ମଦନୀତି ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ED ସମନ୍

ସକାଳେ ସିସୋଦିଆଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ ସୁପ୍ରିମକୋର୍ଟ ।

Arvind Kejriwal

ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ୍। ଦିଲ୍ଲୀ ମଦନୀତି ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବାକୁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ED। ତାଙ୍କୁ ନଭେମ୍ବର ୨ରେ ହାଜର ହେବାକୁ ସମନ୍ ହୋଇଛି । ପୂର୍ବରୁ ଏହି ମାମଲାରେ ଗିରଫ ହୋଇଛନ୍ତି ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ସାଂସଦ ସଞ୍ଜୟ ସିଂ ।

 


 

ଅନ୍ୟପଟେ ଆଜି ସକାଳେ ସିସୋଦିଆଙ୍କ ଜାମିନ ନାମଞ୍ଜୁର କରିଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା ଲାଗିଛି । ସିବିଆଇ ଏବଂ ଇଡି ଦ୍ୱାରା ତାଙ୍କ ବିରୋଧରେ ଯାଞ୍ଚ କରାଯାଇଥିବା ମାମଲାର ଶୁଣାଣି କରି ଜାମିନ୍ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ୍.ଭି.ଏନ୍ ଭଟ୍ଟୀ ଏହି ରାୟ ଶୁଣାଇଛନ୍ତି । ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ୬ରୁ ୮ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଥିବା ମାମଲାଗୁଡ଼ିକରେ ଧାରା ୪୫ ଅନୁଯାୟୀ ଜାମିନ ପ୍ରଦାନ କରାଯାଇଛି ।