Advertisment

ଘରେ ପଶିଗଲା ବନ୍ୟା ପାଣି, ଗଛ ଉପରକୁ ଚଢିଗଲେ ଗର୍ଭବତୀ। ଆଉ ତା’ ପରେ ହେଲା କଣ?

ନଦୀ ପାଣି ହଠାତ୍‌ ବଢିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଘଂଟାକୁ ଘଂଟା ନଦୀରେ ଜଳସ୍ତର ବଢୁଥିବାରୁ ଚିନ୍ତାରେ ପୂରା ଗାଁ ଲୋକେ। କେମିତି ନିଜର ଆସବାବପତ୍ରକୁ ସୁରକ୍ଷିତ ସ୍ଥାନକୁ ନେବେ ଓ କେମିତି ନିଜେ ସୁରକ୍ଷଇତ ରହିବେ ତାହା ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ।

ଘରେ ପଶିଗଲା ବନ୍ୟା ପାଣି, ଗଛ ଉପରକୁ ଚଢିଗଲେ ଗର୍ଭବତୀ। ଆଉ ତା’ ପରେ ହେଲା କଣ?

MP FLOOD

Advertisment

ଭୋପାଳ: ମଧ୍ୟପ୍ରଦେଶରେ ବନ୍ୟା ସ୍ଥିତି ସଙ୍ଗୀନ। ଯେଉଁ ଆଡ଼େ ଦେଖିବେ ଖାଲି ପାଣି ହିଁ ପାଣି। ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଛି। ସ୍ଥିତି ଏମିତି ହେଲାଣି ଯେ, ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଆଉ ଏହାରି ମଧ୍ୟରେ ଏମିତି ଏକ ଘଟଣା ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ। ସୂଚନା ଅନୁସାରେ, ଏମ୍‌ପିରେ ବନ୍ୟା ହେବା କାରଣରୁ ଲୋକଙ୍କ ଘରେ ପାଣି ପଶିଛି। ଜୀବନ ବଂଚାଇବାକୁ କିଏ ପହଁରି ପହଁରି ଉଚ୍ଚ ସ୍ଥାନକୁ ପଳାଇଛି ତ ଆଉ କିଏ ଗଛ ଉପରକୁ ଚଢିଯାଇଛି। ବନ୍ୟା ପାଣି ମାଡ଼ି ଆସିବାରୁ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଅର୍ଥାତ୍‌ ୧୬ ଜଣ ଗଛ ଉପରେ ଆଶ୍ରୟ ନେଇଛନ୍ତି। ପାଖାପାଖି ୨୪ ଘଂଟା ପୂରା ପରିବାର ଗଛ ଉପରେ ବସିଥିବା ଦେଖାଯାଇଛି। ଠିକ୍‌ ସେହିପରି ଗାଁର ଜଣେ ଗର୍ଭବତୀଙ୍କୁ ବଂଚାଇବା ପାଇଁ ପରିବାର ଲୋକ କେଉଁ ଆଡ଼େ ଯାଇପାରିନଥିଲେ। ଆଉ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପଡ଼େଶୀ ଘରର ସଦସ୍ୟ ମଧ୍ୟ ପାଣି ଘେରରେ ଫଶିରହିଥିଲେ। ଆଉ ଏହି ଘଟଣାର ଖବର ପାଇ ଏନଡ଼ିଆରଏପଫ୍‌ ଟିମ୍‌ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।

Advertisment

ନଦୀ ପାଣି ହଠାତ୍‌ ବଢିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଘଂଟାକୁ ଘଂଟା ନଦୀରେ ଜଳସ୍ତର ବଢୁଥିବାରୁ ଚିନ୍ତାରେ ପୂରା ଗାଁ ଲୋକେ। କେମିତି ନିଜର ଆସବାବପତ୍ରକୁ ସୁରକ୍ଷିତ ସ୍ଥାନକୁ ନେବେ ଓ କେମିତି ନିଜେ ସୁରକ୍ଷଇତ ରହିବେ ତାହା ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ।

Advertisment

ସୂଚନା ଅନୁସାରେ ଗାଁରେ ଗୌରବଙ୍କ ପତ୍ନୀ ଲକ୍ଷ୍ମୀ ଗର୍ଭବତୀ ଅଛନ୍ତି। ତେଣୁ ପାଣି ଆସିବା ପରେ ମଧ୍ୟ ସେ ଗାଁ ଛାଡ଼ିପାରିନଥିଲେ। ତେବେ ପତ୍ନୀଙ୍କୁ ଛାଡ଼ି ଗୌରବ ମଧ୍ୟ କେଉଁ ଆଡ଼େ ଯାଇନଥିଲେ ଓ ତାଙ୍କ ଭାଇ ମଧ୍ୟ ଭାଇ ଓ ଭାଉଜଙ୍କୁ ଛାଡ଼ି ଯିବା ପାଇଁ ଉଚିତ୍‌ ମନେ କଲେ ନାହିଁ। ସମୟକ୍ରମେ ଧୀରେ ଧୀରେ ଗାଁରେ ବନ୍ୟା ପାଣିର ସ୍ତର ମଧ୍ୟ ବଢିବାକୁ ଲାଗିଥିଲା। ଆଉ ସ୍ଥିତି ଏମିତି ହେଲା ଯେ, ସେମାନଙ୍କ ଶୋଇବା ଘରକୁ ମଧ୍ୟ ପାଣି ପଶିଥିଲା। ଉପାୟଶୂନ୍ୟ ହୋଇ ଗୌରବ, ପତ୍ନୀ ଲକ୍ଷ୍ମୀ ଏବଂ ତାଙ୍କ ସାନ ଭାଇ ଘର ପାଖରେ ଥିବା ଏକ ୧୬ ଫୁଟ୍‌ର ଗଛ ଉପରକୁ ଚଢ଼ିଯାଇଥିଲେ। ସାହାଯ୍ୟ ପାଇଁ ଆକୁଳ ଚିତ୍କାର କରୁଥିଲେ ମଧ୍ୟ କିଛି ଲାଭ ହେଲା ନାହିଁ। ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ବିଧାୟକ ଏହି ଖବର ପାଇବା ପରେ ସାହାଯ୍ୟ ପାଇଁ ପ୍ରଶାସନକୁ କହିଥିଲେ କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ସେମାନଙ୍କ ପାଖରେ ପ୍ରଶାସନ ପହଂଚିପାରିନଥିଲା। ତେବେ ପରଦିନ ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

India Madhya Pradesh Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ