Advertisment

ଝିଅର ମୃତଦେହକୁ ବାଇକ୍‌ରେ ନେଉଥିଲେ ବାପା, ଦେଖିଦେଲେ ଜିଲ୍ଲାପାଳ

ଲକ୍ଷ୍ମଣ ସିଂହଙ୍କ ୧୩ ବର୍ଷର ଝିଅ ମାଧୁରୀ ସିକଲ୍‌ ସେଲ୍‌ ଆନେମିଆ(ରକ୍ତହୀନତା ରୋଗ)ରେ ପୀଡିତ ଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ଘର ଠାରୁ ଦୂର ଶାହଡୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Father Takes daughter's Body Home On Bike

Father Takes daughter's Body Home On Bike

Advertisment

ଛୋଟ ଝିଅର ଶବକୁ ବାଇକ୍‌ରେ ବୁହାଇଲେ ଅସହାୟ ବାପା। ଆମ୍ବୁଲାନ୍ସ ନେବାକୁ ମନା କରିବାରୁ ବାଇକରେ ଯାଉଥିଲା ଝିଅର ମରଶରୀର। ହେଲେ ସେହି ବାଟ ଦେଇ ଯାଉଥିଲେ ଜିଲ୍ଲାପାଳ, ଏହା ଦେଖିବା ପରେ ଜିଲ୍ଲାପାଳଙ୍କର ହୃଦୟ ତରଳି ଯାଇଥିଲା। ଏହାପରେ କଣ ହେଲା ଆସନ୍ତୁ ଜାଣିବା...   

Advertisment

ମଧ୍ୟପ୍ରଦେଶ ଭୋପାଳ କୋଟା ଗ୍ରାମର ନିବାସୀ ଲକ୍ଷ୍ମଣ ସିଂହଙ୍କ ୧୩ ବର୍ଷର ଝିଅ ମାଧୁରୀ ସିକଲ୍‌ ସେଲ୍‌ ଆନେମିଆ(ରକ୍ତହୀନତା ରୋଗ)ରେ ପୀଡିତ ଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ଘର ଠାରୁ ଦୂର ଶାହଡୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସୋମବାର ରାତିରେ ଝିଅର ମୃତ୍ୟୁ ହୋଇଥିଲା। ଗାଡି ବ୍ୟବସ୍ଥା କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରିଦେବାରୁ ଝିଅର ମୃତଦେହକୁ ବାଇକ୍‌ରେ ଆଣୁଥିଲେ। 

ଲକ୍ଷ୍ମଣଙ୍କ ଅଭିଯୋଗ ଅନୁସାରେ, ମୃତ ଶରୀରକୁ ନେବା ପାଇଁ ଗାଡି ଯୋଗାଡ଼ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। ହେଲେ ୧୫ କିମିରୁ ଅଧିକ ଦୂରକୁ ଗାଡି ନେବା ଉପଲବ୍ଧ ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ। ହସ୍ପିଟାଲରେ ଥିବା ମହାପ୍ରୟାଣ ଗାଡି ବ୍ୟବସ୍ଥା କରିବା ପାଇଁ ଆମେ କହିଥିଲୁ। କିନ୍ତୁ ଏହା ୧୫ କିମି ପର୍ଯ୍ୟନ୍ତ ବ୍ୟବସ୍ଥା ରହିଥିବା ସେମାନେ କହିଥିଲେ। 

Advertisment

ସେ ଆହୁରି କହିଛନ୍ତି ଯେ- ଆମେ ନିଜେ ଗୋଟିଏ ଗାଡି ବ୍ୟବସ୍ଥା କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ଟଙ୍କା ଅଭାବରୁ ଆମେ ଗାଡିରେ ନନେଇ ବାଇକ୍‌ରେ ଝିଅର ମୃତଦେହ ନେଇଥିଲୁ। ତେବେ ବାଟରେ ନେଲାବେଳେ ଏଭଳି ଅବ୍ୟବସ୍ଥାକୁ ଶାହଡଲ୍‌ ଜିଲ୍ଲାପାଳ ବନ୍ଦନା ବିଦ୍ୟା ଦେଖିଥିଲେ। ଗୋଟିଏ ଗାଡିର ତୁରନ୍ତ ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ମଧ୍ୟ କହିଥିଲେ। 

ଗାଡି ପହଞ୍ଚିବା ପରେ ଝିଅକୁ ଘରକୁ ଆଣିବା ସହ ଅନ୍ତିମ ସତ୍କାର କରିଥିଲେ ବାପା। ଶାହଡୋଲ ଜିଲ୍ଲାପାଳ ଲକ୍ଷ୍ମଣଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଇଦେବା ସହ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।    

Advertisment
Hospital Collector
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ