cheetah
ମଧ୍ୟ ପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ପୁଣି ଆସିଲା ଖୁସି ଖବର । ଜନ୍ମ ନେଲେଆଉ ୫ଟି ଚିତା । ଦକ୍ଷିଣ ଆଫ୍ରିକାରୁ ଆସିଥିବା ବାଘୁଣୀ ‘ଗାମିନୀ’ ୫ ଶାବକଙ୍କୁ ଜନ୍ମ ଦେଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆରେ ଏହି ସୂଚନା
ଦେଇଛନ୍ତି।
୫ ଚିତା ଛୁଆଙ୍କ ଭିଡିଓ ମଧ୍ୟ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଭାରତରେ ଜନ୍ମିତ ଚିତା ଛୁଆଙ୍କ ସଂଖ୍ୟା ଏବେ ୧୩କୁ ବୃଦ୍ଧି ପାଇଛି। ଏହି ୫ ଛୁଆଙ୍କୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା ୨୬ରେ ପହଞ୍ଚିଛି ।
ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକୀୟ ଚିତା ଜ୍ବାଲା ଓ ଆଶା ମଧ୍ୟ ଶାବକ ଜନ୍ମ ଦେଇଥିଲେ । ଗତ ବର୍ଷ ମାର୍ଚ୍ଚରେ ଜ୍ବାଲା ପ୍ରଥମ କରି ୪ ସାବଜ ଜନ୍ମ ଦେଇଥିଲା। ମାତ୍ର ପର୍ଯ୍ୟାୟ କ୍ରମେ ୩ ଶାବକଙ୍କ ମୃତ୍ୟୁ ଘଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cheetah_1710080864.jpg)