Advertisment

କ୍ରିକେଟର, ଅମ୍ପାୟର ଏଠି ସବୁ ନକଲି...ସାମ୍ନାକୁ ଆସିଲା ଫେକ୍‌ IPL

ନକଲି କ୍ରିକେଟ ଲିଗ୍‌, ପଡ଼ିଆ, କ୍ରିକେଟର, କମେଣ୍ଟେଟର ଓ ଅମ୍ପାୟାର...ସବୁକିଛି ଏଠି ନକଲି। ହେଲେ ଏଥିପାଇଁ ଚାଲିଥିବା ବେଟିଂ କିନ୍ତୁ ଥିଲା ଅସଲି।

ଅଦ୍ୟତନ ହୋଇଛି
Fake IPL In Gujarat

Fake IPL In Gujarat

Advertisment

ନକଲି କ୍ରିକେଟ ଲିଗ୍‌, ପଡ଼ିଆ, କ୍ରିକେଟର, କମେଣ୍ଟେଟର ଓ ଅମ୍ପାୟାର.. ସବୁକିଛି ଏଠି ନକଲି । ହେଲେ ଏଥିପାଇଁ ଚାଲିଥିବା ବେଟିଂ କିନ୍ତୁ ଥିଲା ଅସଲି । ଆଉ ତା’ବି ପୁଣି ହେଉଥିଲା ବିଦେଶରୁ ଅପରେଟିଂ । ଫିଲ୍ମ ଷ୍ଟାଇଲ ଲାଗୁଥିଲେ ମଧ୍ୟ, ଘଟଣାଟି ପୁରା ସତ । ଗୁଜରାଟ ଭଡନଗରର ଏକ ଗାଁରେ କିଛି ଲୋକ IPL ଭଳି ଏକ ନକଲି କ୍ରିକେଟ ଲିଗ୍‌ ଚଲାଇଥିଲେ । ରୁଷ୍‌ରୁ ବେଟିଂ ଚାଲି ଥିବାବେଳେ ଏବେ ସବୁକିଛି ପର୍ଦ୍ଦାଫାସ ହୋଇଛି । 

Advertisment

ମେହସାଣା ପୋଲିସ୍‌ ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କ ବିରୋଧରେ ଠକେଇ, ବେଟିଂ ଲଗାଇବା ସମେତ ଅନ୍ୟ ଘଟଣାକୁ ନେଇ ମାମଲା ରୁଜୁ କରାଯାଇଛି । ଆଉ ଜଣେ ଅଭିଯୁକ୍ତ ନିଖୋଜ ଅଛନ୍ତି । ଯିଏକି ରୁଷ୍‌ରେ ରହି ସେଠାରୁ ପୁରା ଗେମ୍‌ ଅପରେଟ୍‌ କରୁଥିଲେ । 

ମିଳିଥିବା ସୂଚନା ଅନୁସାରେ, ଭଡନଗରର ମାଲିପୁର ଗାଁରେ କିଛି ଲୋକ ଏକ ଫାର୍ମ କିଣିଥିଲେ। ଏହାକୁ ସେମାନେ କ୍ରିକେଟ ପଡ଼ିଆରେ ପରିଣତ କରିଥିଲେ। ଫ୍ଲଡ୍‌ ଲାଇଟ୍‌ ଲଗାଯିବା ସହ ପିଚ୍‌ ମଧ୍ୟ କରାଯାଇଥିଲା। ମଲ୍ଟି କ୍ୟାମ୍‌ ସେଟ୍‌ଅପ୍‌, କମେଣ୍ଟ୍ରି ବକ୍ସ ସମେତ ଅନେକ ବ୍ୟବସ୍ଥା କରାଯାଇଥିଲା। ଯେମିତିକି ଏହା IPL ମ୍ୟାଚ୍ ଖେଳା ଯାଉଥିବା ଭଳି ଦେଖାଯିବ।

Advertisment

ଖାଲି ଏତିକି ନୁହେଁ ଏକ ମୋବାଇଲ୍‌ ଆପ୍‌ରେ ମ୍ୟାଚ୍‌ର ଲାଇଭ ମଧ୍ୟ ହେଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟକଥା, ଗାଁ ଯୁବକମାନଙ୍କୁ ଏଥିପାଇଁ ଟଙ୍କା ଦିଆଯାଉଥିଲା । ପ୍ରତ୍ୟେକ ମ୍ୟାଚ୍‌ରେ ଜଣକୁ ୪୦୦ ଟଙ୍କା ମିଳୁଥିଲା ଓ ପୁରା ମ୍ୟାଚ୍‌ ଖେଳା ଯାଉଥିଲା ।

ପୋଲିସ୍‌ ସୂଚନା ଅନୁସାରେ, ରୁଷ୍‌ରେ ବସି ପ୍ଲାନିଂ କରୁଥିବା ବ୍ୟକ୍ତି ଜଣକ ଇଶାରାରେ ହିଁ ସବୁକିଛି ଚାଲୁଥିଲା । ବେଟିଂ ହିସାବଠୁ ଆରମ୍ଭ କରି ଗାଁଲୋକ (ନକଲି କ୍ରିକେଟର) ସବୁକିଛି ସମ୍ପୃକ୍ତ ବ୍ୟକ୍ତିଙ୍କ ଇଶାରାରେ ହିଁ ଚାଲୁଥିଲା । କେତେବେଳେ ନକଲି କ୍ରିକେଟର ଚୌକା ମାରିବେ କେତେବେଳେ ଆଉଟ୍‌ ହେବେ ସବୁକିଛି ପ୍ଲାନିଂରେ ହେଉଥିଲା । ପୋଲିସ୍‌ ଅଭିଯୁକ୍ତଙ୍କ ନିକଟରୁ କ୍ରିକେଟ ଟିକେଟ୍, ସ୍ପିକର, ଲାଇଟ୍‌, ମଲ୍ଟି କ୍ୟାମେରା ସେଟ୍‌ଅପ୍‌ ସମେତ ଅନେକ ଜିନିଷ ଜବତ କରିଛି ।

Advertisment
Gujarat Fake IPL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ