Advertisment

ଏଣିକି ଇ-ସ୍କୁଟରରେ ନିଆଁ ଲାଗିଲେ ମୋଟା ଅଙ୍କର ଜରିମାନା ଦେବ କମ୍ପାନୀ

ଯଦି କୌଣସି ଇ-ସ୍କୁଟରରେ ତ୍ରୁଟି ପରିଲକ୍ଷିତ ହୁଏ, ତା’ହେଲେ ସମ୍ପୃକ୍ତ ଇ-ଯାନ କମ୍ପାନୀ ଠାରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରିବା ପାଇଁ ସରକାର ଯୋଜନା କରୁଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
EV Scooter Fires

EV Scooter Fires

Advertisment

ଇଲେକ୍ଟ୍ରିକ୍‌ ଭେଇକିଲ୍‌(EV) ବ୍ୟବହାର ଉପରେ ସରକାର ଗୁରୁତ୍ୱ ଦେଉ ଥିବାବେଳେ ଇ-ଯାନ କ୍ରୟ ଉପରେ ମଧ୍ୟ ରିହାତି ଦେଉଛନ୍ତି। ହେଲେ ଗତ କିଛିଦିନ ହେବ ଇ-ସ୍କୁଟର ଜଳି ଯିବା ଭଳି ଖବର ସାମ୍ନାକୁ ଆସିଛି। ଏପରିକି କିଛି ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥିବା ଜଣାପଡ଼ିଛି। ଯାହାକି ଚିନ୍ତାଜନକ ବିଷୟ। 

Advertisment

ଇ-ଯାନ ଗୁଡ଼ିକରେ ନିଆଁ ଲାଗିବା ଭଳି ଅନେକ ଘଟଣା ସାମ୍ନାକୁ ଆସିବା ପରେ ସରକାର ଚେତିଛନ୍ତି। ଯଦି କୌଣସି ଇ-ସ୍କୁଟରରେ ତ୍ରୁଟି ପରିଲକ୍ଷିତ ହୁଏ, ତା’ହେଲେ ସମ୍ପୃକ୍ତ ଇ-ଯାନ କମ୍ପାନୀ ଠାରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରିବା ପାଇଁ ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଇ-ସ୍କୁଟରରେ ନିଆଁ ଲାଗିବା ଭଳି ଅନେକ ଘଟଣା ସାମ୍ନାକୁ ଆସିବା ପରେ ସରକାର ଏଭଳି ଯୋଜନା କରୁଥିବା କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି। ପ୍ରଥମେ ଲୋକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। 

କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି, ‘ଗତ ୨ ମାସ ମଧ୍ୟରେ ଇ-ସ୍କୁଟର ଜଳି ଯିବା ଭଳି ଅନେକ ଖବର ସାମ୍ନାକୁ ଆସିଛି। ଯଦି କୌଣସି କମ୍ପାନୀର ଇ-ସ୍କୁଟରରେ ତ୍ରୁଟି ପରିଲକ୍ଷିତ ହୁଏ, ତା’ହେଲେ ସମ୍ପୃକ୍ତ କମ୍ପାନୀ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। 

Advertisment

ସୂଚନାଥାଉ କି, ନିକଟରେ ତେଲେଙ୍ଗାନାର ନିଜାମାବଦ ଜିଲ୍ଲାରେ ଇ-ସ୍କୁଟର ଚାର୍ଜ ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ଘଟି ଥିବାବେଳେ ୨ ଜଣ ଗୁରୁତର ହୋଇଥିଲେ। ବୁଧବାର ରାତିରେ ଏହି ଅଘଟଣ ଘଟିଥିଲା। ମୃତକଙ୍କ ନାଁ ରାମାସ୍ୱାମୀ। 

Advertisment

ଇ-ସ୍କୁଟର ଚାର୍ଜ ବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ନିଆଁ ଲାଗି ଯିବାରୁ ରାମାସ୍ୱାମୀ ଜଳି ଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ପୁଅ ପ୍ରକାଶ, ସ୍ତ୍ରୀ କମଳମ୍ମା ଓ ବୋହୂ କ୍ରିଷ୍ଣାବେଣୀ ଗୁରୁତର ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, ବର୍ଷେ ହେଲା ପ୍ରକାଶ ଇ-ଯାନ ବ୍ୟବହାର କରୁଥିଲେ। ମୃତ୍ୟୁକୁ ନେଇ ପୋଲିସ୍‌ ପ୍ୟୁର ଇଭି ସ୍କୁଟର କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି। ଏହାସହ କମ୍ପାନୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି। 

କାହିଁକି ଇ-ସ୍କୁଟରରେ ଲାଗୁଛି ନିଆଁ ?

ତାପମାତ୍ରା ବୃଦ୍ଧି ଯୋଗୁ ଇ-ସ୍କୁଟର ଗୁଡ଼ିକରେ ନିଆଁ ଲାଗି ଯାଉଥିବା ଏକ୍ସପର୍ଟମାନେ କହିଛନ୍ତି। ଗତ କିଛିଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ତାପମାତ୍ରା ଅଧିକ ରହିଛି। ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ମଧ୍ୟ ରେକର୍ଡ କରାଯାଇଛି। ଇ-ଯାନ ଗୁଡ଼ିକରେ Lithium-Ion Cells ବ୍ୟବହୃତ ହୋଇଥାଏ। ତେଣୁ ଅତ୍ୟଧିକ ତାପମାତ୍ରା ଯୋଗୁ ଗାଡ଼ିରେ ନିଆଁ ଲାଗି ଯାଉଥିବା ଜଣାପଡ଼ିଛି। ସାଧାରଣତଃ, ଚୀନ ଓ କୋରିଆରୁ ଭାରତ Lithium-Ion Cells ଆମଦାନୀ କରିଥାଏ। ସେଠାକାର ଜଳବାୟୁ ସ୍ଥିତି ଅନୁସାରେ ଏହି ଯନ୍ତ୍ରାଂଶ ନିର୍ମାଣ କରାଯାଇଥାଏ। ତେବେ ଭାରତରେ ଗତ କିଛିମାସ ହେବ ତାପମାତ୍ର ଅଧିକ ରହୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଏକ୍ସପର୍ଟମାନେ କହିଛନ୍ତି। 

Nitin Gadkari Electric Vehicle EV Scooter Fires
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ