Advertisment

ଚାକିରିଆଙ୍କ ପାଇଁ ଖୁସି ଖବର, ଉପକୃତ ହୋଇପାରନ୍ତି ୭୫ ଲକ୍ଷ କର୍ମଚାରୀ

ଚାକିରିଆଙ୍କ ପାଇଁ ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। EPFOର ମାସିକ ବେତନ ସୀମାକୁ ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୧,୦୦୦ ଟଙ୍କା କରିବା ଲାଗି ପ୍ରସ୍ତାବ ଦିଆଯାଇଛି।

EPFO Salary Limit To Increase May Soon

EPFO Salary Limit To Increase May Soon

Advertisment

ଚାକିରିଆଙ୍କ ପାଇଁ ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। EPFOର ମାସିକ ବେତନ ସୀମାକୁ ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୧,୦୦୦ ଟଙ୍କା କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏପହି ପ୍ରସ୍ତାବ ଦେଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, EPFOର ଅଧିକାଂଶ ସଦସ୍ୟ ଏହି ନିଷ୍ପତ୍ତିର ସପକ୍ଷରେ ଅଛନ୍ତି। କାରଣ ଶେଷଥର ପାଇଁ ୨୦୧୪ରେ ବେତନ ସୀମାରେ ସଂଶୋଧନ ୨୦୧୪ରେ ହୋଇଥିଲା। ଯଦି ପୁଣିଥରେ ବେତନ ସୀମା ବୃଦ୍ଧି କରାଯାଏ, ତା’ହେଲେ ୭୫ ଲକ୍ଷରୁ ଅଧିକ କର୍ମଚାରୀ ଏହାଦ୍ୱାରା ଉପକୃତ ହୋଇପାରିବେ। ହେଲେ EPFO ବୋର୍ଡର ଏହି ନିଷ୍ପତ୍ତିକୁ ସରକାର ମଞ୍ଜୁରୀ ଦେବାର ଆବଶ୍ୟକତା ରହିଛି।

କାରଣ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ହିଁ ଏହା ଉପରେ ବୋର୍ଡ ଆଗକୁ ନିଷ୍ପତ୍ତି ନେବ। ହେଲେ ଏହି ନିଷ୍ପତ୍ତି ସରକାରଙ୍କ ଉପରେ ଭାରି ପଡ଼ିପାରେ। EPFO କର୍ମଚାରୀ ପେନ୍‌ସନ୍‌ ଯୋଜନାରେ ସରକାର ପ୍ରତି ବର୍ଷ ୬,୭୫୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯଦି ବେତନ ସୀମା ବୃଦ୍ଧି କରାଯାଏ, ତା’ହେଲେ  ଏଥିପାଇଁ ସରକାରଙ୍କୁ  ଅଲଗା ବ୍ୟବସ୍ଥା କରିବାକୁ ପଡ଼ିବ। 

Advertisment

ସୂଚନାଥାଉ କି, ୧୫ ହଜାର ଟଙ୍କାରୁ କମ୍‌ ବେତନ ପାଉଥିବା ଚାକିରିଆଙ୍କ ପାଇଁ EPF ସ୍କିମ୍‌ ଜରୁରୀ। ଏଥିରେ ଆପଣଙ୍କ Basic Salaryର ୧.୬% ସରକାର କଣ୍ଟ୍ରିବ୍ୟୁସନ ଭାବେ ଦେଇଥାନ୍ତି। ମାସିକ ବେତନ ସୀମାକୁ ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୧,୦୦୦ ଟଙ୍କା କରାଗଲେ ଏହାଦ୍ୱାରା ୭୫ ଲକ୍ଷ କର୍ମଚାରୀ ଉପକୃତ ହୋଇପାରିବେ। 

EPFO EPFO Salary EPFO Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ