Advertisment

୨୦୨୪ ନିର୍ବାଚନ ପାଇଁ BJPର ବଡ଼ ରଣନୀତି: ୩ ହେଭିୱେଟ୍‌ଙ୍କୁ ପଶ୍ଚିମବଙ୍ଗ ଦାୟିତ୍ୱ

୨୦୨୪ରେ ଯେମିତି ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ ହୁଏ କିମ୍ବା ଅତିକମ୍‌ରେ ସେହି ସଫଳତା ଦୋହରାଇବାରେ ସଫଳ ହୁଏ, ତାକୁ ଲକ୍ଷ୍ୟ ରଖି ବିଜେପି ୩ ହେଭିୱେଟ୍‌ଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Eyeing 2024 Lok Sabha polls, BJP deploys three Union Ministers on mission Bengal

Eyeing 2024 Lok Sabha polls, BJP deploys three Union Ministers on mission Bengal

Advertisment

୨୦୨୪ ପଶ୍ଚିମବଙ୍ଗ ମିଶନ ପାଇଁ ବିଜେପି ବଡ଼ ରଣନୀତି ପ୍ରସ୍ତୁତି କରିଛି। ୩ ଜଣ ହେଭିୱେଟ୍‌ଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦିଆଯାଇଛି।  ଏହି ୩ ହେଭିୱେଟ୍‌ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ। 

Advertisment

୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଆସନ ମଧ୍ୟରୁ ବିଜେପି ୧୮ଟି ଆସନ ଜିତିଥିଲା। ଦଳ ଆଶା କରିଥିଲା ୨୦୨୦ ବିଧାନସଭା ନିର୍ବାଚନରେ ସେହି ସଫଳତା ଦୋହରାଇବ। କିନ୍ତୁ ସବୁ ଚେଷ୍ଟା ସତ୍ତ୍ୱେ ବିଜେପି ଆଶାନୁରୂପ ରେଜଲ୍ଟ ପାଇନଥିଲା।  ବରଂ ରେକର୍ଡ ସଂଖ୍ୟକ ଆସନ ଦଖଲ କରି ପୁଣି ଥରେ ମମତା ବାନାର୍ଜୀ ସରକାର ଗଠନ କରିଥିଲେ। ତା’ ପରେ ପରେ ବିଜେପିରେ ଦେଖା ଦେଇଥିଲା ଅନ୍ତଃକନ୍ଦଳ। 

ଟିଏମ୍‌ସିରୁ ଆସିଥିବା ବହୁ ନେତା ପୁଣି ଟିଏମ୍‌ସି ଫେରି ଯାଇଛନ୍ତି। ଏପରିକି ବାବୁଲ ସୁପ୍ରିୟୋଙ୍କ ପରି ନେତା ସାଂସଦ ପଦ ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଛନ୍ତି। ମୁକୁଲ ରୟ ମଧ୍ୟ ଦିଦିଙ୍କ ଶିବିରରେ ଯୋଗ ଦେଇଛନ୍ତି। ଦଳର ଏହି ଅଧପତନକୁ ରୋକିବା ପାଇଁ ବିଜେପି ନୂଆ ରଣନୀତି ପ୍ରସ୍ତୁତ କରିଛି। ୨୦୨୪ରେ ଯେମିତି ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ ହୁଏ କିମ୍ବା ଅତିକମ୍‌ରେ ସେହି ସଫଳତା ଦୋହରାଇବାରେ ସଫଳ ହୁଏ, ତାକୁ ଲକ୍ଷ୍ୟ ରଖି ବିଜେପି ୩ ହେଭିୱେଟ୍‌ଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି। 

Advertisment
BJP Lok Sabha Polls General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ