Advertisment

ଅଡୁଆରେ ସମୀର ୱାଙ୍ଖଡେ : ଜାଲିଆତି କରି ହୋଟେଲ୍ ଲାଇସେନ୍ସ ନେଇଥିବା ଅଭିଯୋଗରେ ମାମାଲା ରୁଜୁ

ଶାହାରୁଖ ଖାନ୍‌ଙ୍କ ପୁଅକୁ ଗିରଫ କରି ଚର୍ଚ୍ଚାକୁ ଆସିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡ଼ୁଆ ବଢ଼ି ବଢ଼ିଚାଲିଛି ।

ଅଦ୍ୟତନ ହୋଇଛି
FIR against NCB's Sameer Wankhede

FIR against NCB's Sameer Wankhede

Advertisment

ମୁମ୍ବାଇ : ପୁଣି ଅଡୁଆରେ ସମୀର ୱାଙ୍ଖଡେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଜୋନର ନିର୍ଦ୍ଦେଶକ ଥିବା ସମୀର ୱାଙ୍ଖଡେଙ୍କ ସମସ୍ୟା ବଢ଼ିଚାଲିଛି। ଅବକାରୀ ବିଭାଗର ଅଭିଯୋଗ କ୍ରମେ କୋପାରୀ ପୋଲିସ ଷ୍ଟେସନରେ ୱାଙ୍ଖଡେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନବି ମୁମ୍ବାଇରେ ଥିବା ତାଙ୍କର (Sadguru hotel & bar)ର ଲାଇସେନ୍ସ ପାଇବା ପାଇଁ ସେ ଜାଣିଶୁଣି ତାଙ୍କ ବୟସକୁ ମିଥ୍ୟା ବୋଲି ଦର୍ଶାଇଥିବା ଅଭିଯୋଗ ହୋଇଛି । ନିକଟରେ ଥାନେ କଲେକ୍ଟରଙ୍କ ନିର୍ଦ୍ଦେଶରେ ହୋଟେଲର ଲାଇସେନ୍ସ ବାତିଲ କରାଯାଇଛି ।

Advertisment

ଅବକାରୀ ବିଭାଗ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗରେ ଅନୁସାରେ ୧୯୯୬-୯୭ ମସିହାରେ ସମୀର ୱାଙ୍ଖଡେଙ୍କ ବୟସ ୧୮ ବର୍ଷରୁ କମ୍ ଥିଲା । ଆଉ ସେହି ସମୟରେ ବୟସ୍ କମ୍ ହୋଇଥିବାରୁ ନିଜ ନାମରେ ବାରର ମାଲିକାନା ନେବାକୁ ସେ ଯୋଗ୍ୟ ନଥିଲେ। କାରଣ ହୋଟେଲ ଲାଇସେନ୍ସ ପାଇବା ପାଇଁ ଅତି କମରେ ୨୧ ବର୍ଷ ବୟସ ହେବା ଉଚିତ୍ । ବୟସ ହୋଇନଥିଲେ ସୁଦ୍ଧା ନିଜକୁ ଷ୍ଟାମ୍ପ ପେପରରେ ବୟସ୍କ ଭାବରେ ଚିତ୍ରଣ କରିଥିଲେ ୱାଙ୍ଖଡେ, ଯଦ୍ୱାରା ସେ ହୋଟେଲର ଲାଇସେନ୍ସ ପାଇପାରିଥିଲେ ।

ସମୀର ୱାଙ୍ଖଡେଙ୍କ ମାଲିକାନାରେ ଥିବା ସଦଗୁରୁ ହୋଟେଲ ଆଣ୍ଡ ବାରକୁ ମଦ, ହାଲୁକା ମଦ ଏବଂ ଫେରମେଣ୍ଟେଡ୍ ଲିକର୍ ବିକ୍ରୟ ପାଇଁ ଅନୁମତି ଦିଆଯାଇଥିଲା । ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଏହାକୁ ବିରୋଧ କରିଥିଲେ । ୱାଙ୍ଖଡେଙ୍କଙ୍କ ବିରୋଧରେ ଆନ୍ଦୋଳନ କରିବା ସହ ଏନସିବି ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ତଥା ଏକ୍ସାଇଜ୍ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ ।

Advertisment

ଭାରତୀୟ ରାଜସ୍ୱ ସେବା (ଆଇଆରଏସ)ରେ ରହିବା ସତ୍ତ୍ୱେ ସମୀର ୱାଙ୍ଖଡେ କିପରି ଭିନ୍ନ ଭିନ୍ନ ବ୍ୟବସାୟ ଚଳାଉଛନ୍ତି ବୋଲି ନବାବ ମଲ୍ଲିକ କହିଥିଲେ । ସେପଟେ ସମୀର ୱାଙ୍ଖଡେ ବୟସରେ ଜାଲିଆତି କରି ବାର ଲାଇସେନ୍ସ ହାତେଇ ଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ବର୍ତ୍ତମାନ ଅବକାରୀ ବିଭାଗ ଅଭିଯୋଗ କରିଛି। ଫଳରେ ଅଭିଯୋଗକୁ ଭିତ୍ତି କରି ଆଗାମୀ ସମୟରେ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିପାରେ ବୋଲି କୁହାଯାଉଛି । ତାଙ୍କୁ ଅନେକ ଜେରାର ସମ୍ମୁଖୀନ ହେବାକୁ ପଡିପାରେ।

ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଡ୍ରଗ୍ସ ଷଡଯନ୍ତ୍ରର ତଦନ୍ତ ଏବଂ ମୁମ୍ବାଇର ଏକ କ୍ରୁଜ୍ ଜାହାଜରେ ଚଢ଼ାଇ କରି ଚରଚ୍ଚାକୁ ଆସିଥିଲେ । ଏହି ଚଢ଼ଉରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା।

Advertisment

ତେବେ ଏହି ମାମଲାରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସ୍‌ ମାମଲାରେ ଜଣେ ସ୍ୱତନ୍ତ୍ର ସାକ୍ଷୀ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଶାହାରୁଖ ଖାନଙ୍କ ପୁଅକୁ ଛାଡିବା ପାଇଁ ୨୫ କୋଟିର ଡିଲ୍‌ ହୋଇଥିଲା ବୋଲି କୁହାଯାଇଥିଲା । ପରେ ଡିଲ୍‌କୁ ୧୮ କୋଟିରେ ଫାଇନାଲ କରାଯାଇଥିଲା ।

Sameer Wankhede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ