Advertisment

‘NHAI ଅଧିକାରୀଙ୍କୁ ଚାପୁଡ଼ା ମାର, ୧ ଲକ୍ଷ ଟଙ୍କା ପୁରସ୍କାର ନିଅ’ ଘୋଷଣା କରିଥିବା ବିଧାୟକଙ୍କ ବିରୋଧରେ FIR

କାନପୁରର ସମାଜବାଦୀ ପାର୍ଟି(SP) ବିଧାୟକ ଅମିତାଭ ବାଜପେୟୀଙ୍କ ବିରୋଧରେ FIR ରୁଜୁ ହୋଇଛି। NHAI(National Highways Authority of India)ର ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ପୁରସ୍କାର ଦିଆଯିବ ବୋଲି ଅମିତାଭ ଘୋଷଣା କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
‘NHAI ଅଧିକାରୀଙ୍କୁ ଚାପୁଡ଼ା ମାର, ୧ ଲକ୍ଷ ଟଙ୍କା ପୁରସ୍କାର ନିଅ’ ଘୋଷଣା କରିଥିବା ବିଧାୟକଙ୍କ ବିରୋଧରେ FIR

sp mla amitabh bajpai

Advertisment

କାନପୁର: କାନପୁରର ସମାଜବାଦୀ ପାର୍ଟି(SP) ବିଧାୟକ ଅମିତାଭ ବାଜପେୟୀଙ୍କ ବିରୋଧରେ FIR ରୁଜୁ ହୋଇଛି। NHAI(National Highways Authority of India)ର ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ପୁରସ୍କାର ଦିଆଯିବ ବୋଲି ଅମିତାଭ ଘୋଷଣା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ୍‌ ତାଙ୍କ ବିରୋଧରେ FIR ରୁଜୁ କରିଥିବବା ଜଣାପଡ଼ିଛି। 

Advertisment

ସୂଚନାଥାଉ କି, ଅଗଷ୍ଟ ୧୫ରେ ଏକ କାର୍ଯ୍ୟକ୍ରମରେ ବିଧାୟକ ଅମିତାଭ ବାଜପେୟୀ ଖୋଲା ମଞ୍ଚରେ ଘୋଷଣା କରିଥିଲେ, ଯିଏ NHAIର ଅଧିକାରୀ ଅମିତ ମିତ୍ତଲଙ୍କୁ ଚାପୁଡ଼ା ମାରିବେ, ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ। ଏହି ଘଟଣା ପରେ ଅମିତ ମିତ୍ତଲଙ୍କ ପକ୍ଷରୁ ବିଠୁର ଥାନାରେ ବିଧାୟକଙ୍କ ବିରୋଧରେ FIR ରୁଜୁ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ୍‌ ବିଧାୟକଙ୍କ ବିରୋଧରେ ଆଇପିସି ଧାରା ୫୦୪ ଓ ୫୦୬ରେ ମାମଲା ରୁଜୁ କରିଛି। 

Advertisment

ଅନ୍ୟପକ୍ଷେ, ପୋଲିସ୍‌ ତାଙ୍କ FIR ରୁଜୁ କରି ନଥିବା ବିଧାୟକ କହିଛନ୍ତି। ସେ ଦାବି କରିଛନ୍ତି, ପ୍ରଥମେ ସେ NHAI ବିରୋଧରେ ବିଠୁର ଥାନାରେ ଆପ୍ଲିକେସନ ଦେଇଥିଲେ। ଏହାସହ ପୋଲିସ୍‌ ତାଙ୍କୁ ହଇରାଣ କରୁଥିବା ମଧ୍ୟ ବିଧାୟକ ଅଭିଯୋଗ ଆଣିଛନ୍ତି। ଘଟଣାକୁ ନେଇ ଏସିପି ଅଶୋକ ଶୁକ୍ଲଙ୍କ କହିବା ଅନୁଯାୟୀ, NHAI ପକ୍ଷରୁ ବିଧାୟକଙ୍କ ବିରୋଧରେ ପ୍ରଥମେ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। 

NHAI Mla Amitabh Bajpai Samajwadi Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ