Advertisment

ବକ୍ସି ଜଗବନ୍ଧୁ- ବାଜି ରାଉତ- ଜୟୀ ରାଜଗୁରୁ- ଚାଖି ଖୁଂଟିଆ- ପାର୍ବତୀ ଗିରିଙ୍କ ସ୍ମୃତିରେ ଡାକ ଲଫାପା

ଓଡିଶାର ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଛି ସ୍ୱତନ୍ତ୍ର ଲଫାପା । ଡାକ ସପ୍ତାହ ପାଳନ ଅବସରରେ ନୂଆଦିଲ୍ଲୀରେ ଡାକବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି ।

Dharmendra Pradhan

Dharmendra Pradhan

Advertisment

ନୂଆଦିଲ୍ଲୀ: ଓଡିଶାର ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଛି ସ୍ୱତନ୍ତ୍ର ଲଫାପା । ଡାକ ସପ୍ତାହ ପାଳନ ଅବସରରେ ନୂଆଦିଲ୍ଲୀରେ ଡାକବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି । ଓଡ଼ିଶା ମାଟିର ୬ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଏହି ଲଫାପା ଡାକ ବିଭାଗ ପକ୍ଷରୁ ଡିଜାଇନ କରାଯାଇଛି ।

Advertisment

ସଂଗ୍ରାମୀ ବକ୍ସି ଜଗବନ୍ଧୁ, ସହିଦ ବାଜି ରାଉତ, ସହିଦ ଜୟୀ ରାଜଗୁରୁ, ଚାଖି ଖୁଂଟିଆ, ଚକରା ବିଷୋୟୀ ଏବଂ ପାର୍ବତୀ ଗିରିଙ୍କ ସ୍ମୃତିରେ ଏହି ଲଫାପା ତିଆରି କରାଯାଇଛି । କେନ୍ଦ୍ର ସଂଚାର ଏବଂ ଡାକବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି ଲଫାପା ଆଜି ଉନ୍ମୋଚିତ ହୋଇଛି । ଏହି ଅବସରରେ ଭାରତୀୟ ଇତିହାସ ଅନୁସନ୍ଧାନ ପକ୍ଷରୁ ଏସବୁ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା ପାଇଁ ଉଦ୍ୟମ କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଉଭୟ କେନ୍ଦ୍ର ମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାର ସଦସ୍ୟଙ୍କ ସହିତ ଭର୍ଚୁୁଆଲ ମାଧ୍ୟମରେ ଆଲୋଚନା ମଧ୍ୟ କରିଥିଲେ ।

Advertisment

ତେବେ  କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ଅବସରରେ ଆଜି “ଡ଼ାକ ଟିକଟ ସଂଗ୍ରହ ଦିବସ” ଅବସରରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଶାର ୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ର ଡ଼ାକ ଲଫାପାକୁ ଉନ୍ମୋଚନ କରିବା ସହ ସେମାନଙ୍କ ଦାୟାଦ ଓ ପରିବାର ସଦସ୍ୟଙ୍କ ସହ କଥା ହୋଇ ମୁଁ ଆନନ୍ଦିତ ।’ 

Advertisment


— Dharmendra Pradhan (@dpradhanbjp) October 13, 2021

Buxi Jagabandhu Envolope Baji Rout
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ