Advertisment

ସୁଉଚ୍ଚ ସୁଦୀର୍ଘ ପାହାଡ଼ ପର୍ବତ ସାଙ୍ଗକୁ ସଭିଙ୍କୁ ଆନମନା କରୁଛି ‘କୁଇନ୍ ଅଫ୍ ହିଲ୍ସ’

ମହାମାରୀ କୋଭିଡକୁ ନେଇ ମନରେ ଏବି ବି ଭୟ ଅଛି ସତ, ହେଲେ ଉଦାସ ମନକୁ ଟିକେ ସତେଜ କରିବାକୁ ଏମାନେ ଏଠାକୁ ଛୁଟି ଆସୁଛନ୍ତି । କିଏ ଘୋଡ଼ା ସବାରୀର ମଜା ନେଉଛି ତ ପୁଣି କିଏ ଖାନା ପିନାର ଆନନ୍ଦ ଉଠାଉଛି । ବୁଲା ବୁଲି ପରେ ସେଲଫି ଜୋନରେ ଫଟୋ ନେବାକୁ ବି ଭିଡ ଜମୁଛି ।

shimla

shimla

Advertisment

ସିମଲା : ଶୀତ ଆସିବା ସହ ହିମାଚଳ ପ୍ରଦେଶର ସିମଲା ଖୁବ୍ ସଜେଇ ହୋଇଛି । ସୁନ୍ଦର ପରିବେଶରେ ଛୁଟି କାଟିବା ଲାଗି ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ବଢ଼ିଛି । ମହାମାରୀ କରୋନାକୁ ନେଇ ଭୟ ଥିବା ସତ୍ତ୍ୱେ ସିମଲାର ପ୍ରାକୃତିକ ପରିବେଶର ମଜା ଉଠାଇବାକୁ ଅନେକ ଛୁଟି ଆସିଛନ୍ତି । ଘୋଡ଼ା ସବାରୀ ଆଉ ସେଲ୍ଫି ଜୋନରେ ଫଟୋ ନେଉଛନ୍ତି ଲୋକେ ।

Advertisment

ସୁଉଚ୍ଚ ସୁଦୀର୍ଘ ପାହାଡ଼ ପର୍ବତ ସାଙ୍ଗକୁ ସଭିଙ୍କୁ ଆନମନା କରୁଛି ସୁନୀଳ ଆକାଶ । ସହରକୁ ଶୀତ ଫେରିଛି, ଛୁଟି ବି ଚାଲିଛି । ଆଉ ଏହି ପାର୍ବଣ ମଉଜକୁ ହାତ ଛଡ଼ା ନ କରି ଏଠାକୁ ଧାଇଁ ଆସିଛନ୍ତି ପଡ଼ୋଶୀ ରାଜ୍ୟ ଓ ଦେଶୀ, ବିଦେଶୀ ପର୍ଯ୍ୟଟକ । ମହାମାରୀ କୋଭିଡକୁ ନେଇ ମନରେ ଏବି ବି ଭୟ ଅଛି ସତ, ହେଲେ ଉଦାସ ମନକୁ ଟିକେ ସତେଜ କରିବାକୁ ଏମାନେ ଏଠାକୁ ଛୁଟି ଆସୁଛନ୍ତି । କିଏ ଘୋଡ଼ା ସବାରୀର ମଜା ନେଉଛି ତ ପୁଣି କିଏ ଖାନା ପିନାର ଆନନ୍ଦ ଉଠାଉଛି । ବୁଲା ବୁଲି ପରେ ସେଲଫି ଜୋନରେ ଫଟୋ ନେବାକୁ ବି ଭିଡ ଜମୁଛି ।

ପର୍ଯ୍ୟଟକଙ୍କୁ ସିମଲାକୁ ଟାଣି ଆଣିଥାଏ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନଲୋଭା ପରିବେଶ । ତା ସାଙ୍ଗକୁ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଏଠାକାର ଟ୍ରେନ୍ ସେବା । ହିମାଚଳ ପ୍ରଦେଶର ଏହି ହିଲ୍ ଷ୍ଟେସନକୁ ବର୍ଷକ ବାରମାସ ପର୍ଯ୍ୟଟକ ଆସିଥାନ୍ତି । ଭିଡ କିନ୍ତୁ ଜମିଥାଏ ଅକ୍ଟୋବର ଶେଷ ସପ୍ତାହରୁ ଫେବ୍ରୁଆରୀ ପର୍ଯ୍ୟନ୍ତ । ହନିମୁନ୍ ଡେଷ୍ଟିନେସନ୍ ହେଉ କି ଫେମଲି ଟୁର୍ ପର୍ଯ୍ୟଟକଙ୍କ ଗହଳି ଚହଳିରେ ପୂରିଲା ପୂରିଲା ଲାଗୁଛି ସିମଲା ସହର । ଏହାରି ମଧ୍ୟରେ କାଲକା-ସିମଲେ ରେଲୱେ ଲାଇନ୍ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇ ସାରିଛି । କରୋନା କଟକଣା କୋହଳ ହୋଇଥିବାରୁ ସଂକ୍ରମଣର ଭୟ ମଧ୍ୟରେ ବି ପର୍ଯ୍ୟଟକ ଟିକେ ଆମୋଦ ପ୍ରମୋଦ ପାଇଁ ସିମଲା ଗସ୍ତ କରିଛନ୍ତି ।

Advertisment

ବ୍ରିଟିସ୍ ଅମଳର ସମର କ୍ୟାପିଟାଲ ଏବେ ଭାରତୀୟଙ୍କ ସବୁଠୁ ବଡ଼ ଡେଷ୍ଟିନେସନ ପାଲଟିଛି । କୁଇନ୍ ଅଫ୍ ହିଲ୍ସ ଭାବେ ପରିଚିତ ସିମଲାର ସୂର୍ଯ୍ୟସ୍ତ ସମୟର ଦୃଶ୍ୟ ତ ସମସ୍ତଙ୍କୁ ଭିନ୍ନ ଏକ ରୋମାଞ୍ଚ ପ୍ରଦାନ କରିଥାଏ । ବ୍ରିଟିସ୍ ଅମଳର ବିଲ୍ଡିଂ ମଧ୍ୟ ନିଆରା ଆନନ୍ଦ ଦେଇଥାଏ । ଉତ୍ତର ଭାରତକୁ ବୁଲି ଯିବାକୁ ଚାହୁଁଥିବା ବ୍ୟକ୍ତି ହିମାଚଳର ଏହି ସହରକୁ ଯିବାକୁ ପସନ୍ଦ କରିଥାନ୍ତି ।

Advertisment
Tourism Shimla
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ