ।

Punjab Khalistan Sympathisers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ