Advertisment

ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ

ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ଆସୁଥିଲା । ତେବେ ଖଡ଼ଗପୁର ଅଞ୍ଚଳରେ ବସରେ ହଠାତ୍ ନିଆଁ ଲାଗିଯାଇଥିବା କୁହାଯାଉଛି ।

ଅଦ୍ୟତନ ହୋଇଛି
Bus Fire

Bus Fire

Advertisment

କୋଲକାତାରୁ ପାରାଦୀପ ଆସୁଥିବା ବସରେ ଲାଗିଲା ନିଆଁ । ଅଧାବାଟରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍ । ଅଗ୍ନିକାଣ୍ଡ ଘଟିଛି ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁରରେ । ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ପାରାଦୀପ ଆସୁଥିଲା । ରାତି ପ୍ରାୟ ସାଢ଼େ ୯ରୁ ୧୦ଟା ମଧ୍ୟରେ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି ।

Advertisment

ବସରେ ମୋଟ କେତେ ଯାତ୍ରୀ ଥିଲେ ଏବଂ ସେମାନଙ୍କ ଅବସ୍ଥା ସଂପର୍କରେ ସଠିକ୍ ସୂଚନା ମିଳିପାରୁନାହିଁ । କିନ୍ତୁ ପ୍ରାୟ ୩୧ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ ଏବଂ ଖଡ଼ଗପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବସରେ କେମିତି ନିଆଁ ଲାଗିଲା ? ସେନେଇ ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ବସରେ କିଛି ବିସ୍ଫୋରକ ସାମଗ୍ରୀ ଥିବା କୁହାଯାଉଛି ।

ପ୍ରାଥମିକ ଅନୁସନ୍ଧାନରୁ ବସ୍‌ରେ ବାଣ ଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ବସ୍‌ଟି କୋଲକାତାର ଶିବମ୍ ଟ୍ରାଭେଲ୍ସର ସୂଚନା ମିଳିଛି ।

Advertisment
Passenger Bus Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ