Advertisment

ଜୀବନ ବଞ୍ଚାଇବାକୁ ଯାଇ ୧୯ ମହଲାରୁ ତଳକୁ ଡେଇଁ ପଡ଼ିଲେ, ଭିଡିଓ ଭାଇରାଲ୍‌

ଆଜି ଅପରାହ୍ଣରେ ବିଲ୍ଡିଂର ୧୯ ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ଏହା ୨୦ ମହଲାକୁ ବ୍ୟାପି ଥିଲା। ଏହି ସମୟରେ ନିଆଁ କବଳରୁ ନିଜକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ୧୯ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ।

ଅଦ୍ୟତନ ହୋଇଛି
Fire On Residential Tower In Mumbai

Fire On Residential Tower In Mumbai

Advertisment

ମୁମ୍ବାଇ: ମୁମ୍ବାଇର ଲାଲ୍‌ବାଗ ଅଞ୍ଚଳରେ ଥିବା ଏକ ରେସିଡେନ୍‌ସିଆଲ୍‌ ବିଲ୍ଡିଂରେ ନିଆଁ ଲାଗିଯାଇଛି। କରୀ ରୋଡ ସ୍ଥିତ ଅବିଘ୍ନ ପାର୍କ ଆପାର୍ଟମେଣ୍ଟର ୧୯ ମହଲାରେ ଆଜି ଅପରାହ୍ଣରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଅରୁଣ ତିୱାରୀ(୩୦)। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। 

Advertisment

ସୂଚନା ଅନୁସାରେ, ଆଜି ଅପରାହ୍ଣରେ ବିଲ୍ଡିଂର ୧୯ ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ଏହା ୨୦ ମହଲାକୁ ବ୍ୟାପି ଥିଲା। ଏହି ସମୟରେ ନିଆଁ କବଳରୁ ନିଜକୁ ବଞ୍ଚାଇବା ପାଇଁ ଅରୁଣ ୧୯ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ସମୟର ହୃଦୟବିଦାରକ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଅରୁଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କେଇଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment


— ANI (@ANI) October 22, 2021

ହଠାତ୍ ଆପାର୍ଟମେଣ୍ଟରୁ ନିଆଁ ଲାଗିଥିବା ଦେଖି ଲୋକେ ଭୟଭୀୟ ହୋଇଯାଇଥିଲେ। ଏହାପରେ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲେ। ଅଗ୍ନିଶମ ବାହିନୀ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୁଃଖଦ ଖବର, ଏଥିରେ ଜଣଙ୍କର ଜୀବନ ଚାଲିଗଲା। ତେବେ ବିଲ୍ଡିଂରେ କେମିତି ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ। 

Advertisment
Mumbai Fire Breaks Out Residential Tower
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ