Ban On Firecrackers
ସାରା ଦେଶରେ ବାଣ ଫୁଟେଇବା ଉପରେ ଆସିଲା ବଡ଼ କଟକଣା । ଘାତକ ବାୟୁ ପ୍ରଦୂଷଣ କରୁଥିବା ବାଣ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ସାରା ଦେଶରେ ଘାତକ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବାରୁଦରେ ବେରିଅମ୍ ସଲ୍ଟ ମିଶ୍ରିତ ବାଣ ଉପରେ କଟକଣା ନିର୍ଦ୍ଦେଶ ହୋଇଛି ।
ଆଜି ରାଜସ୍ଥାନର ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । କେବଳ ରାଜସ୍ଥାନରେ ନୁହେଁ, ସାରା ଦେଶରେ ପ୍ରଦୂଷଣ ହେଉଛି । ତେଣୁ ପ୍ରଦୂଷଣ ସୃଷ୍ଟିକାରୀ ଏଭଳି ବାଣକୁ ନିୟନ୍ତ୍ରଣ କରାଯାଉ ବୋଲି ମତ ରଖିଛନ୍ତି ଅଦାଲତ ।
ସେପଟେ ଦିଲ୍ଲୀକୁ ଘାରିଛି ଦୀପାବଳି ଚିନ୍ତା । ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା । ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ । ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି । ଦୀପାବଳିରେ ବାଣ ଉପରେ ଯେତେ କଟକଣା ଲଗାଇଲେ ବି ସ୍ଥିତି ଆହୁରି ଅଧିକ ଖରାପ ହେବ ବୋଲି ଆଶଙ୍କା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699361212.jpg)