Advertisment

ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ଗତ  କିଛି ଦିନ ଅସୁସ୍ଥ ଥିବା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଅବସ୍ଥା ଗୁରୁତର ହୋଇଛି। ୮୨ ବର୍ଷୀୟ ମୁଲାୟମ  ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।

ଅଦ୍ୟତନ ହୋଇଛି
Mulayam Singh Yadav in ICU

mulayam singh yadavs in icu

Advertisment

ଗତ  କିଛି ଦିନ ଅସୁସ୍ଥ ଥିବା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଅବସ୍ଥା ଗୁରୁତର ହୋଇଛି। ୮୨ ବର୍ଷୀୟ ମୁଲାୟମ  ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।

Advertisment

ବରିଷ୍ଠ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି ।  ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଟୁଇଟ୍ କରାଯାଇଛି । ଅନ୍ୟପକ୍ଷେ ବାପାଙ୍କ ସ୍ୱାସ୍ଥ୍ୟ ଖବର ପାଇବା ପରେ ଲକ୍ଷ୍ନୌରୁ ଦିଲ୍ଲୀ ଯାଇଛନ୍ତି ପୁଅ ଅଖିଳେଶ ଯାଦବ ।  ମୁଲାୟମଙ୍କର ମୂତ୍ର ସଂକ୍ରମଣ ଜନିତ ସମସ୍ୟା ରହିଛି । ତେବେ ଅଚାନକ ତାଙ୍କର ଅମ୍ଳଜାନସ୍ତର ଓ ରକ୍ତଚାପ ହ୍ରାସ ପାଇବାରୁ ଅବସ୍ଥା ଗୁରୁତର ହୋଇଥିଲା।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖବର ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଅ ଅଖିଳେଶଙ୍କ ସହ ଆଲୋଚନା କରିଛନ୍ତି। ଡାକ୍ତରଖାନା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମୁଲାୟମଙ୍କ ଚିକିତ୍ସା ଚାଲିଛି। ୨୨ ଅଗଷ୍ଟରୁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି। 

Advertisment

ମୁଲାୟାମଙ୍କ ସ୍ୱାସ୍ଥ୍ୟ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମାଜବାଦି ପାର୍ଟିର ଅଧ୍ୟକ୍ଷ ତଥା ପୁଅ ଅଖିଳେଶଙ୍କ ସହ ଆଲୋଚନା କରିଥିଲେ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ଲେଖିଛନ୍ତି, ‘ମୁଲାୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ମିଳିଛି। ଖୁବ୍‌ ଶୀଘ୍ର ସେ ସୁସ୍ଥ ହୁଅନ୍ତୁ-ଏତିକି କାମନା କରୁଛି।’ ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟୁଇଟ କରି ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

PM Modi Rahul Gandhi Samajwadi Party Mulayam Singh Yadav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ