Advertisment

ପୁଣି ଚାଷୀ ଓ ସୁରକ୍ଷାକର୍ମୀ ଧସ୍ତାଧସ୍ତି

ହରିୟାଣାରେ ପୁଣି ଚାଷୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ଝଜ୍ଜରରେ ଦୁଶ୍ୟନ୍ତଙ୍କ କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଚାଷୀ ।

Farmer Protest

Farmer Protest

Advertisment

ହରିୟାଣା: ହରିୟାଣାରେ ପୁଣି ଚାଷୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ଝଜ୍ଜରରେ ଦୁଶ୍ୟନ୍ତଙ୍କ କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଚାଷୀ । ଚାଷୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବାକୁ ପୋଲିସ ପକ୍ଷଲୁ ପାଣି ମାଡ଼ କରାଯାଇଥିଲା । ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ଅନେକ ମହିଳା ଚାଷୀ ମଧ୍ୟ ସାମିଲ ହୋଇଥିଲେ । ସ୍ଥିତିକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଚାଷୀଙ୍କୁ ଅଟକାଇବାକୁ ପୋଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଥିଲା । ଆନ୍ଦୋଳନକୁ ନେଇ ସହରର ବିଭିନ୍ନ ରୁଟ୍‌କୁ ବଦଳାଯାଇଥିଲା । ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର ଚାଷୀଙ୍କ ସମାଗମ ହୋଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ଏକାଠି ହୋଇଛନ୍ତି ।

Advertisment

ସୂଚନାଯୋଗ୍ୟ, ଗତ ୨୭ ସେପ୍ଟେମ୍ବରରେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ୧୦ ଘଣ୍ଟିଆ ଭାରତ ବନ୍ଦ କରିଥିଲେ ଚାଷୀ । ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏହି ଭାରତ ବନ୍ଦ କରାଯାଇଥିଲା । କେନ୍ଦ୍ରର କୃଷି ଆଇନ ପ୍ରଣୟନକୁ ବର୍ଷେ ବିତିଥିବା ବେଳେ ଏହାକୁ ବିରୋଧ କରି ଭାରତ ବନ୍ଦ ଡାକରା ଦେଇଥିଲେ ବିଭିନ୍ନ କୃଷକ ସଂଗଠନ । ଦେଶର ବିଭିନ୍ନ ସହରରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ରାଜସ୍ଥାନରୁ ଆରମ୍ଭ କରି ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ କେରଳ ସବୁଠାରେ ବନ୍ଦ ପାଳନ କରିଥିଲେ ବିଭିନ୍ନ କୃଷକ ସଂଗଠନ ।

Advertisment

ଭାରତ ବନ୍ଦରେ ୫ଶହରୁ ଅଧିକ କୃଷକ ସଂଗଠନ ସାମିଲ ହୋଇଥିଲେ । ଭାରତ ବନ୍ଦରେ ୧୫ ଟ୍ରେଡ୍ ୟୁନିୟନ, କଂଗ୍ରେସ, ବାମଦଳ ସମେତ କିଛି ପ୍ରମୁଖ ରାଜନୈତିକ ଦଳ ସମର୍ଥନ ଜଣାଇଥିଲେ ଏହା ସହ ଭାରତ ବନ୍ଦକୁ ୬ ଅଣ ବିଜେପି ଶାସିତ ରାଜ୍ୟ ତାମିଲନାଡୁ, ଛତିଶଗଡ଼, କେରଳ, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ଆନ୍ଧ୍ର ପ୍ରଦେଶ ନିଜ ନିଜ ସମର୍ଥନ ଜଣାଥିଲେ । ସିପିଆଇ, ସିପିଏମ୍, ଅଲ୍ ଇଣ୍ଡିଆ ଫରଓ୍ୱାର୍ଡ ବ୍ଲକ ଭଳି ବାମ ଦଳ ସହ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଟିଡିପି, ଜନତା ଦଳ, ବିଏସ୍‌ପି, ଏନସିପି, ଡିଏମକେ, ଶିରୋମଣି ଅକାଳି ଦଳ, ଜେଏମ୍ଏମ୍, ରାଷ୍ଟ୍ରୀୟ ଜନତା ଦଳ, ସ୍ୱରାଜ ଇଣ୍ଡିଆ ଏହାକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଥିଲେ ।

ତେବେ ଆନ୍ଦୋଳନ ରାସ୍ତା ଛାଡ଼ି ସରକାରଙ୍କ ସହ ଚାଷୀନେତା ସକରାତ୍ମକ ଆଲୋଚନା କରନ୍ତୁ ବୋଲି କହିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ସରକାର ସମସ୍ତ ଦାବିକୁ ବିଚାରକୁ ନେଇ ଆଲୋଚନା ଲାଗି ସହମତି ଜଣାଇଛନ୍ତି । ପୂର୍ବରୁ ଅନେକ ଥର ସରକାର ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି । ଚାଷୀ ଆନ୍ଦୋଳନକୁ ରାଜନୀତି ସହ ନ ଯୋଡ଼ିବାକୁ ଅପିଲ୍ କରିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ତୋମାର ।

Advertisment
Farmer Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ