Advertisment

'ଜାଣି ଶୁଣି ମୋ ଉପରେ କାଳିମାଡ଼ କରିଛନ୍ତି ସରକାର'

ରାଜ୍ୟ ସରକାରଙ୍କ ସଲାସୁତୁରାରେ କିଛି ଗୁଣ୍ଡା କାଳିମାଡ଼ କରିଥିବା ଅଭିଯୋଗ କରିଛନ୍ତି ରାକେଶ ଟିକାୟତ । ମୋଦି ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଭାରତୀୟ କିଶାନ ୟୁନିୟନର ମୁଖ୍ୟ ରାକେଶ ଟିକାୟତଙ୍କ ନେତୃତ୍ୱରେ ସାରା ଦେଶରେ ଆନ୍ଦୋଳନ ହୋଇଥିଲା ।

Rakesh Tikait

Rakesh Tikait

Advertisment

ଚାଷୀ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼ । ବେଙ୍ଗଳୁରୁରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି । ସେ ପ୍ରେସ୍‌ମିଟ୍‌ କରୁଥିବା ବେଳେ କିଛି ଯୁବକ ସେଠାକୁ ପଶି ଆସିଥିଲେ । ହଙ୍ଗାମା କରିବା ସହିତ ସେମାନେ ରାକେଶଙ୍କ ମୁହଁ ଉପରକୁ କାଳି ଫିଙ୍ଗିଥିଲେ ।

Advertisment

ଏହା ପରେ ଘଟଣାସ୍ଥଳରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । କିଛି ଲୋକ ଚେୟାର ଫିଙ୍ଗା ଫୋପଡ଼ା ସହିତ ହାତାହାତି, ଧସ୍ତାଧସ୍ତି ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥିପାଇଁ କର୍ଣ୍ଣାଟକ ସରକାରଙ୍କୁ ଦାୟୀ କରିଛନ୍ତି ରାକେଶ ଟିକାୟତ । ସେ ଅଭିଯୋଗ କରିଛନ୍ତି ଯେ, ଏହି କାର୍ଯ୍ୟକ୍ରମକୁ କର୍ଣ୍ଣାଟକର ବିଜେପି ସରକାର ସୁରକ୍ଷା ଯୋଗାଇ ଦେଇଥିଲେ । ସ୍ଥାନୀୟ ପୋଲିସ ବି ସୁରକ୍ଷା ଦେଇନଥିଲା ।

ରାଜ୍ୟ ସରକାରଙ୍କ ସଲାସୁତୁରାରେ କିଛି ଗୁଣ୍ଡା ଏପରି କରିଥିବା ଅଭିଯୋଗ କରିଛନ୍ତି ରାକେଶ ଟିକାୟତ । ମୋଦି ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଭାରତୀୟ କିଶାନ ୟୁନିୟନର ମୁଖ୍ୟ ରାକେଶ ଟିକାୟତଙ୍କ ନେତୃତ୍ୱରେ ସାରା ଦେଶରେ ଆନ୍ଦୋଳନ ହୋଇଥିଲା । ବିଶେଷ କରି ଦିଲ୍ଲୀ ସୀମାରେ ଏହା ବିରାଟ ରୂପ ଧାରଣା କରିଥିଲା । ଶେଷରେ କେନ୍ଦ୍ର ସରକାର ବାଧ୍ୟ ହୋଇ ସେହି ତିନି ଆଇନକୁ ପ୍ରତ୍ୟାହାର କରିନେଇଥିଲେ । ଏହା ପରେ ସାରା ଦେଶରେ ଚାଷୀ ଆନ୍ଦୋଳନର ଚେହେରା ହୋଇଥିଲେ ରାକେଶ ଟିକାୟତ ।

Advertisment
Rakesh Tikait Farmer Leader Attacked With Ink
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ