Advertisment

କର୍ମଚାରୀଙ୍କ ପାଇଁ ଖୁସି ଖବର...EPFO ଆଣିଲା ନୂଆ ନିୟମ

ଏଣିକି ଚାକିରି ପରିବର୍ତ୍ତନ ହେଲା ସହଜ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫଓ ଆପଣଙ୍କର ଭବିଷ୍ୟନିଧି ପାଣ୍ଠି ପାଇଁ ଆରମ୍ଭ କରିଛି ଅଟୋମେଟିକ୍ ଟ୍ରାନ୍ସଫର ସିଷ୍ଟମ।

ଅଦ୍ୟତନ ହୋଇଛି
EPFO

EPFO

Advertisment

ଏପ୍ରିଲ ପହିଲା ଅର୍ଥାତ ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଛି। ମାସ ଆରମ୍ଭରୁ ଅନେକ ପରିବର୍ତ୍ତନ କରାଯାଇଛି। ଏହି ପ୍ରମୁଖ ପରିବର୍ତ୍ତନଗୁଡ଼ିକ ମଧ୍ୟରେ ରହିଛି EPFOର ନୂଆ ନିୟମ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କରିଛି। ଏଥିସହ କ୍ରେଡିଟ୍ କାର୍ଡ ଏବଂ NPS ସହିତ ଅନେକ ନିୟମ କରାଯାଇଛି। ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ଯାହା ଏପ୍ରିଲ୍ ୨୦୨୪ ଆରମ୍ଭରୁ କାର୍ଯ୍ୟକାରୀ ହେବ।

Advertisment

EPFOର ନୂଆ ନିୟମ

ଏଣିକି ଚାକିରି ପରିବର୍ତ୍ତନ ହେଲା ସହଜ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫଓ ଆପଣଙ୍କର ଭବିଷ୍ୟନିଧି ପାଣ୍ଠି ପାଇଁ ଆରମ୍ଭ କରିଛି ଅଟୋମେଟିକ୍ ଟ୍ରାନ୍ସଫର ସିଷ୍ଟମ। ଅର୍ଥାତ ଆପଣ ନୂଆ ଜାଗାରେ ଚାକିରି କଲେ ଏହା ଆପେ ଚାଲୁ ହୋଇଯିବ। ଏଥିପାଇଁ ଆପଣଙ୍କୁ ଅଲଗା ଭାବରେ କାମ କରିବାକୁ ପଡିବନାହିଁ। EPFO ଆପଣଙ୍କ ଆକାଉଣ୍ଟରେ ଆପେ ନୂଆ ଆକାଉଣ୍ଟରେ ଟଙ୍କା ଜମା କରିଦେବ ଏବଂ ଏଥିପାଇଁ ଆପଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ।

LPG ଗ୍ୟାସ୍ ମୂଲ୍ୟରେ ପରିବର୍ତ୍ତନ

ପ୍ରତିମାସ ଆରମ୍ଭରେ ସାରା ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବଦଳିଯାଏ । ଆଜି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ୧୯ କେଜି କମର୍ସିଆଲ୍ ସିଲିଣ୍ଡର ପିଛା ଦର ୩୦.୫୦ ଟଙ୍କା ପର୍ଯ୍ୟନ୍ତ କମିଛି । ସେହିପରି ୫ କେ.ଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ ପାଇଛି। ଲୋକସଭା ନିର୍ବାଚନ ମଧ୍ୟରେ ଗ୍ୟାସ ଦର ହ୍ରାସ କରାଯାଇଛି। ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

Advertisment

NPS ନିୟମରେ ପରିବର୍ତ୍ତନ

ଜାତୀୟ ପେନ୍‌ସନ୍ ସିଷ୍ଟମ୍ (NPS)କୁ ଅଧିକ ସୁରକ୍ଷିତ କରିବା ପାଇଁ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଆଧାର ବେସଡ୍ ଟୁ ଷ୍ଟେପ୍ ଅଥେଣ୍ଟିକେସନ୍ ବ୍ୟବସ୍ଥା ଲାଗୁ କରିଛି । ଏହି ସିଷ୍ଟମ ସମସ୍ତ ପାସୱାର୍ଡ ଆଧାରିତ NPS ବ୍ୟବହାରକାରୀଙ୍କ ପାଇଁ ଲାଗୁହେବ। ଏପ୍ରିଲ ୧ରୁ ଏହା କାର୍ଯ୍ୟକାରୀ ହେବ। ଏନେଇ ମାର୍ଚ୍ଚ ୧୫ରେ PFRDA ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।

SBI କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ

SBI ଏପ୍ରିଲ ପହିଲାରୁ କିଛି କ୍ରେଡିଟ୍ କାର୍ଡ ପାଇଁ ରିୱାର୍ଡ ପଏଣ୍ଟ ବନ୍ଦ କରିବା ନେଇ ଘୋଷଣା କରିଛି। ଏଥିରେ AURUM, SBI କାର୍ଡ ଇଲାଇଟ, SBI କାର୍ଡ ଇଲାଇଟ ଆଡଭାଣ୍ଟେଜ୍, SBI କାର୍ଡ ପଲସ୍ ଏବଂ Simply Click SBI କାର୍ଡ ଅନ୍ତର୍ଭୁକ୍ତ ।

Advertisment

କ୍ରେଡିଟ୍ କାର୍ଡ ସମ୍ୱନ୍ଧୀୟ ନିୟମ

ୟେସ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଯେଉଁ ୟୁଜର୍ସ କ୍ରେଡିଟ୍ କାର୍ଡରେ ମାସିକ ୧୦ହଜାର କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ କରିବେ ସେମାନଙ୍କ ପାଇଁ ଡୋମେଷ୍ଟିକ୍ ଲାଉନ୍‌ଜ କାର୍ଡ ଉପଲବ୍ଧ କରାଯିବ। ସେହିପରି ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଅଧୀନରେ ତିନି ମାସରେ ୩୫ ହଜାର ଟଙ୍କା କିମ୍ବା ଅଧିକ ଖର୍ଚ୍ଚ କଲେ ଏୟାରପୋର୍ଟ ଲାଉଞ୍ଜ ଏକସେସ୍ ସୁବିଧା ପ୍ରଦାନ କରାଯିବ। ସେହିପରି ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଗ୍ୟାସ, ବୀମା ଏବଂ ସୁନା କିଣଲେ ରିୱାର୍ଡ ପଏଣ୍ଟ ଦିଆଯିବ ନାହିଁ । ତେବେ ଏହି ନିୟମ ଏପ୍ରିଲ୍ ୨୦ରୁ କାର୍ଯ୍ୟକାରୀ ହେବ ।

OLA ମନି ୱାଲେଟ୍

ଓଲା ମନି ଘୋଷଣା କରିଛି ଯେ, ସର୍ବାଧିକ ୧୦ହଜାର ଟଙ୍କାର ୱାଲେଟ୍ ଲୋଡ୍ ସହ ସଂପୂର୍ଣ୍ଣ ଛୋଟ PPI (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ) ୱାଲେଟ୍ ସେବାକୁ ପରିବର୍ତ୍ତିତ କରିବ। କମ୍ପାନୀ ମାର୍ଚ୍ଚ ୨୨ରୁ ଏନେଇ ଗ୍ରାହକଙ୍କୁ ଏସଏମଏସ ଜରିଆରେ ସୂଚନା ଦେଇଛି।

Fastag KYCରେ ପରିବର୍ତ୍ତନ

NHAI Fastag KYC ବାଧ୍ୟତାମୂଳକ କରିଛି । ଯାହାକି ଏପ୍ରିଲ ପହିଲାରୁ ଲାଗୁହେବ। ମାର୍ଚ୍ଚ ୩୧ ସୁଦ୍ଧା Fastag KYC ଅପଡେଟ୍ ନକରିଥିଲେ Fastag ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି କୁହାଯାଇଥିଲା ।

EPFO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ