Advertisment

ସମନ ସତ୍ତ୍ୱେ ହାଜର ହେଲେନି ସଞ୍ଜୟ ରାଉତ, ଶେଷରେ ସକାଳୁ ସକାଳୁ ଘରେ ପଶିଲା ଇଡି

ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦୁଇ ଦୁଇ ଥର ସମନ ସତ୍ତ୍ୱେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ହାଜର ହୋଇନଥିଲେ। ଶେଷରେ ଇଡି ଅଧିକାରୀମାନେ ଆଜି ସକାଳ ୭ଟାରେ ତାଙ୍କ ଘରେ ରେଡ୍‌ କରିଛନ୍ତି।

ଅଦ୍ୟତନ ହୋଇଛି
Enforcement Directorate Raid At Sanjay Raut's Home

Enforcement Directorate Raid At Sanjay Raut's Home

Advertisment

ବରିଷ୍ଠ ଶିବସେନା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଘନିଷ୍ଠ ସଞ୍ଜୟ ରାଉତଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍‌ କରିଛି। Patra Chawl Land ଦୁର୍ନୀତି ମାମଲାରେ ଦୁଇ ଦୁଇ ଥର ସମନ୍ ସତ୍ତ୍ୱେ ସଞ୍ଜୟ ରାଉତ ଇଡିରେ ହାଜର ନ ହେବାରୁ ଇଡି ତାଙ୍କ ଘରେ ଚଢ଼ଉ କରିଛି। ଇଡି ଅଧିକାରୀମାନେ ଆଜି ସକାଳ ୭ଟାରେ ମୁମ୍ବାଇର Bandup ସ୍ଥିତ ସଞ୍ଜୟଙ୍କ ବାସଭବନରେ ସର୍ଚ୍ଚ ଅପରେସନ କରିବା ସହ Patra Chawl Land ଦୁର୍ନୀତି ମାମଲାରେ ଟଙ୍କା ହେରଫେର ନେଇ ପଚରାଉଚରା ଚଳାଇଛନ୍ତି।

Advertisment

ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦୁଇ ଦୁଇ ଥର ସମନ ସତ୍ତ୍ୱେ ସଞ୍ଜୟ ଇଡିରେ ହାଜର ହୋଇନଥିଲେ। ଜୁଲାଇ ୨୭ରେ ସମନ ସତ୍ତ୍ୱେ ସେ ଇଡିରେ ହାଜର ହୋଇନଥିଲେ। ଦିଲ୍ଲୀରେ ସଂସଦ ଅଧିବେଶନ ଚାଲି ଥିବାରୁ ସେ ହାଜର ହୋଇପାରି ନଥିଲେ ବୋଲି କହିଥିଲେ। ତେବେ ଆଜି ସକାଳୁ ସକାଳୁ CISF ଅଧିକାରୀଙ୍କୁ ସାଙ୍ଗରେ ଧରି ଇଡି ଅଧିକାରୀମାନେ ସଞ୍ଜୟଙ୍କ ଘରେ ରେଡ୍‌ କରିଛନ୍ତି। ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ହେଲାଣି ଚଢ଼ଉ ଜାରି ରହିଛି। Patra Chawl Land ଦୁର୍ନୀତି ମାମଲାରେ ସଞ୍ଜୟଙ୍କ ଲିଙ୍କ୍ ଓ ବ୍ୟବସାୟ ତଥା ବିଭିନ୍ନ ଡିଲ୍‌ରେ ସଞ୍ଜୟଙ୍କ ପତ୍ନୀଙ୍କ ସମ୍ପୃକ୍ତିକୁ ନେଇ ଇଡି ଜେରା କରୁଥିବା ଜଣାପଡ଼ିଛି।

ଘରେ ଇଡି ରେଡ୍‌ ନେଇ ସଞ୍ଜୟ ରାଉତ କହିଛନ୍ତି, ‘ମିଥ୍ୟା କାର୍ଯ୍ୟ, ମିଥ୍ୟା ପ୍ରମାଣ...ମୁଁ ଶିବସେନା ଛାଡ଼ିବିନି...ମୁଁ ମରିଗଲେ ମଧ୍ୟ ଆତ୍ମସମର୍ପଣ କରିବି ନାହିଁ...ମୁଁ କୌଣସି ଦୁର୍ନୀତିରେ ସମ୍ପୃକ୍ତ ନାହିଁ। ଶିବସେନା ମୁଖ୍ୟ ବାଲ୍‌ସାହେବ ଠାକ୍‌ରେଙ୍କ ପ୍ରତିଜ୍ଞା ନେଇ ମୁଁ ଏହା କହୁଛି। ଶିବସେନା ପାଇଁ ମୋର ଲଢ଼େଇ ଜାରି ରହିବ’। 

Advertisment

ଗତ ଜୁଲାଇ ୧ ତାରିଖରେ ୧୦ ଘଣ୍ଟା ଧରି ଇଡି ସଞ୍ଜୟଙ୍କୁ ମାରାଥନ ଜେରା କରିଥିଲା। ଗତ ଏପ୍ରିଲରେ ସଞ୍ଜୟଙ୍କ ପତ୍ନୀ ବର୍ଷା ରାଉତଙ୍କ ୧୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଆଟାଚ୍ କରାଯାଇଥିଲା। ସୂଚନାଥାଉ କି, ଗୋରେଗାଓଁ ଅଞ୍ଚଳରେ Patra Chawlର ପୁନଃ ବିକାଶ ପାଇଁ ୧,୦୩୪ କୋଟି ଟଙ୍କାର ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଇଡିର ଖୋଳତାଡ଼ ଜାରି ରହିଛି। 

ED Raid Shiv Sena Leader Sanjay Raut Patra Chawl Land Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ