Advertisment

ଖାଇବା ପହଞ୍ଚାଇବା ପରେ କାନ୍ଦି ପକାଇଲେ ଡେଲିଭରି ବୟ, ଆଉ ତା’ପରେ...

ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର ବେଳେ ଯଦି ଖାଦ୍ୟ ଘରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତା’ହେଲେ ଅଧିକାଂଶ ଲୋକ ଡେଲିଭରି ବୟ ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଏପରିକି କିଛି ଲୋକ ଗାଳିଗୁଲଜ କରିବାକୁ ମଧ୍ୟ ପଛାନ୍ତି ନାହିଁ।

ଅଦ୍ୟତନ ହୋଇଛି
Food Delivery Boy

Food Delivery Boy

Advertisment

ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର ବେଳେ ଯଦି ଖାଦ୍ୟ ଘରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତା’ହେଲେ ଅଧିକାଂଶ ଲୋକ ଡେଲିଭରି ବୟ ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଏପରିକି କିଛି ଲୋକ ଗାଳିଗୁଲଜ କରିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ ଗ୍ରାହକଙ୍କ ନିକଟରେ ଖାଦ୍ୟ ଯଥାଶୀଘ୍ର ପହଞ୍ଚାଇବା ପାଇଁ ଡେଲିଭରି ବୟ ରାସ୍ତାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଫୁଡ୍‌ ଡେଲିଭର କରିଥାନ୍ତି। କେତେବେଳେ ଦୁର୍ଘଟଣାର ଶିକାର ହୋଇଥାନ୍ତି ତ ଆଉ କେତେବେଳେ ଗାଡ଼ି ଖରାପ ହେବା ଯୋଗୁ ଅସୁବିଧା ଭୋଗଥାନ୍ତି।

Advertisment

ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେମାନେ ଗ୍ରାହକଙ୍କୁ ସେବା ଯୋଗାଇବାରେ କୌଣସି ହେଳା କରନ୍ତି ନାହିଁ। ଏଭଳି ଜଣେ ଡେଲିଭରି ବୟଙ୍କ ଇମୋସନାଲ୍‌ କାହାଣୀ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯିଏକି ତିନି ତିନି ଥର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଫୁଡ୍‌ ଡେଲିଭରି କରିଛନ୍ତି। ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍‌ ସାହିଲ ଶାହ (Stand-Up Comedian Sahil shah) ଏହି ଫୁଡ୍‌ ଡେଲିଭରି ବୟଙ୍କ ଇମୋସନାଲ୍‌ କାହାଣୀ ସୋସିଆଲ୍‌ ମିଡିଆରେ ଶେଆର କରିଛନ୍ତି।

ଗତ  ଏପ୍ରିଲ ୪ରେ ସାହିଲ ଏହି ଟ୍ୱିଟ୍‌ କରିଥିଲେ। ଟ୍ୱିଟ୍‌ରେ କରି ସେ କହିଥିଲେ, କୌଣସି କାରଣରୁ ଯଦି ଖାଦ୍ୟ ଡେଲିଭରି ହେବାରେ ବିଳମ୍ବ ହୋଇଯାଉଛି, ତା’ହେଲେ ଠିକ୍‌ ଅଛି। କୌଣସି ଅସୁବିଧା ନାହିଁ। କିନ୍ତୁ ଡେଲିଭରି ବୟ ଉପରେ ଆଦୌ ରାଗନ୍ତୁ ନାହିଁ।

Advertisment

ଟ୍ୱିଟ୍‌ କରି ସାହିଲ କହିଥିଲେ, ‘ଜଣେ ଫୁଡ୍‌ ଡେଲିଭରି ବୟ ଆଜି ମୋ ସହ କଥାବାର୍ତ୍ତା ହେବାବେଳେ କାନ୍ଦି ପକାଇ ଥିଲେ। କାରଣ ସେ ଖାଦ୍ୟ ଡେଲିଭରି କରିବା ପୂର୍ବରୁ ତିନି ତିନି ଥର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତାଙ୍କର ଏହି ଇମୋସନାଲ୍‌ କାହାଣୀ ଶୁଣି ତାଙ୍କୁ ପାଣି ପିଇବାକୁ ଦେବା ସହ ଟିପ୍‌ ଦେଇଥିଲି। ଏହାସହ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲି। କାରଣ ୫୦୦ ଟଙ୍କାର ଖାଦ୍ୟର ମୂଲ୍ୟ ତାଙ୍କ ଜୀବନଠୁ ଅଧିକ ନୁହେଁ। ତେଣୁ,ଅନୁରୋଧ ଡେଲିଭରି ବୟଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରନ୍ତୁ।’

Advertisment

ସାହିଲ ଆହୁରି କହିଛନ୍ତି, ‘କୌଣସି କାରଣରୁ ଯଦି ଖାଦ୍ୟ ଡେଲିଭରି ହେବାରେ ବିଳମ୍ବ ହୋଇଯାଉଛି, ତା’ହେଲେ ଠିକ୍‌ ଅଛି। ମୁଁ ଆପଣମାନଙ୍କ ରାଗ ବୁଝି ପାରୁଛି। ହେଲେ ସେମାନେ(ଡେଲିଭରି ବୟ) ସେମାନଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଆପଣଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛନ୍ତି। ଆପଣ କେତେ ଭୋକିଲା ଅଛନ୍ତି, ଏଥିରେ କୌଣସି ଫରକ୍‌ ପଡ଼େ ନାହିଁ। ହେଲେ ଜଣଙ୍କ ଜୀବନ ସବୁଠୁ ମୂଲ୍ୟବାନ।’

‘ଯେଉଁମାନେ ଫୁଡ୍‌ ଡେଲିଭର କରୁଛନ୍ତି ସେମାନଙ୍କୁ ଟିପ୍‌ ଦିଅନ୍ତୁ। ଏହାସହ ସେମାନଙ୍କ ସହ ଭଲ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରନ୍ତୁ। ସେମାନଙ୍କ ସହ ଭଲରେ କଥାବାର୍ତ୍ତା ହୁଅନ୍ତୁ’ ବୋଲି ସାହିଲ ଟ୍ୱିଟ୍‌ରେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ‘ମୁଁ କେବେବି କୌଣସି ଡେଲିଭରି ବୟଙ୍କ ଉପରେ ରାଗି ନାହିଁ। କାରଣ ମୁଁ ଜାଣିଛି ସେ କେଉଁଠୁ ଆସୁଛନ୍ତି।’ 

ସାହିଲ ଶେୟାର କରିଥି ଡେଲିଭରି ବୟଙ୍କ ଏଭଳି ଭାବପ୍ରବଣ କାହାଣୀକୁ ଅନେକ ରିଟ୍ୱିଟ୍‌ କରିବା ସହ ଅନେକ ପ୍ରତିକ୍ରିୟା ରଖିଛନ୍ତି। ଅନେକ ୟୁଜର୍ସ ମତ ଦେଇଛନ୍ତି, ସ୍ପିଡ୍‌ ଡେଲିଭରି ଉପରେ ଲଗାମ ଲାଗିବା ଉଚିତ୍‌। 

Online Food Delivery Food Delivery Boy Online Food Order
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ