Advertisment

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛରେ ଗାୟକ, ରାଜନେତାଙ୍କ ହାତ !

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକାର ସିଂ କହିଛନ୍ତି ଯେ, ତାଙ୍କ ପୁଅର ହତ୍ୟା ପଛରେ କିଛି ଗାୟକ ଓ ରାଜନେତାଙ୍କ ହାତ ରହିଛି। ଖୁବ୍‌ଶୀଘ୍ର ସେ ଏହାର ଖୁଲାସା କରିବେ।

Few Singers And Politicians Behind The Murder Of Punjabi Singer Siddhu Moosewala Says His Father

Few Singers And Politicians Behind The Murder Of Punjabi Singer Siddhu Moosewala Says His Father

Advertisment

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟାର ୮୦ ଦିନ ପରେ ତାଙ୍କ ବାପା ଏକ ବଡ଼ ଦାବି କରିଛନ୍ତି। ସିଦ୍ଧୁଙ୍କ ବାପା ବଲକାର ସିଂ କହିଛନ୍ତି ଯେ, ତାଙ୍କ ପୁଅର ହତ୍ୟା ପଛରେ କିଛି ଗାୟକ ଓ ରାଜନେତାଙ୍କ ହାତ ରହିଛି। ଖୁବ୍‌ଶୀଘ୍ର ସେ ଏହାର ଖୁଲାସା କରିବେ ବୋଲି ବଲକାର କହିଛନ୍ତି। ରବିବାର ଦିନ ଗାୟକ ସିଦ୍ଧୁ  ମୁସେୱାଲାଙ୍କ ଘରେ ହଜାର ହଜାର ସଂଖ୍ୟକ ଲୋକ ତାଙ୍କ ବାପା-ମା’ଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। 

Advertisment

ଏହି ଅବସରରେ ଦିବଙ୍ଗତ ଗାୟକ ସିଦ୍ଧୁଙ୍କ ବାପା କହିଥିଲେ ଯେ, ତାଙ୍କ ପୁଅକୁ ଏଥିପାଇଁ ହତ୍ୟା କରାଯାଇଥିଲା, କାରଣ ବହୁତ କମ୍‌ ଦିନରେ ସେ ଅନେକ ସଫଳତା ପାଇଥିଲେ। ସିଦ୍ଧୁଙ୍କ ହତ୍ୟା ପଛରେ କିଛି ଗାୟକଙ୍କ ହାତ ମଧ୍ୟ ରହିଛି। ଯେଉଁମାନେ ଚାହୁଁଥିଲେ ଯେ, ସିଦ୍ଧୁ ଆଗକୁ ବଢ଼ନ୍ତୁ ଓ ସଫଳତା ପାଆନ୍ତୁ। କାରଣ ଏସବୁ ସେମାନଙ୍କୁ ଭଲ ଲାଗୁ ନଥିଲା। ହେଲେ ମୋ ପୁଅକୁ ହତ୍ୟା କରିଥିବା ଏହି ଗାୟକମାନେ କେବେବି ଆଗକୁ ବଢ଼ି ପାରିବେ ନାହିଁ ବୋଲି ସିଦ୍ଧୁଙ୍କ ବାପା କହିଛନ୍ତି। 

ସିଦ୍ଧୁଙ୍କ ବାପା ଆହୁରି କହିଛନ୍ତି ଯେ, ଏକ ଗ୍ରୁପ୍‌ ସିଦ୍ଧୁଙ୍କ ଗୀତକୁ ନେଇ ସମସ୍ତଙ୍କୁ ବିଭ୍ରାନ୍ତ କରିଥିଲେ। ଏପରିକି ସେମାନେ ସରକାରଙ୍କୁ ମଧ୍ୟ ବିଭ୍ରାନ୍ତ କରିଥିଲେ। ଏକ ଗୀତରେ ସିଦ୍ଧୁ କହିଥିଲେ ଯେ, ‘ଯେଉଁମାନେ ନିଜ ପରିବାରକୁ ସମ୍ଭାଳି ପାରୁ ନାହାନ୍ତି, ସେମାନେ ମୋତେ ପରାମର୍ଶ ଦେଉଛନ୍ତି।’ ହେଲେ ସିଦ୍ଧୁଙ୍କର ଏହି କଥା ଅନର୍ଥ କରାଗଲା ବୋଲି ତାଙ୍କ ବାପା କହିଛନ୍ତି।  

Advertisment

‘ସିଦ୍ଧୁ ତାଙ୍କ ଜୀବନରେ ଯାହାବି କିଛି ସଫଳତା ପାଇଥିଲେ , ସେସବୁ ନିଜ ଦକ୍ଷତା ବଳରେ ହାସଲ କରିଥିଲେ। ଯେତେବେଳେ ସେ କାନାଡାକୁ ପଢ଼ିବା ପାଇଁ ଯାଇଥିଲେ, ସେହି ସମୟରେ କିଛି ଲୋକ ତାଙ୍କ ସହ ଯୋଗାଯୋଗରେ ଆସିଥିଲେ। ଏମାନେ ମୋ ପୁଅର ଫାଇଦା ଉଠାଇ ଥିଲେ। ଖୁବ୍‌ଶୀଘ୍ର ମୋ ପୁଅର ମୃତ୍ୟୁ ପାଇଁ ଦାୟୀ ଯେଉଁମାନେ ସମସ୍ତଙ୍କ ନାଁ ସାମ୍ନାକୁ ଆଣିବି।’ ବୋଲି ସିଦ୍ଧୁଙ୍କ ବାପା କହିଛନ୍ତି। 

ସୂଚନାଥାଉ କି,ପଞ୍ଜାବର ମନ୍‌ସାରେ ମେ’ ୨୯ରେ ଚର୍ଚ୍ଚିତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଉପରକୁ ୩୦ରୁ ଅଧିକ ରାଉଣ୍ଡ ଗୁଳି ଫାୟାରିଂ କରି ହତ୍ୟା କରାଯାଇଥିଲା। କୁହାଯାଉଛି, ଅଭିଯୁକ୍ତ ମାନେ ମୁସେଓ୍ୱାଲାଙ୍କ କାର୍‌କୁ ଦୁଇ ପଟୁ ଘେରି ଗୁଳି ଚଲାଇଥିଲେ। ଏହି ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଈ ଓ ଗୋଲ୍‌ଡି ବରାର୍‌ ହାତ ଥିବା ଅଭିଯୋଗ ହୋଇଛି। 

Advertisment
Punjab Singer Sidhu Moosewala Punjab Singer Murder Sidhu Moosewala Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ