Fire breaks out at LIC office in Mumbai’s Vile Parle; no casualty reported
ମାୟାନଗରୀ ମୁମ୍ୱାଇରେ ଭୟାବୟ ଅଗ୍ନିକାଣ୍ଡ । ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ଏସ୍ଭି ରୋଡ ଏଲ୍ଆଇସିର ମୁଖ୍ୟ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଫିସର ଗ୍ରାଉଣ୍ଡ ଫ୍ଲୋର ସମେତ ପ୍ରଥମ ଓ ଦ୍ୱିତୀୟ ବିଲଡିଂରେ ନିଆଁ ଲାଗିଛି । ବିଲ୍ଡିଂରେ ଲାଗିଥିବା ନିଆଁକୁ ଲିଭେଇବା ପାଇଁ ୮ଟି ଦମଦଳ ଗାଡ଼ି ନିୟୋଜିତ ହୋଇଛନ୍ତି ।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୭ଟାରେ LIC ଅଫିସ ବିଲଡିଂରୁ ଧୂଆଁ ବାହାରୁଥିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ହେଲେ ଦମକଳ ଗାଡ଼ି ଆସିବା ପୂର୍ବରୁ ନିଆଁ ପ୍ରଥମ ଓ ଦ୍ୱିତୀୟ ମହଲାଙ୍କୁ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ଗରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡ଼ିଯାଇଥିବା ବେଳେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି ।
ଏଥିରେ କେହି ଆହତ ହୋଇଥିବା ସୂଚନା ମିଳିନଥିବାବେଳେ ୩ ଘଣ୍ଟାର କସରତ ପରେ ୮ ଟି ଦମକଳ ବାହିନୀ ନିଆଁକୁ ଆୟତ୍ତକୁ ଆଣିଥିବା ଜଣାପଡିଛି ।
ଅନ୍ୟପକ୍ଷେ, ଆଜି ମଧ୍ୟପ୍ରଦେଶ ସ୍ଥିତ ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ୯ ଜଣ ଗୁରୁତର ଥିବା ଜଣାପଡିଛି । ତେବେ ମୃତକ ମାନଙ୍କ ମଧ୍ୟରେ ୨ ଜଣ ମହିଳା, ୫ ଜଣ ପୁରୁଷ ଥିବାବେଳେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ରହିଥିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651910633.jpg)