Advertisment

ଦିଲ୍ଲୀ ରୋହିଣୀ କୋର୍ଟ ନିକଟରେ ଗୁଳିକାଣ୍ଡ; ଓକିଲଙ୍କ ସହ ଯୁକ୍ତି ପରେ ଗୁଳି ଫୁଟାଇଲେ ସୁରକ୍ଷାକର୍ମୀ

ଦିଲ୍ଲୀର ରୋହିଣୀ କୋର୍ଟ ପାଖରେ ଗୁଳିକାଣ୍ଡ । ଆଜି ସକାଳେ କୋର୍ଟ ଚାଲିଥିବାବେଳେ ରୋହିଣୀ କୋର୍ଟ ନିକଟରେ ଗୁଳିକାଣ୍ଡ ହୋଇଛି ।

ଅଦ୍ୟତନ ହୋଇଛି
Firing outside Delhi's Rohini court after skirmish

Firing outside Delhi's Rohini court after skirmish

Advertisment

ଦିଲ୍ଲୀର ରୋହିଣୀ କୋର୍ଟ ପାଖରେ ଗୁଳିକାଣ୍ଡ । ଆଜି ସକାଳେ କୋର୍ଟ ଚାଲିଥିବାବେଳେ ରୋହିଣୀ କୋର୍ଟ ନିକଟରେ ଗୁଳିକାଣ୍ଡ ହୋଇଛି । ଏଥିରେ କାହାର କିଛି କ୍ଷତି ହେବାର ସୂଚନା ମିଳିନାହିଁ ।

Advertisment

ସୂଚନା ଅନୁସାରେ, କୋର୍ଟ ଗେଟ୍ ପାଖରେ ମୁତୟନ ଥିବା ପୋଲିସ କର୍ମଚାରୀ ଏକାଧିକ ବାର ଗୁଳି ଚଳାଇଛନ୍ତି । ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଗୁଳି ଚଳାଇଲେ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Advertisment

ଏନେଇ ଜଣେ ସ୍ଥାନୀୟ ଓକିଲ କହିଛନ୍ତି ଯେ, ଗେଟ୍‌ରେ ଥିବା ସୁରକ୍ଷାକର୍ମୀ ଓ ଅନ୍ୟ ଜଣେ ଓକିଲଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା ଏବଂ ଏହା ଉଗ୍ରରୂପ ନେଇଥିଲା । ଯୁକ୍ତିତର୍କରେ ଆଉ ୨ ଜଣ ଓକିଲ ମଧ୍ୟ ଯୋଡ଼ି ହୋଇଥିଲେ। ପରେ ପରେ ସୁରକ୍ଷାକର୍ମୀ ଜଣକ ନିଜ ବନ୍ଧୁକରୁ ଏକାଧିକ ଗୁଳି ଫୁଟାଇଥିଲେ ।

Delhi Firing Rohini Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ