Fire breaks out coaching centre
ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ନିଆଁ । ଅଗ୍ନିକାଣ୍ଡ ପରେ କୋଠାରୁ ବିପଦପୂର୍ଣ୍ଣ ଭାବେ ତଳକୁ ଡେଇଁଲେ ଛାତ୍ରଛାତ୍ରୀ । ଦିଲ୍ଲୀ ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଏହି ଅଘଟଣ ଘଟିଛି । କୋଠାର ଉପର ମହଲାରୁ ଏକ ତାର ସାହାଯ୍ୟରେ ଛାତ୍ରଛାତ୍ରୀ ତଳକୁ ଓହ୍ଲାଇଛନ୍ତି । ତେବେ ଏଥିରେ ଅନେକ ପିଲା ଆହତ ହୋଇଛନ୍ତି ।
ପୋଲିସର ସୂଚନା ଅନୁସାରେ, ଏକ ବୈଦ୍ୟୁତିକ ମିଟରରେ ନିଆଁ ଲାଗିଯାଇଥିଲେ । ନିଆଁ ଅଧିକ ଭୟଙ୍କର ହୋଇନଥିଲେ ସୁଦ୍ଧା ଧୂଆଁ ଉଠିବା ପରେ ପିଲାମାନେ ଭୟଭୀତ ହୋଇ ପଡ଼ିଥିଲେ । ଏହାପରେ କୋଚିଂ ସେଣ୍ଟର ପଛପାଖ ଏକ ତାର ଦେଇ ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଛନ୍ତି, ଯେଉଁଥିରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି । ପାଖାପାଖି ୧୨ଟାରେ କୋଚିଂ ସେଣ୍ଟରରେ ନିଆଁ ଲାଗିଥିବା ଜଣାପଡ଼ିଛି ।
ନିଆଁକୁ ଆୟତ୍ତ କରିବା ଓ ଲୋକଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ୧୧ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686818997.jpg)