Advertisment

ମିଳିଲାନି ଆମ୍ବୁଲାନ୍ସ ; କୋଳରେ ଝିଅର ଶବକୁ ଧରି ବସ୍‌ରେ ଗାଁକୁ ଗଲେ ବାପା

ସନ୍ତାନକୁ କାନ୍ଧରେ ବସେଇ ଜହ୍ନ ଦେଖାଏ ବାପା। ତୋଫା ଜହ୍ନର କିରଣରେ ସନ୍ତାନର ମୁହଁକୁ ଦେଖି ଆତ୍ମହରା ହୋଇପଡେ ତାର ପିତୃତ୍ୱ। ଏ ବି ଜଣେ ବାପା। ସେ ଚାଲୁଛନ୍ତି । କାନ୍ଧରେ ତାଙ୍କ ଶୋଇଯାଇଛି ୪ ବର୍ଷର ଝିଅ। ହେଲେ ସେ ଝିଅ ଆଉ ଜହ୍ନ ଦେଖିବାକୁ ଉଠିବନି। ସେ ଆଉ ଗପ ଶୁଣିବାକୁ ଅଝଟ ହେବନି। ସେ ସବୁଦିନ ପାଇଁ ଶୋଇ ଯାଇଛି।

4 year old girls dead body had to carried in bus

4 year old girls dead body had to carried in bus

Advertisment

ସନ୍ତାନକୁ କାନ୍ଧରେ ବସେଇ ଜହ୍ନ ଦେଖାଏ ବାପା। ତୋଫା ଜହ୍ନର କିରଣରେ ସନ୍ତାନର ମୁହଁକୁ ଦେଖି ଆତ୍ମହରା ହୋଇପଡେ ତାର ପିତୃତ୍ୱ। ଏ ବି ଜଣେ ବାପା। ସେ ଚାଲୁଛନ୍ତି । କାନ୍ଧରେ ତାଙ୍କ ଶୋଇଯାଇଛି ୪ ବର୍ଷର ଝିଅ। ହେଲେ ସେ ଝିଅ ଆଉ ଜହ୍ନ ଦେଖିବାକୁ ଉଠିବନି। ସେ ଆଉ ଗପ ଶୁଣିବାକୁ ଅଝଟ ହେବନି। ସେ ସବୁଦିନ ପାଇଁ ଶୋଇ ଯାଇଛି। କାନ୍ଧରେ ୪ ବର୍ଷର ଶିଶୁ କନ୍ୟାର ଶବକୁ ଧରି ବାପା ଚାଲୁଛନ୍ତି । ଛାତି ତାଙ୍କର ଫାଟି ଯାଉଛି। ଆଖିରୁ ବହି ଆସୁଥିବା ଲୁହ ବହିଯିବା ପୂର୍ବରୁ ଅଟକି ଯାଉଛି । କାରଣ ସେ ଜଣେ ହତଭାଗ୍ୟ ବାପା। ସେ କାନ୍ଦି ପାରିବେନି। କର୍ତ୍ତବ୍ୟ କରିବା ପାଇଁ ତାଙ୍କୁ ଆହୁରି ସଂଘର୍ଷ କରିବା ପଡ଼ିବ । ଝିଅକୁ ତ ବଞ୍ଚାଇ ପାରିଲେନି, ମୃତ୍ୟୁ ପରେ ତାର ଶେଷ କୃତ୍ୟ କରିବାକୁ ପଡିବ। ତେଣୁ ସେ ଝିଅର ଶବକୁ ଧରି ଚାଲିଛନ୍ତି। ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶରେ।

Advertisment

ଛତରତ୍ପୁର ଜିଲ୍ଲାର ଏହି ହୃଦୟଥରା ଦୃଶ୍ୟ ଦେଖଣାହାରୀଙ୍କ ଆଖି ଓଦା କରି ଦେଉଛି। ହେଲେ ସହାୟତାର ହାତଟିଏ କେହ ବଢାଇ ଦେଉ ନାହାନ୍ତି। ଏ ଦୃଶ୍ୟ ଦେଖିଲେ ମନରେ ପ୍ରଶ୍ନ ଆସେ, ସତରେ କ’ଣ ମଣିଷ ଭିତରୁ ହଜିଗଲା ମାନବିକତା, ସହୃଦୟତା ! ଝିଅକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ଯାଇଥିଲେ ବାପା। ସ୍ୱଳ୍ପ ସମ୍ବଳ ଭିତରେ ବହୁ ଚେଷ୍ଟା କରିଥିଲେ ସୁସ୍ଥ କରିବା ପାଇଁ। ହେଲେ ବିଫଳ ହେଲେ। ଶେଷରେ ଆଖି ବୁଜିଦେଲା ଝିଅ। ଝିଅର ମୃତ୍ୟୁ ତାଙ୍କୁ ବ୍ୟଥିତ କରି ନ ଥିଲା ବରଂ ପଥର କରି ଦେଇଥିଲା।  ଆଖିରୁ ଲୁହ ଗଡି ଆସିବା ପୂର୍ବରୁ କର୍ତ୍ତବ୍ୟର ଚାବୁକ ମାଡ ବସିଥିଲା ମନରେ। ଝିଅର ଶବକୁ ଗାଁକୁ ନେବେ କେମିତି ? ଅଭାବି ମଣିଷଟିକୁ ଏଠି କିଛି ସୁବିଧା ମିଳେନି । ତାଙ୍କୁ ବି ମିଳି ନ ଥିଲା ଡାକ୍ତରଖାନା ପକ୍ଷରୁ ଆମ୍ବୁଲାନ୍ସଟିଏ । ଶେଷରେ ଝିଅର ଶବକୁ କାନ୍ଧରେ ବୋହି ଚାଲି ଚାଲି ଆସିବାକୁ ବାଧ୍ୟ ହୋଇଥିଲେ ବାପା।

ଛତରପୁର ଜିଲ୍ଲା ପାଟନ ଗାଁର ଏଇ ୪ ବର୍ଷର ଝିଅଟି ମାଟି ତଳେ ଚାପି ହୋଇ ଯାଇଥିଲା। ଚିକିତ୍ସା ପାଇଁ ଝିଅର ବାପା ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ସେଠାରେ ତାର ମୃତ୍ୟୁ ଘଟିଥିଲା। ଶବକୁ ଘରକୁ ଆଣିବା ପାଇଁ ସରକାରୀ ଆମ୍ବୁଲାନ୍‌ସ ମିଳି ନ ଥିଲା। ଘରୋଇ ଆମ୍ବୁଲାନ୍ସରେ ଆଣିବା ପାଇଁ ଅର୍ଥର ଅଭାବ ଥିଲା ତାଙ୍କ ପାଖରେ। ତେଣୁ ଝିଅର ଶବକୁ କାନ୍ଧରେ ପକାଇ ବସଷ୍ଟାଣ୍ଡ ଆସିଲେ। ବସରେ ଆସିବା ପାଇଁ ବି ତାଙ୍କ ପାଖରେ ଅର୍ଥ ନ ଥିଲା। କେହି ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ବସ୍‌ ଭଡା ଦେଇଥିଲେ। ବସ୍‌ରେ ଝିଅର ଶବକୁ ଧରି ସେ ଗାଁରେ ପହଞ୍ଚିଲେ। ତେବେ  ବ୍ୟକ୍ତିଜଣକ ଝିଅର ଶବକୁ ଧରି ଚାଲି ଚାଲି ଆସୁଥିବାର ଦୃଶ୍ୟକୁ କେହ ଜଣେ ଭିଡିଓ କରିଥିଲେ ଯାହା ଏବେ ଭାଇରାଲ ହୋଇଛି।

Advertisment
Ambulance Dead Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ