Advertisment

ଜଟିଳ ହେଉଛି କାବୁଲ ଏୟାରପୋର୍ଟର ସ୍ଥିତି: ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୫ ମୃତ

କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି। ସେପଟେ କାବୁଲ ବିମାନ ବନ୍ଦରକୁ ସଟଡାଉନ୍‌ କରାଯାଇଥିବା ଖବର ଆସିଛି। ଯେଉଁଥି ଲାଗି ଏୟାରଇଣ୍ଡିଆ ନିଜର ଉଡ଼ାଣକୁ ବାତିଲ କରିଛି। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବିମାନବନ୍ଦରକୁ ଜଗିଥିବା ଆମେରିକୀୟ ସୁରକ୍ଷାକର୍ମୀ ଫାଙ୍କା ଗୁଳିଚାଳନା କରିଥିଲା। ମାତ୍ର ଗୁଳି ବାଜି ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
ଜଟିଳ ହେଉଛି କାବୁଲ ଏୟାରପୋର୍ଟର ସ୍ଥିତି: ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୫ ମୃତ

Kabul airport

Advertisment

କାବୁଲ: ଘନେଇବାରେ ଲାଗିଛି ଆଫଗାନିସ୍ତାନ ସଙ୍କଟ। ତାଲିବାନଙ୍କ ନିର୍ଯାତନାରୁ ବଂଚିବା ଲାଗି ଆଫଗାନୀମାନେ ଦେଶ ଛାଡ଼ୁଛନ୍ତି। ନିଜ ପରିବାର ସହ ଦେଶ ଛାଡ଼ି ଯିବା ଲାଗି ଶହ ଶହ ଆଫଗାନୀମାନେ କାବୁଲ ଏୟାରପୋର୍ଟରେ ଭିଡ଼ ଲଗାଇଛନ୍ତି। ଗୋଟିଏ ବିମାନରେ ଯେତିକି ଯାତ୍ରୀ ଯିବାର କଥା ତାହାଠାରୁ ଢେର୍‌ ଅଧିକ ଲୋକ ବସୁଥିବା ଦେଖାଯାଇଛି। ସ୍ଥିତି ଏପରି ହୋଇଛି ଯେ, ବିମାନରେ ଲୋକମାନେ ଟାଉନ୍‌ ବସ୍‌ରେ ଚଢିବା ପରି ଯାତ୍ରା କରୁଛନ୍ତି। ମୋଟ୍‌ ଉପରେ ବିମାନ ବନ୍ଦରରେ ବିକଳ ଚିତ୍ର ଦେଖିବାକୁ ମିଳିଛି। ଜୀବନ ବଂଚାଇବା ଲାଗି ଜୀବନ ବିକଳରେ ଗୋଟିଏ ବିମାନରେ ଏକାଧିକ ଲୋକ ଚଢୁଛନ୍ତି। କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି। ସେପଟେ କାବୁଲ ବିମାନ ବନ୍ଦରକୁ ସଟଡାଉନ୍‌ କରାଯାଇଥିବା ଖବର ଆସିଛି। ଯେଉଁଥି ଲାଗି ଏୟାରଇଣ୍ଡିଆ ନିଜର ଉଡ଼ାଣକୁ ବାତିଲ କରିଛି। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବିମାନବନ୍ଦରକୁ ଜଗିଥିବା ଆମେରିକୀୟ ସୁରକ୍ଷାକର୍ମୀ ଫାଙ୍କା ଗୁଳିଚାଳନା କରିଥିଲା। ମାତ୍ର ଗୁଳି ବାଜି ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ସେପଟେ, ତାଲିବାନ ପକ୍ଷରୁ ଗୋଟିଏ ପରେ ଗୋଟିଏ ଅଂଚଳକୁ କବ୍‌ଜା କରିବା ପରେ ରାଷ୍ଟ୍ରପତି ପଦରୁ ଗତକାଲି ଇସ୍ତଫା ଦେଇଥିଲେ ଅସରଫ୍‌ ଘନି। ତେବେ ନିଜ ପଦରୁ ଇସ୍ତଫା ଦେବା ପରେ କାବୁଲ୍‌ ଛାଡ଼ି ଛାଲିଯିବା ନେଇ ସୂଚନା ମିଳିଛି। କିନ୍ତୁ ଦୁଃଖର କଥା ହେଉଛି ଘନିଙ୍କୁ ତାଜିକସ୍ତାନରେ ରହିବାକୁ ଜାଗା ମିଳିନାହିଁ। ସ୍ଥିତି ଏମିତି ହୋଇଥିଲା ଯେ, ଘନିଙ୍କ ବିମାନକୁ ଅବତରଣ କରିବା ଲାଗି ତାଜିକସ୍ତାନ ଅନୁମତି ଦେଇନଥିଲା ଯାହା ଫଳରେ ସେ ଓମାନ୍‌ରେ ରହିବା ଲାଗି ବାଧ୍ୟ ହୋଇଥିଲେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘନି ଆମେରିକା ଗସ୍ତରେ ଯିବେ।

Advertisment

ତେବେ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ହେଲେ ଏବେ କାବୁଲ ଏବଂ ଦିଲ୍ଲୀ ମଧ୍ୟରେ ଥିବା ସମସ୍ତ ବିମାନକୁ ବାତିଲ କରାଯାଇଛି। ଉଡ଼ାଣ ବନ୍ଦ ହେବା ପୂର୍ବରୁ ଭାରତୀୟ ଦୂତାବାସରେ ଫସିଥିବା ୧୨୯ ଜଣ କର୍ମଚାରୀଙ୍କୁ ଏୟାର ଇଣ୍ଡିଆ ବିମାନରେ କାବୁଲରୁ ନୂଆଦିଲ୍ଲୀ ଅଣାଯାଇଛି । ଭାରତରେ ଗତକାଲି ସୁରକ୍ଷିତ ଭାବେ ପହଁଚିବା ପରେ ଆଫଗାନିସ୍ତାନର ଭୟାବହ ସ୍ଥିତି ବାବଦରେ ବର୍ଣ୍ଣନା କରିଛନ୍ତି ସେଠାରେ ରହୁଥିବା ଭାରତୀୟ ନାଗରିକ ।

Afghanistan Taliban Attack Afghanistan Kabul Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ