Advertisment

ପୁଣି ଅଚଳ ହେଲା Facebook, Instagram, WhatsApp : ବିଳମ୍ବିତ ରାତ୍ରିରେ ୟୁଜର୍ସଙ୍କୁ କ୍ଷମା ମାଗିଲା ଫେସବୁକ୍

ବୈଷୟିକ ତ୍ରୁଟିର ସମାଧାନ ପରେ ଅନ୍ୟ ଏକ ଟ୍ୱିଟ୍ କରିଥିଲେ ଫେସବୁକ୍ କର୍ତ୍ତୃପକ୍ଷ । ଗତ କିଛି ଘଣ୍ଟା ଧରି ଫେସବୁକ୍ ସେବା ଯୋଗାଇ ପାରିନଥିଲା, ଏଥିପାଇଁ ଆମେ ଦୁଃଖିତ । ପରିବାର ତଥା ବନ୍ଧୁ ପରିଜନଙ୍କ ସହ ଯୋଗାଯୋଗ କରିବା ପାଇଁ ଆପଣ ସୋସିଆଲ ମିଡ଼ିଆରେ ଉପରେ କେତେ ନିର୍ଭରଶୀଳ ସେ ସର୍ମ୍ପକରେ ଆମେ ଅବଗତ ।

ଅଦ୍ୟତନ ହୋଇଛି
undefined

Facebook, Instagram, Messenger, and WhatsApp down again for some users

Advertisment

ନୂଆଦିଲ୍ଲୀ : ସପ୍ତାହକ ମଧ୍ୟରେ ପୁଣି ଥରେ ଅଚଳ ହେଲା ଫେସବୁକ, ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ ଓ ମେସେଞ୍ଜର । ଗତକାଲି ପ୍ରାୟ ଦୁଇ ଘଣ୍ଟା ଧରି ସର୍ଭର ଡାଉନ ରହିଥିଲା । ଏଥିଯୋଗୁଁ ୟୁଜର୍ସଙ୍କ ମଧ୍ୟରୁ ନା କେହି ମେସେଜ୍ ପଠାଇ ପାରୁଥିଲେ ନା କୌଣସି ୟୁଜର୍ସଙ୍କ ପାଖକୁ ମେସେଜ ଆସିପାରୁଥିଲା । ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା । ସର୍ଭର ସମସ୍ୟାକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି ଫେସବୁକ୍ କର୍ତ୍ତୃପକ୍ଷ । ଯେଉଁ ୟୁଜରମାନେ ଆପ୍ ବ୍ୟବହାର କରିପାରି ନାହାନ୍ତି, ସେମାନଙ୍କୁ କ୍ଷମା ମାଗିଛି ଫେସବୁକ୍ ।

Advertisment

ବୈଷୟିକ ତ୍ରୁଟିର ସମାଧାନ ପରେ ଅନ୍ୟ ଏକ ଟ୍ୱିଟ୍ କରିଥିଲେ ଫେସବୁକ୍ କର୍ତ୍ତୃପକ୍ଷ । ଗତ କିଛି ଘଣ୍ଟା ଧରି ଫେସବୁକ୍ ସେବା ଯୋଗାଇ ପାରିନଥିଲା, ଏଥିପାଇଁ ଆମେ ଦୁଃଖିତ । ପରିବାର ତଥା ବନ୍ଧୁ ପରିଜନଙ୍କ ସହ ଯୋଗାଯୋଗ କରିବା ପାଇଁ ଆପଣ ସୋସିଆଲ ମିଡ଼ିଆରେ ଉପରେ କେତେ ନିର୍ଭରଶୀଳ ସେ ସର୍ମ୍ପକରେ ଆମେ ଅବଗତ । ଫେସବୁକ୍ ଆପରେ ଦେଖାଦେଇଥିବା ସମସ୍ୟାର ସମାଧାନ କରାଯାଇଛି ବୋଲି ଫେସବୁକ୍ ପକ୍ଷରୁ ଟ୍ୱିଟ କରାଯାଇଛି । ସୋସିଆଲ ମିଡିଆ ଚଳିତ ସପ୍ତାହରେ ଦୁଇ ଥର ଡାଉନ୍ ପଡ଼ିଥିଲେ ସୁଦ୍ଧା ୟୁଜର ଧୈର୍ଯ୍ୟ ରକ୍ଷା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ଗତ ସୋମବାର ୬ ଘଣ୍ଟାରୁ ଅଧିକ ସମୟ ଅଚଳ ହୋଇ ପଡିଥିଲା ସୋସିଆଲ ମିଡିଆ । ଏଥିଯୋଗୁଁ ସାରା ବିଶ୍ୱର ୧୦୦କୋଟିରୁ ଅଧିକ ୟୁଜର ପ୍ରଭାବିତ ହୋଇଥିଲେ । ଭାରତ, ଆମେରିକା ସମେତ ବିଶ୍ୱର ବହୁ ଦେଶରେ ଏଭଳି ସର୍ଭର ଡାଉନ୍ ହୋଇ ପଡିଥିଲା। ଅନେକ ସମୟ ଅଚଳ ପରେ ଧୀରେଧୀରେ ସ୍ୱାଭାବିକ ହୋଇଥିଲା ଏହି ୩ ସୋସିଆଲ୍‌ ମିଡିଆ ଆପ୍‌।

Advertisment

ତେବେ ଏହି ୬ ଘଣ୍ଟାର ଅଚଳାବସ୍ଥା ଯୋଗୁ ଫେସ୍‌ବୁକର ଶେଆର ପ୍ରାୟ ୫% ହ୍ରାସ ପାଇଥିଲା । କମ୍ପାନୀକୁ ୭ ବିଲିୟନ ଡଲାର ଅର୍ଥାତ୍‌ ୫୨,୧୦୦ କୋଟି ଟଙ୍କାର ଝଟ୍‌କା ଲାଗିଥିଲା । ୨୦୦୮ ପରଠାରୁ କେବେ ହେଲେ ଫେସ୍‌ବୁକ ଏପରି ବଡ଼ଧରଣର ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହୋଇ ନଥିଲା। ୨୦୦୮ରେ ଫେସ୍‌ବୁକ୍‌ ସର୍ଭରେ ଏକ ଭାଇରସ୍‌ ପ୍ରବେଶ କରିଥିଲା। ଫଳରେ ସାଇଟ୍‌ ପୁରା ୨୪ ଘଣ୍ଟା ପର୍ଯ୍ୟନ୍ତ ଅଚଳ ହୋଇପଡ଼ିଥିଲା।

Advertisment
Social Media Server Down
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ