Advertisment

୧୮ ମାସ ଧରି କାହିଁକି ଶବକୁ ସାଇତି ରଖିଥିଲେ ପରିବାର ଲୋକେ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

କାନପୁରରେ ଜଣେ ଇନକମ୍‌ ଟାକ୍ସ ଅଫିସର ଭିମଲେଶ ଶଙ୍କରଙ୍କ ମୃତ୍ୟୁ ପରେ ପରିବାର ଲୋକେ ୧୮ ମାସ ଶବକୁ ସାଇତି ରଖିଥିଲେ। ସେମାନଙ୍କର ବିଶ୍ୱାସ ଥିଲା ଯେ ଭମିଲେଶ ବଞ୍ଚିଛନ୍ତି। ନିଶ୍ଚୟ ବଞ୍ଚିବେ। ସେଥିପାଇଁ ପତ୍ନୀ ସ୍ୱାମୀଙ୍କ ମୃତ ଶରୀରକୁ ସାଇତି ରଖି ପ୍ରତିଦିନ ଗଙ୍ଗାଜଳ ଛିଞ୍ଚୁଥିଲେ । ଶେଷରେ ଏହି କଥା ପଦାକୁ ଆସିଲା ଓ ପୋଲିସ ଶବକୁ ଜବତ କରି ଶେଷକୃତ୍ୟ ସମ୍ପନ୍ନ କରିଥିଲା। ହେଲେ ପରିବାର ଲୋକେ କାହିଁକି ଭୀମଲେଶଙ୍କୁ ଜୀବିତ ବୋଲି ଭାବିଥିଲେ ? ପୋଲିସ ତଦନ୍ତରୁ ପ୍ରକୃତ କଥା ଏବେ ପଦାକୁ ଆସିଛି। କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

ଅଦ୍ୟତନ ହୋଇଛି
Faulty Oximeter Made Family Believe Their Dead Son Was Alive

ଭୀମଲେଶଙ୍କର ମା’ଙ୍କ ଦୃଢ ଧାରଣା ଥିଲା ଯେ ତାଙ୍କ ପୁଅ ବଞ୍ଚିଛନ୍ତି। କାରଣ ତାଙ୍କ ହାତରେ ଅକ୍ସିମିଟର ଲଗାଇଲେ ତାହା ରିଡିଂ କରୁଥିଲା । ହେଲେ ସେମାନେ ଜାଣି ନ ଥିଲେ ଯେ ଅକ୍ସିମିଟର ଖରାପ ହୋଇ ଯାଇଛି ବୋଲି। ତେଣୁ ପରିବାର ଲୋକେ ଖରାପ ଅକ୍ସମିଟରରେ ଅକ୍ସଜେଲ ଲେବୁଲ ମାପି ଖୁସି ହୋଇ ଯାଉଛନ୍ତି ଯେ ତାଙ୍କ ପୁଅ କୋମାରେ ଅଛନ୍ତି, କିନ୍ତୁ ବଞ୍ଚିଛନ୍ତି।  ଏମିତି ଭାବନା ଭିତରେ ଭୀମଲେଶଙ୍କ ମୃତଦେହକୁ ସେ ଧରି ରଖିଥିଲେ ଦୀର୍ଘ ୧୮ ଦିନ । ପରିବାର ଲୋକେ ଦୃଢ ନିଶ୍ଚିତ ହୋଇ ଯାଇଥିଲେ, ଯେହେତୁ ପୁଅର ଅକ୍ସିଜେନ ଲେବୁଲ୍‌ ଠିକ ଅଛି ତେଣୁ ପୁଅ ତାଙ୍କର ବଞ୍ଚିଛି।

ତଦନ୍ତ ରିପୋର୍ଟରୁ ଜଣାଯାଇଛି, ପ୍ରଥମେ ପରିବାର ଲୋକେ ଗୋଟିଏ ଆଙ୍ଗୁଠିରେ ଅକ୍ସିମିଟର ଲଗାଇଲେ। ଅକ୍ସିମିଟର ଖରାପ ଥିବାରୁ ବାଇ ଡିଫଲ୍ଟ ଏଥିରେ ନମ୍ବର ଦେଖାଉଥିଲା। ହେଲେ ପରିବାର ଲୋକେ ଭାବିଥିଲେ ଅକ୍ସିମିଟର ରିଡିଂ କରୁଛି।  ବିମଲେଶଙ୍କ ପତ୍ନୀ ମିତାଲି କହିଛନ୍ତି, ସେ ମୃତ୍ୟୁ ବିଷୟରେ ଅବଗତ ଥିଲେ, ତଥାପି ସେ ବିଶ୍ୱାସ କରୁଥିଲେ, ବଞ୍ଚିଛନ୍ତି ବୋଲି। ତେଣୁ ଯେତେବେଳେ ବି ଯିଏ ପଚାରନ୍ତି, ସମସ୍ତଙ୍କୁ ସ୍ୱାମୀ ବଞ୍ଚିଛନ୍ତି ବୋଲି ସେ ଦାବି କରନ୍ତି। ଏପରିକି ସେ ତାଙ୍କ ଅଫିସକୁ ପ୍ରଥମେ ମୃତ୍ୟୁ ଖବର ଜଣାଇଥିଲେ। ହେଲେ ପରେ ଭୀମଲେଶ ବଞ୍ଚିଛନ୍ତି ବୋଲି ସେ ଲେଟର ଦେଇଥିଲେ। ତେବେ ପରିବାର ଲୋକେ ଏହି ୧୮ ମାସ କାଳ ଅଫିସରୁ ଦରମା ନେଉଛନ୍‌ କି ନାହିଁ ତଦନ୍ତକାରୀ ଟିମ୍‌ ଜାଣି ନାହାନ୍ତି। ପୋଲିସ ଏ ଦିଗରେ ଅନୁସନ୍ଧାନ ଚଲାଇଛନ୍ତି।

Advertisment

ଅନ୍ୟପକ୍ଷେ ଭିମଲେଶଙ୍କ ଭାଇ ଦିନେଶ ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲରେ ପୋଲିସ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି ଯେ ପୋଲିସ ତାଙ୍କ ପରିବାରକୁ ମାନସିକ ଭାବେ ହଇରାଣ କରୁଛି। ପୋଲିସ ତଦନ୍ତ ନ କରି ଡେଡବଡିକୁ ଜବରଦସ୍ତ ସତ୍କାର କରିଦେଲେ। ଏବେ ତଦନ୍ତ ନାଁରେ ପରିବାରକ ହାଇରାଣ କରୁଛି ବୋଲି ସେ ଦର୍ଶାଇଛନ୍ତି।

Oximeter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ