Bathinda Military Station
ପଞ୍ଜାବର ବଠିଣ୍ଡା ମିଲିଟାରି ଷ୍ଟେସନରେ ଗୁଳିକାଣ୍ଡ । ଏଥିରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଭୋର ସକାଳ ୪ଟା ୩୫ରେ ଏହି ଗୁଳିକାଣ୍ଡ ହୋଇଥିଲା । ଘଟଣାପରେ ପୁରା ଅଞ୍ଚଳକୁ କର୍ଡନ କରାଯାଇଛି । ଘଟଣାସ୍ଥଳରେ କ୍ୱିକ୍ ରିଆକସନ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି ବୋଲି ସାଉଥ୍ ୱେଷ୍ଟ କମାଣ୍ଡ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏଯାଏଁ ଗୁଳିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନାହଁ ।
ଭାତିଣ୍ଡା ଏସଏସ୍ପି କହିଛନ୍ତି ଯେ ଏହା ଆତଙ୍କବାଦୀ ହମଲା ନୁହେଁ। କିନ୍ତୁ କିଏ ଓ କ’ଣ ପାଇଁ ଗୁଳିମାଡ଼ କରିଛି, ସେକଥା ଜଣାପଡ଼ିନି। ୨ ଦିନ ତଳେ ଗୋଟିଏ ରାଇଫଲ ଓ ୨ଟି ମାଗାଜିନ୍ କ୍ୟାମ୍ପ ମଧ୍ୟରୁ ଚୋରି ହୋଇଥିଲା। ତେଣୁ ଏହି ରାଫଲରୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି।
ଏସଏସପି ଏହା ଆତଙ୍କବାଦୀ ହମଲା ନୁହେଁ ବୋଲି କହୁଥିଲେ ହେଁ ଦୁଇ ଜଣ ବନ୍ଧୁକଧାରୀ କ୍ୟାମ୍ପ ମଧ୍ୟରେ ମୁକ୍ତ ଭାବେ ବୁଲୁଥିବା ଟିଭି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ସେମାନେ ସାଧା ପୋଷାକରେ ଥିବା ମଧ୍ୟ କୁହାଯାଉଛି। ବର୍ତ୍ତମାନ ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀ ସେନା ଯବାନମାନେ ପହଞ୍ଚି ସ୍ଥିତିର ଯାଞ୍ଚ କରୁଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681277575.jpg)