Advertisment

‘ଫାୟାର ହେୟାରକଟ୍‌’ କରୁଛନ୍ତି କି, ରୁହନ୍ତୁ ସାବଧାନ ! ନଚେତ୍‌ ଆପଣଙ୍କ ସହ ବି ଏମିତି କିଛି ଘଟିପାରେ...

ବିଭିନ୍ନ ପ୍ରକାରର ହେୟାରକଟ୍‌ ମଧ୍ୟରେ ବର୍ତ୍ତମାନ ‘ଫାୟାର ହେୟାରକଟ୍‌’ ଟ୍ରେଣ୍ଡ୍‌ରେ ରହିଛି। ହେଲେ ଟିକିଏ ଅସାବଧାନତା କେତେବେଳେ ଯେ କାହାର ଜୀବନ ନେଇଯିବ ତାହା କେହି କହିପାରିବେ ନାହିଁ।

ଅଦ୍ୟତନ ହୋଇଛି
Fire Haircut Attempt Goes Wrong

Fire Haircut Attempt Goes Wrong

Advertisment

ହେୟାରକଟ୍‌ ହେଉ କି ହେୟାର ଷ୍ଟାଇଲିଶ୍‌ କରିବାକୁ କିଏ ବା ନ ଚାହେଁ। ସୁନ୍ଦର ଦିଶିବା ପାଇଁ ଆଜିକାଲି ଯୁବପିଢ଼ି ଏହିସବୁ ଆପଣାଇଥାନ୍ତି। ବିଭିନ୍ନ ପ୍ରକାରର ହେୟାରକଟ୍‌ କରି ନିଜକୁ ଆହୁରି ସୁନ୍ଦର ଦିଶିବା ପାଇଁ ସମସ୍ତେ ଚାହାନ୍ତି। ହେଲେ ସେମାନଙ୍କର ଏହି ଷ୍ଟାଇଲିଶ୍‌ ଚକ୍କର କେତେବେଳେ ଯେ ଜୀବନ ନେଇଯିବ ହୁଏତ ତାହା କେହିବି କହିପାରିବେନି। 

Advertisment

ବିଭିନ୍ନ ପ୍ରକାରର ହେୟାରକଟ୍‌ ମଧ୍ୟରେ ବର୍ତ୍ତମାନ ‘ଫାୟାର ହେୟାରକଟ୍‌’ ଟ୍ରେଣ୍ଡ୍‌ରେ ରହିଛି। ହେଲେ ଟିକିଏ ଅସାବଧାନତା କେତେବେଳେ ଯେ କାହାର ଜୀବନ ନେଇଯିବ ତାହା କେହି କହିପାରିବେ ନାହିଁ। ଗୁଜରାଟର ଭଲ୍‌ସଦ୍‌ ଜିଲ୍ଲାରେ ଜଣେ ୧୮ ବର୍ଷୀୟ ବାଳକଙ୍କ ସହ ଏପରି କିଛି ଘଟିଛି। ‘ଫାୟାର ହେୟାରକଟ୍‌’ ସମୟରେ ଶରୀରେ ନିଆଁ ଲାଗି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଭଲ୍‌ସଦ୍‌ ଜିଲ୍ଲାର ଭାବି ଟାଉନ୍‌ ସ୍ଥିତ ଏକ ସେଲୁନ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି।

‘ଫାୟାର ହେୟାରକଟ୍‌’ ସମୟରେ ସମ୍ପୃକ୍ତ ବାଳକଙ୍କ ବେକ ଓ ଛାତିରେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରଯାଇଥିଲା। ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିବା ସହ ଉକ୍ତ ବାଳକ ଓ ହେୟାର କଟ୍‌ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ, ନାବାଳକଙ୍କ ଶରୀରର ଉପର ଅଂଶ ଅଧିକ ପୋଡ଼ି ଯାଇଛି। ‘ଫାୟାର ହେୟାରକଟ୍‌’ ସମୟରେ କିଛି କେମିକାଲ୍‌ ପ୍ରୟୋଗ ସମୟରେ ଏଭଳି ଅଘଟଣ ଘଟିଥିଲା।

Advertisment

‘ଫାୟାର ହେୟାରକଟ୍‌’ କ’ଣ ? 

ଆଜିକାଲି ଏହି ହେୟାରକଟ୍‌ ବେଶୀ ଟ୍ରେଣ୍ଡ୍‌ରେ ଚାଲିଛି। ଯୁବପିଢ଼ିମାନେ ଏହି ହେୟାରକଟ୍‌ ଷ୍ଟାଇଲ୍‌କୁ ବେଶୀ ଆପଣାଉଥିବା ଦେଖିବାକୁ ମିଳିଛି। ହେୟାରକଟ୍‌ କରୁଥିବା ବ୍ୟକ୍ତି ଜଣକ ଗ୍ରାହକଙ୍କ ଚୁଟିକୁ ଆହୁରି ଅଧିକ ଷ୍ଟାଇଲିଶ୍‌ କରିବା ପାଇଁ କେମିକାଲ୍‌ ମାଧ୍ୟମରେ ‘ଫାୟାର ହେୟାରକଟ୍‌’ କରିଥାନ୍ତି ଓ ଏହାକୁ  ‘ଫାୟାର ହେୟାରକଟ୍‌’ କୁହାଯାଏ। 

Advertisment
Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ