Female, single male govt employees eligible for 730 days of child care leave
ପିଲାଙ୍କ ଯତ୍ନ ପାଇଁ ମିଳିବ ୭୩୦ ଦିନ ଛୁଟି। କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ମହିଳା ଓ ଏକୁଟିଆ ଥିବା ପୁରୁଷ ସରକାରୀ କର୍ମଚାରୀଙ୍କୁ ଚାକିରି କାଳ ମଧ୍ୟରେ ପିଲାଙ୍କ ଯତ୍ନ ପାଇଁ(Child Care Leave) ମୋଟ୍ ୭୩୦ ଦିନ ଛୁଟି ମିଳିବ। ଏନେଇ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ସଂସଦରେ ଏହି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ମହିଳା କର୍ମଚାରୀଙ୍କୁ ବଡ଼ ଭେଟି, ପୂଜାପାଠ ପାଇଁ ମିଳିବ ଛୁଟି
ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଏହି ସୁବିଧା ପାଇପାରିବେ। ଦୁଇ ଜ୍ୟେଷ୍ଠ ସନ୍ତାନଙ୍କ ଯତ୍ନ ପାଇଁ ଏହି ଛୁଟି ମିଳିବ। ଯଦି ଦିବ୍ୟାଙ୍ଗ ସନ୍ତାନ ଥାନ୍ତି ତା’ହେଲେ ଏପରି ସ୍ଥଳେ ଏହି ଛୁଟି ଅସୀମିତ ମିଳିବ। ସିଭିଲ ସର୍ଭିସ୍ ଅଧିକାରୀଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।
ସୂଚନାଯୋଗ୍ୟଯେ, ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ନିକଟରେ ମାତୃତ୍ୱ ଛୁଟିକୁ ୧ ବର୍ଷକୁ ବୃଦ୍ଧି କରିଛନ୍ତି। ଏହି ଘୋଷଣାର କିଛି ସପ୍ତାହ ପରେ କେନ୍ଦ୍ର ସରକାର ଉପରୋକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ କହିଛନ୍ତି, ମା’ମାନଙ୍କ ଉପରୁ ଶିଶୁର ଲାଳନପାଳନର ବୋଝକୁ ହାଲ୍କା କରିବାକୁ ତାଙ୍କ ସରକାର ଏଭଳି ଘୋଷଣା କରିବା ପରେ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ସାରା ବିଶ୍ୱରେ ପିତା-ମାତାଙ୍କୁ ଏ କ୍ଷେତ୍ରରେ ମିଳୁଥିବା ସୁବିଧା ସହ ସମକକ୍ଷ ହେବାକୁ ସିକ୍କିମ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁଯାୟୀ, ସ୍ପେନ୍ରେ ଶିଶୁର ଲାଳନପାଳନ ପାଇଁ ବାପାଙ୍କୁ ୧୬ ସପ୍ତାହର ଛୁଟି ମିଳୁଥିବା ବେଳେ ସ୍ୱିଡେନ୍ରେ ଏହି ଛୁଟି ୩ ମାସ ରହିଛି। ସେହିପରି ଫିନ୍ଲାଣ୍ଡରେ ଏହି ଛୁଟି ଉଭୟ ପିତା-ମାତାଙ୍କ ପାଇଁ ୧୬୪ ଦିନ ରହିଛି। ଅନ୍ୟ ଦେଶରେ ଏହି ଛୁଟି ଭିନ୍ନ ଭିନ୍ନ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691647294.jpg)