Advertisment

ପଞ୍ଜାବର ଗୁରୁ ନାନକ ଦେବ ହସ୍ପିଟାଲ୍‌ରେ ଅଗ୍ନିକାଣ୍ତ, କାରଣ ଅସ୍ପଷ୍ଟ..

କାଲି ଦିଲ୍ଲୀରେ ଏବଂ ଆଜି ପଞ୍ଜାବର ଅମ୍ରିତସର୍‌ର ଗୁରୁ ନାନକ ଦେବ ହସ୍ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି । ତେବେ କେମିତି ହସ୍ପିଟାଲରେ ନିଆଁ ଲାଗିଲା ତାହା ମଧ୍ୟ ଜଣପଡ଼ିନାହିଁ

ଅଦ୍ୟତନ ହୋଇଛି
Woman, two children charred to death in sleep after fire engulfs their house

Fire

Advertisment

ପଞ୍ଜାବର ଅମ୍ରିତସର ସ୍ଥିତ ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ଅପରାହ୍ମରେ ହସ୍ପିଟାଲରେ ନିଆଁ ଲାଗିଯାଇଥିବା ନେଇ ସୂଚନା ମିଳିଛି । ତେବେ ନିଆଁ ବ୍ୟାପିବା କ୍ଷଣି ରୋଗୀଙ୍କୁ ହସ୍ପିଟାଲରୁ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । ଅଗ୍ନିକାଣ୍ଡରେ କଣ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ କେମିତି ହସ୍ପିଟାଲରେ ନିଆଁ ଲାଗିଲା ତାହା ମଧ୍ୟ ଜଣପଡ଼ିନାହିଁ । ହସ୍ପିଟାଲରୁ ବାହାରକୁ ରୋଗୀଙ୍କୁ ଆଣି ରାସ୍ତା କଡ଼ରେ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି ।

Advertisment

ଗତକାଲି ଦିଲ୍ଲୀ ମୁଣ୍ଡକା ମେଟ୍ରୋ ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଷ୍ଟେସନର ବହୁ ତଳ କୋଠାରେ ନିଆଁ ଲାଗି ୨୬ରୁ ଅଧିକ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା । ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନରେ ଏକ ବହୁତଳ କୋଠାର ୫୪୪ ନମ୍ବର ପିଲାର୍‌ରେ ପ୍ରଥମ ନିଆଁ ଲାଗିଥିଲା । ଅପରାହ୍ଣ ୪ଟା ୪୦ ମିନିଟ୍‌ ନିଆଁ ଲାଗିବା ପରେ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପିଯାଇଥିଲା।

ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟ ମାନେ, ଏ ମେଡିକାଲ୍‌ରୁ ସେ ମେଡିକାଲ୍ ଦୌଡ଼ୁଛନ୍ତି । ନିଖୋଜ ହୋଇଥିବା ଅଧିକାଂଶ ଲୋକ ସେହି ଜଳିଯାଇଥିବା ବିଲ୍ଡିଂରେ କାମ କରୁଥିଲେ ।

Advertisment

ତେବେ ନିଆଁ ଲାଗିବା ପରେ ସେମାନେ କେଉଁଠି, ତାକୁ ନେଇ ପରିବାର ଲୋକଙ୍କ ଆଶା ଆଶଙ୍କା ବଢ଼ିଛି । ହସ୍ପିଟାଲ୍ ବାହାରେ ସମ୍ପର୍କୀୟମାନେ ନିଜ ଲୋକଙ୍କୁ ଖୋଜିବାକୁ ଭିଡ଼ ଜମାଇଛନ୍ତି । ସଞ୍ଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲ୍‌ରେ ଏକ ହେଲପ୍ ଡେସ୍କ ଖୋଲା ଯାଇଛି । ମିଳିଥିବା ସୂଚନା ମୁତାବକ, ଅନେକ ମୃତକଙ୍କ ପରିଚୟ ମିଳିପାରିନି । ସେମାନଙ୍କ ଡିଏନ୍ଏ ଟେଷ୍ଟ ପରେ ଏହା ସ୍ପଷ୍ଟ ହେବ । ତେଣୁ ଯେଉଁମାନଙ୍କ ଅଭିଯୋଗ ଆସିଛି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ ହୋଇଛି । ଅନ୍ୟପଟେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନେକ ଲୋକ । ତେବେ ନିଆଁ ସିନା ଲିଭିଛି ହେଲେ ଏବେ ବି କୋଠା ଭିତରେ ଲୋକଙ୍କ ସନ୍ଧାନ ଜାରି ରହିଛି । NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଜାରି ରଖିଛନ୍ତି ।

Fire Mishap Punjab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ