Advertisment

ଏଣିକି କରୋନା କବଳରୁ ବଞ୍ଚିବେ ପଶୁ: ଦିଆଯିବ କୋଭିଡ୍ ଭ୍ୟାକ୍ସିନ

ପଶୁଙ୍କୁ ଦିଆଯିବ କରୋନା ଟିକା...୨ ବର୍ଷର କଠିନ ପରିଶ୍ରମ ପରେ ପ୍ରସ୍ତୁତ ହୋଇଛି ଆଙ୍କୋଭାକ୍ସ ଟିକା...

Faridabad janwar corona vaccine anchovax animal vaccine successful trial on zoo animals

Faridabad janwar corona vaccine anchovax animal vaccine successful trial on zoo animals

Advertisment

ଏଣିକି ପଶୁଙ୍କୁ ହେବନି କରୋନା । ଦିଆଯିବ କଭିଡ ଭ୍ୟାକ୍ସିନ । କରୋନା କବଳରୁ ରକ୍ଷା କରିବା ପାଇଁ ପଶୁଙ୍କ ନିମନ୍ତେ କରୋନା ଟିକା ପ୍ରସ୍ତୁତ କରାଯାଇଛି । ପଶୁପକ୍ଷୀ ଯେପରି କୋଭିଡର ଶିକାର ନହୁଅନ୍ତୁ ତାହାକୁ ଦୃଷ୍ଟିରେ ରଖି ପାଇଁ ପଶୁଙ୍କୁ ଟିକା ଦିଆଯିବାର ନିଷ୍ପତ୍ତି ନିଆଯାଇଛି । ତେଣୁ ପଶୁଙ୍କୁ ଆଙ୍କୋଭାକ୍ସା ନାମକ ଟିକା ଦିଆଯିବ ବୋଲି ଭାରତୀୟ କୃଷି ଅନୁସନ୍ଧାନର ବୈଜ୍ଞାନିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଦେଶର ବିଭିନ୍ନ ପ୍ରାଣୀ ଉଦ୍ୟାନର ପଶୁଙ୍କ ଉପରେ ଆଣ୍ଡି-କରୋନା ଟିକାକୁ ପରୀକ୍ଷା କରାଯିବା ପରେ ଏହ ସଫଳତାର ସହ ଏହି ଟିକା ପ୍ରସ୍ତୁତ କରାଯାଇଛି । ଏହାସହ ଗୁଜୁରାଟର ଜୁନାଗଡ ସ୍ଥିତ ସାକରବାଗ୍ ପ୍ରାଣୀ ଉଦ୍ୟାନର ଚିତାବାଘ ଓ ସିଂହଙ୍କୁ ଏହି ଟିକା ଦିଆଯାଇଛି । ଏହାର ଠିକ୍ ୨୧ ଦ୍ନ ପରେ ସେମାନଙ୍କୁ ବୁଷ୍ଟର ଜୋଡ୍ ମଧ୍ୟ ଦିଆଗଲା । ଟିକାକରଣର ୪୨ ଦିନ ପରେ ଟିକା ଦିଆଯାଇଥିବା ପଶୁଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ସେମାନଙ୍କ ରୋଗ ପ୍ରତିରୋଧକର ଶକ୍ତି ପୂର୍ବ ଅପେକ୍ଷା ଆହୁରି ଅଧିକ ବଢଯାଇଛି । କେବଳ ଏତିକି ନୁହେଁ ଟିକାକରଣର ପ୍ରତ୍ୟେକ ଡୋଜ୍ ପରେ ସେମାନେ କୋଭିଡ୍ ମହାମାରୀରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।

ଏନେଇ ଜଣେ ବରିଷ୍ଠ ବୈଜ୍ଞାନିକ ଡ. ନବୀନ କହିଛନ୍ତି, କୋଭିଡ୍‌ର ପ୍ରଥମ ଲହର ସମୟରେ ପଶୁ ପକ୍ଷୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହେବାର ଘଟଣା ସାମ୍ନାକୁ ଆସିଲା । ତେଣୁ ସେମାନଙ୍କୁ କୋଭିଡ ମହାମାରୀରୁ ରକ୍ଷା କରିବା ପାଇଁ ଦ୍ୱିତୀୟ ଲହର ସମୟରେ ଆମେ ଭ୍ୟାକ୍ସିନ୍ ତିଆରି କରିବା ଆରମ୍ଭ କରିଥିଲୁ । ଯାହାର ନାମ ‘ଆଙ୍କୋଭାକ୍ସା’ ରଖାହୋଇଛି ।

Advertisment

ସୂଚନା ଅନୁସାରେ, ଏହି ଟିକାକୁ ପ୍ରଥମେ ମୂଷା ଓ ଠେକୁଆଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାରେ ସେନାବାହୀନିର କୁକୁରଙ୍କ ଉପରେ ପ୍ରୟୋଗ କରାଯାଇଥିଲା ।ଶେଷ ପର୍ଯ୍ୟାରେ ସାକରବାଗ୍ ପ୍ରାଣୀ ଉଦ୍ୟାନର ଚିତାବାଘ ଓ ସିଂହଙ୍କୁ ଏହି ଟିକା ଦିଆଯାଇଥିଲା । ଯାହାର ଫଳାଫଳ ସକାରାତ୍ମକ ବୋଲି ହୋଇଛି । ଏମିତିକି ପଶୁଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଟିକା ସେମାନଙ୍କ ଉପରେ ଭଲ ପ୍ରଭାବ ପକାଇବା ସହ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଭଲ ରହିଛି । ତେବେ ଗୋଟିଏ ପ୍ରାଣୀକୁ ମୋଟ୍ ୨ ଟି ଡୋଜ୍ ଦିଆଯାଉଛି ।

Corona Vaccine Vaccine For Animals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ