ବହୁତ ହୋଇଗଲା ମହିଳାଙ୍କ ପ୍ରତି ହିଂସା..କୋଲକାତା ଲଜ୍ଜାକୁ ଭୟାନକ କହିଲେ ରାଷ୍ଟ୍ରପତି

କୋଲକାତା ଆରଜି କର ମେଡିକାଲ କଲେଜରେ ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ଉଦବେଗଜନକ ଓ ଭୟାନକ କହିଛନ୍ତି ରାଷ୍ଟ୍ରପତି ।

President Droupadi Murmu

କୋଲକାତା ଲଜ୍ଜାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିନ୍ଦା । ଆରଜି କର ମେଡିକାଲ କଲେଜରେ ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ଉଦବେଗଜନକ ଓ ଭୟାନକ କହିଛନ୍ତି ରାଷ୍ଟ୍ରପତି । ମହିଳାଙ୍କ ପ୍ରତି ହିଂସା ବହୁତ ହୋଇଗଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି । ଖବର ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ଏକ ଲେଖାରେ ଘଟଣାକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ମହିଳାଙ୍କ ପ୍ରତି ହିଂସାକୁ ‘ବହୁତ ହୋଇଗଲା’ ବୋଲି କହିବା ସହ ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ରାକ୍ଷୀ ପୂର୍ଣ୍ଣମୀ ଦିନ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ମହିଳାଙ୍କୁ ସମ୍ମାନ ଦେବାକୁ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ।