୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି

ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି କରାଯାଇଛି। ଏଥିରେ ଅନ୍ୟ ହାଇକୋର୍ଟରୁ ବଦଳି ହୋଇ ୨ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ଆସିବେ। କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ସେହିଭଳି ପଞ୍ଜାବ ହରିୟାଣା ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୋବନ୍ତ ସିଂ, ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛନ୍ତି।

୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ: ୧୫ ବିଚାରପତିଙ୍କ ବଦଳି। ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି କରାଯାଇଛି। ଏଥିରେ ଅନ୍ୟ ହାଇକୋର୍ଟରୁ ବଦଳି ହୋଇ ୨ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ଆସିବେ। କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ସେହିଭଳି ପଞ୍ଜାବ ହରିୟାଣା ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୋବନ୍ତ ସିଂ, ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛନ୍ତି।

ଅନ୍ୟପଟେ ଓଡ଼ିଶା ହାଇକୋର୍ଟ ବିଚାରପତି ସଞ୍ଜୟ ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇଛି। ବିଚାରପତିଙ୍କ ବଦଳି ନେଇ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ହାଇକୋର୍ଟର ୧୭ ଜଣ ବିଚାରପତିଙ୍କ ବଦଳି ନେଇ ଗତ ମାସରେ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ କରିଥିଲେ। 

ଜଷ୍ଟିସ୍ ଜସବନ୍ତ ସିଂହ ପଞ୍ଜାବ-ହରିୟାଣା ହାଇକୋର୍ଟରୁ ଓଡିଶା ଯିବା ନେଇ ସୁପାରିସ ହୋଇ ଥିବାବେଳେ ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଓଡିଶା ହାଇକୋର୍ଟରୁ ଉତ୍ତରାଖଣ୍ତ ଯିବା ନେଇ ସୁପାରିସ ହୋଇଥିଲା।